ETV Bharat / state

ଶିକ୍ଷିତ ଯୁବବର୍ଗଙ୍କୁ ଆକର୍ଷିତ କରୁଛି ମାଛଚାଷ - ଶିକ୍ଷିତ ଯୁବବର୍ଗଙ୍କୁ ଆକର୍ଷିତ କରୁଛି ମାଛଚାଷ

ଓଡ଼ିଶାର ଅନ୍ୟତମ ପ୍ରମୁଖ ମାଛ ଜାଆଁଳା କେନ୍ଦ୍ରରୁ ଉନ୍ନତମାନର ଜାଆଁଳା ନେଇ ବର୍ତ୍ତମାନ ଅନେକ ଯୁବ ଚାଷୀ ନିଜେ ରୋଜଗାରକ୍ଷମ ହେବା ସହ ପରିବାର ପାଇଁ ରୋଜଗାର ସୃଷ୍ଟିରେ ସହାୟକ ହୋଇପାରୁଛନ୍ତି । ଅଧିକ ପଢନ୍ତୁ...

ଶିକ୍ଷିତ ଯୁବବର୍ଗଙ୍କୁ ଆକର୍ଷିତ କରୁଛି ମାଛଚାଷ

author img

By

Published : Aug 18, 2021, 2:09 PM IST

ବୌଦ୍ଧ:ସ୍ବାବଲମ୍ବୀ କରୁଛି ମାଛ ଚାଷ । ଓଡ଼ିଶାର ଅନ୍ୟତମ ପ୍ରମୁଖ ମାଛ ଜାଆଁଳା କେନ୍ଦ୍ରରୁ ଉନ୍ନତମାନର ଜାଆଁଳା ନେଇ ବର୍ତ୍ତମାନ ଅନେକ ଯୁବ ଚାଷୀ ନିଜେ ରୋଜଗାରକ୍ଷମ ହେବା ସହ ପରିବାର ପାଇଁ ରୋଜଗାର ସୃଷ୍ଟିରେ ସହାୟକ ହୋଇପାରୁଛନ୍ତି ।

ଶିକ୍ଷିତ ଯୁବବର୍ଗଙ୍କୁ ଆକର୍ଷିତ କରୁଛି ମାଛଚାଷ
ବର୍ତ୍ତମାନ ସମୟରେ ଯୁବପିଢ଼ି ସରକାରୀ ଚାକିରି ପଛରେ ନ ଧାଇଁ ବିଭିନ୍ନ ପନିପରିବା ଚାଷ, ଛେଳି ଗୋପାଳନ ଓ ମାଛ ଚାଷ ଭଳି ଲାଭଦାୟକ ପନ୍ଥା ଅବଲମ୍ବନ କରୁଛି । ଫଳରେ ନିଜେ ଆତ୍ମ ସ୍ବାବଲମ୍ବୀ ହୋଇ ରୋଜଗାରର ମାଧ୍ୟମ ବାଛିବା ସହ ଅନ୍ୟ କିଛି ପରିବାର ପାଇଁ ପରୋକ୍ଷରେ ରୋଜଗାର ସୃଷ୍ଟିରେ ସହାୟକ ହୋଇପାରୁଛି । ଆଉ ଏଥିରେ ସହାୟକ ହେଉଛି ବୌଦ୍ଧ ଜିଲ୍ଲାର ସର୍ବ ପୁରାତନ ସରକାରୀ ମାଛ ଫାର୍ମ ।

ଓଡ଼ିଶାର ପ୍ରତିଷ୍ଠିତ ଏହି ମାଛ ଫାର୍ମ ଏହାର ଜଳବାୟୁ ଓ ଉନ୍ନତ ମାନର ମାଛ ପାଇଁ ସ୍ବାଧୀନତା ପରବର୍ତ୍ତୀ କାଳରୁ ବେଶ ସୁନାମ ରଖିଆସିଛି । ବୌଦ୍ଧର ରଜାମୁଣ୍ଡା ଠାରେ ଛୋଟବଡ ୨୫ଟି ପୋଖରୀରେ ଏହି ମାଛ ଜାଆଁଳା ଓ ଚାଷ କେବଳ ଜିଲ୍ଲାର ମାଛ ଚାଷୀଙ୍କୁ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀମାନେ ଏଠାରୁ ମାଛ ଜାଆଁଳା ସଂଗ୍ରହ କରିଥାନ୍ତି । ତେବେ ବର୍ତ୍ତମାନ ସମୟରେ ଏହି ମାଛଚାଷ ପ୍ରତି ଶିକ୍ଷିତ ଯୁବବର୍ଗ ମଧ୍ୟ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି । ମାଛଚାଷ ଏକ ଲାଭଦାୟକ ମାଧ୍ୟମ ହୋଇ ଥିବାବେଳେ ବୌଦ୍ଧ ଜିଲ୍ଲାର ମଧୁର ଜଳ ମାଛ ଜାଆଁଳାର ଏକ ସ୍ବତନ୍ତ୍ର ପରିଚୟ ରହିଛି । ବର୍ତ୍ତମାନ ମାଛଚାଷ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ବୌଦ୍ଧ ମାଛ ଫାର୍ମରେ ପ୍ରତ୍ୟେକ ଦିନ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ମାଛଚାଷୀ ଏଠାରୁ ମାଛ ଜାଆଁଳା ସଂଗ୍ରହ କରୁଥିବା ଦେଖାଯାଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.