ETV Bharat / state

ଅଦିନିଆ ବର୍ଷା ବୌଦ୍ଧରେ ଉଜାଡ଼ି ଦେଲା ଫସଲ - ବୌଦ୍ଧରେ ଅଦିନିଆ ବର୍ଷା

ଅଦିନିଆ ବର୍ଷା ଉଜାଡ଼ି ଦେଇଛି ଚାଷୀଙ୍କ ଫସଲ । ବୌଦ୍ଧ ଜିଲ୍ଲାରେ ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ଫସଲରେ କ୍ଷୟକ୍ଷତି ଘଟିଛି । ଧାନଚାଷ ଠାରୁ ନେଇ ପନିପରିବା ଓ ରବି ଫସଲ ଅନେକ ଅଞ୍ଚଳରେ ଉଜୁଡ଼ି ଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

farming destroyed due to heavy rains in boudh
ଅଦିନିଆ ବର୍ଷା ଉଜାଡ଼ି ଦେଲା ଫସଲ
author img

By

Published : Jan 14, 2022, 2:52 PM IST

ବୌଦ୍ଧ: ଅଦିନିଆ ବର୍ଷା ଉଜାଡ଼ି ଦେଇଛି ଚାଷୀଙ୍କ ଫସଲ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଥିବା ଯୋଗୁଁ ଚାଷୀମାନେ ପ୍ରଭାବିତ ହୋଇଛନ୍ତି । ସେପଟେ ବୌଦ୍ଧ ଜିଲ୍ଲାରେ ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ଫସଲରେ କ୍ଷୟକ୍ଷତି ଘଟିଛି । ଧାନଚାଷ ଠାରୁ ନେଇ ପନିପରିବା ଓ ରବି ଫସଲ ଅନେକ ଅଞ୍ଚଳରେ ଉଜୁଡ଼ି ଯାଇଥିବା ଅଭିଯୋଗ ହୋଇଛି ।

ଅଦିନିଆ ବର୍ଷା ଉଜାଡ଼ି ଦେଲା ଫସଲ

ବୌଦ୍ଧ ଜିଲ୍ଲାରେ ଗତ ଚାରି ଦିନ ଧରି ବିଭିନ୍ନ ସ୍ଥାନରେ ଝିପ ଝିପ ବର୍ଷା ଲାଗିରହିବା ସହ କୋହଲା ପାଗ ରହିଛି । ଜିଲ୍ଲାର ଆମ୍ବଝରୀ, ଗୁନ୍ଦୁଳିଆ, ଶଗଡା, ଲମ୍ବସରୀ ଭଳି କେତେକ ପଞ୍ଚାୟତର ଉପାନ୍ତ ଅଞ୍ଚଳରେ କରକାପାତ ହୋଇଥିବା ସୂଚନା ମିଳିଛି । ଜିଲ୍ଲାରେ ମଣ୍ଡି ସମସ୍ୟା ଦେଖାଦେଇଥିବାବେଳେ ଚାଷୀଙ୍କ ଧାନ ବାହାରେ ପଡ଼ି ରହିଛି । ଯାହାଫଳରେ ବ୍ୟାପକ ଧାନ ବର୍ଷାରେ ଓଦା ହୋଇ ନଷ୍ଟ ହୋଇଯାଇଛି ।

ସେହିପରି ପନିପରିବା ଚାଷୀଙ୍କ ପାଇଁ ବର୍ଷା ଚିନ୍ତାର କାରଣ ସାଜିଛି । ଏ ଦିଗରେ ପ୍ରଶାସନକୁ ତୁରନ୍ତ ଦୃଷ୍ଟି ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି । ଏଥିସହ ତୁରନ୍ତ ଏଥିପ୍ରତି ପଦକ୍ଷେପ ଗ୍ରହଣ ପାଇଁ ଚାଷୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.