ବୌଦ୍ଧ: ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମଙ୍ଗଳବାର ସଂଧ୍ୟା ପ୍ରାୟ ସାତଟା ବେଳେ ଅଗ୍ନିକାଣ୍ଡ ଘଟିଛି । ଡାକ୍ତରଖାନାର ପ୍ରସୂତୀ ଗୃହକୁ ଲାଗିଥିବା କୋଠରୀରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ମାନେ ଆତଙ୍କିତ ହୋଇ ଧାଁ ଦଉଡ ଆରମ୍ଭ କରିଥିଲେ । ଠିକ ସେହି ସମୟରେ ଜଣେ ଡାକ୍ତର ଓ ଜଣେ ଆଶାଦିଦି ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଇଲେକ୍ଟ୍ରି କନେକସନ କାଟି ଜଳୁଥିବା ନିଆଁରେ ପାଣି ଢାଳି ନିଆଁ ଲିଭାଇଥିଲେ ।
ଏହି ସମୟରେ ଡାକ୍ତରଖାନାରେ ଥିବା ସମସ୍ତ ରୋଗୀଙ୍କୁ ବାହାରକୁ କାଢି ନିଆଯାଇଥିଲା । ତେବେ ଉକ୍ତ ଗୃହରେ ଗ୍ୟାସଟାଙ୍କି ଥିଲେ ମଧ୍ୟ ଡାକ୍ତରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ କୌଣସି ଅଘଟଣ ହୋଇନଥିଲା । ତେବେ ନିମ୍ନ ମାନର ଇଲେକ୍ଟ୍ରି ୱାଇରିଂ ଯୋଗୁଁ ଏଭଳି ଅଘଟଣ ହୋଇଥିବା ଚର୍ଚ୍ଚା ହେଉଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ