ETV Bharat / state

ମଣ୍ଡିରୁ ଉଠୁନି ଧାନ, ସମବାୟ ସମିତିର ସମ୍ପାଦକଙ୍କୁ ତାଲା ପକାଇଲେ ଚାଷୀ - secretary

ବୌଦ୍ଧ କଣ୍ଟାମାଳ ବ୍ଲକର ସିମିଳିପଦର ମଣ୍ଡିରେ ଧାନ ନ ଉଠିବାକୁ ନେଇ ସମବାୟ ସମିତିର ସମ୍ପାଦକଙ୍କୁ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ । ଯେପର୍ଯ୍ୟନ୍ତ ନିଷ୍ପତ୍ତି ନ ହୋଇଛି ତାଲା ଖୋଲିବୁନି ବୋଲି କହିଛନ୍ତି ଚାଷୀ ।

ଡିଜାଇନ ଫଟୋ
author img

By

Published : Jun 18, 2019, 7:18 PM IST

ବୌଦ୍ଧ: ରବି ଧାନ ସଂଗ୍ରହ ନିମନ୍ତେ ଧାର୍ଯ୍ୟ 15 ଦିନ ପରେ ବି ମଣ୍ଡିରୁ ଉଠିନି ଧାନ । ଶେଷରେ ଉତ୍ୟକ୍ତ ଚାଷୀ ନେଲେ ଚରମ ନିଷ୍ପତ୍ତି । ସମବାୟ ସମିତିର ସମ୍ପାଦକଙ୍କୁ କୌଣସି ନିଷ୍ପତ୍ତି ନହେବା ଯାଏ ପକାଇଲେ ତାଲା । ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି ବୌଦ୍ଧ କଣ୍ଟାମାଳ ବ୍ଲକର ସିମିଳିପଦର ମଣ୍ଡିରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ସଂଗ୍ରହ ନିମନ୍ତେ ଦିନ ଧାର୍ଯ୍ୟ ହୋଇ ମିଲରଙ୍କ ଜରିଆରେ ମଣ୍ଡିରୁ ଧାନକ୍ରୟ ଜାରି ରହିଥିବା ବେଳେ କେତେକ ମଣ୍ଡିରୁ ଧାନ ଉଠା ଯାଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀଙ୍କ ଧାନକ୍ରୟ ମଙ୍ଗଳବାର ସୁଦ୍ଧା ନ ହେବାରୁ ସେମାନେ ଉତ୍ୟକ୍ତ ହୋଇ ସଂପାଦକଙ୍କୁ କାର୍ଯ୍ୟାଳୟ ମଧ୍ୟରେ ତାଲା ପକାଇ ଦେଇଛନ୍ତି ।

ଏପଟେ ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି ଯେ ସମବାୟ ସମିତି ପକ୍ଷରୁ ହୋଇଥିବା ମଣ୍ଡିରେ ଧାନକ୍ରୟ କରିବା କଥା, କିନ୍ତୁ ସେମାନେ କାହିଁକି କିଣୁ ନାହାନ୍ତି ବୁଝାହେଉନି । ଘଟଣା ଯାହା ହେଉ ନା କାହିଁକି ଏଭଳି ସ୍ଥିତିରେ ଚାଷୀମାନଙ୍କ ସମସ୍ୟା କିଭଳି ସମାଧାନ ହେବ ତାହା ହିଁ ଏବେ ବଡ ପ୍ରଶ୍ନ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ଉତ୍ୟକ୍ତ ଚାଷୀ ଶେଷରେ ଚରମ ନିଷ୍ପତ୍ତି ନେଇ ସମବାୟ ସମିତିର ସଂପାଦକଙ୍କୁ ତାଲା ଠୁଙ୍କିଲେ ।ରବିଧାନ ସଂଗ୍ରହ ନିମନ୍ତେ ଧାର୍ଯ୍ୟ ଦିନ ର ପନ୍ଦର ଦିନ ପରେ ମଧ୍ୟ ମଣ୍ଡିରୁ ଧାନ ନ ଉଠିବାରୁ ଚାଷୀ ଅନନ୍ୟୋପାୟ ହୋଇ ଶେଷରେ ଧାନକ୍ରୟ ମଣ୍ଡିର ସଂପାଦକଙ୍କୁ କୌଣସି ନିଷ୍ପତ୍ତି ନହେବା ଯାଏ ତାଲା ପକାଇ ରଖିଛନ୍ତି ।ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି ସିମିଳିପଦର ପ୍ୟାକ୍ସରେ ।

Body:ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ସଂଗ୍ରହ ନିମନ୍ତେ ଦିନ ଧାର୍ଯ୍ୟ ହୋଇ ମିଲରଙ୍କ ଜରିଆରେ ମଣ୍ଡିରୁ ଧାନକ୍ରୟ ଜାରି ରହିଥିବା ବେଳେ କେତେକ ମଣ୍ଡିରୁ ଧାନ ଉଠାଯାଉନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ।ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ସିମିଳିପଦର ମଣ୍ଡିରୁ ।ଚାଷୀଙ୍କ ଧାନକ୍ରୟ ମଙ୍ଗଳବାର ସୁଦ୍ଧା ନହେବାରୁ ସେମାନେ ଉତ୍ୟକ୍ତ ହୋଇ ସଂପାଦକଙ୍କୁ କାର୍ଯ୍ୟାଳୟ ମଧ୍ୟରେ ତାଲା ପକାଇ ଦେଇଛନ୍ତି ।ଏପଟେ ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି ଯେ ସମବାୟ ସମିତି ପକ୍ଷରୁ ହୋଇଥିବା ମଣ୍ଡିରେ ଧାନକ୍ରୟ କରିବା କଥା, କିନ୍ତୁ ସେମାନେ କାହିଁକି କିଣୁନାହାନ୍ତି ବୁଝାପଡୁନି ।ଘଟଣା ଯାହା ହେଉ ନା କାହିଁକି ଏଭଳି ସ୍ଥିତିରେ ଚାଷୀ ମାନଙ୍କ ସମସ୍ୟା କିଭଳି ସମାଧାନ ହେବ ତାହାହିଁ ଏବେ ବଡ ପ୍ରଶ୍ନ ।

Conclusion:ବାଇଟ-୧-ସଞ୍ଜୀବ କୁମାର ନାଏକ, ଚାଷୀ
ବାଇଟ-୨-ଅମ୍ବରୀଶ ବାଘ, ମଣ୍ଡି ସଂପାଦକ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.