ବୌଦ୍ଧ: କୋରୋନା ନେଲା କୋଭିଡ ଯୋଦ୍ଧାଙ୍କ ଜୀବନ । ବୌଦ୍ଧ ଜିଲ୍ଲା ବୀରନରସିଂପୁରର ଜଣେ ସୁରକ୍ଷାକର୍ମୀଙ୍କର ଶନିବାର ଭୁବନେଶ୍ବରରେ କୋରୋନାରେ ମୃତ୍ୟୁ ଘଟିଛି । ତେବେ ଜିଲ୍ଲାରେ ଏହା ପ୍ରଥମ କୋରୋନା ମୃତ୍ୟୁ ବୋଲି ଜଣାପଡିଛି ।
ଶନିବାର ବୌଦ୍ଧରୁ 38 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ରେ ପହଞ୍ଚିଛି । ଏଥିସହ ବୌଦ୍ଧ ସହରରେ ଦୀର୍ଘ ଦିନ ବ୍ୟବଧାନ ପରେ ପୁଣି ବିଭିନ୍ନ ବସ୍ତିରୁ କୋରୋନା ପଜେଟିଭ ଚିହ୍ନଟ ପରେ ପୌର ପ୍ରଶାସନ ପକ୍ଷରୁ ପାଞ୍ଚଟି ବସ୍ତିକୁ ଆସନ୍ତା ୭୨ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।
ସେପଟେ ଶନିବାର ଜିଲ୍ଲାର ଜଣେ ସୁରକ୍ଷାକର୍ମୀଙ୍କ କୋରୋନାରେ ମୃତ୍ୟୁ ଘଟିଛି । ବୌଦ୍ଧ ବୀରନରସିଂପୁର ଗ୍ରାମର ଏହି କୋରୋନା ଯୋଦ୍ଧା ଭୁବନେଶ୍ବରରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସୁରକ୍ଷା ଦାୟିତ୍ବରେ ଥିଲେ । ତେବେ ତାଙ୍କ ମୃତ୍ୟୁ ଖବର ମିଳିବା ପରେ ବୀରନରସିଂପୁର ସହିତ ବୌଦ୍ଧ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ