ETV Bharat / state

ଛାଡ଼ିଲା ବର୍ଷା, ବଢିଲା ଦୁର୍ଦ୍ଦଶା: ବାଲିଚର ହେଲା ଚାଷଜମି - ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ନିବେଦନ

ଲଗାଣ ବର୍ଷା ପରେ ସଙ୍ଗୀନ ହୋଇଛି ବୌଦ୍ଧର ସ୍ଥିତି। ଅନେକ ପୋଖରୀ ଓ କେନାଲରେ ଘାଇ ସୃଷ୍ଟି ହୋଇ ଶହ ଶହ ଏକର ଚାଷଜମି ବାଲିଚର ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢିଛି। ଅଧିକ ପଢନ୍ତୁ

ବୌଦ୍ଧରେ ବାଲିଚର ହେଲା ଚାଷଜମି
ବୌଦ୍ଧରେ ବାଲିଚର ହେଲା ଚାଷଜମି
author img

By

Published : Aug 3, 2023, 5:39 PM IST

ବୌଦ୍ଧରେ ବାଲିଚର ହେଲା ଚାଷଜମି

ବୌଦ୍ଧ: ସାମୟିକ ଭାବରେ ଟଳିଲା ବନ୍ୟା ଆଶଙ୍କା । ବର୍ଷା ଛାଡିଥିଲେ ମଧ୍ୟ ଅନେକ ତଳିଆ ଅଞ୍ଚଳରେ ବନ୍ୟାଜଳ ବର୍ତ୍ତମାନ ମଧ୍ୟ ଛାଡି ନାହିଁ । ଅନେକ ପୋଖରୀ ଓ କେନାଲରେ ଘାଇ ସୃଷ୍ଟି ହୋଇ ଶହ ଶହ ଏକର ଚାଷଜମି ବାଲିଚର ହୋଇଛି । ଫଳରେ ବର୍ତ୍ତମାନ ଚାଷୀକୁଳ ଚିନ୍ତାରେ ପଡିଯାଇଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ 3 ଦିନ ଧରି ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନ ଜଳମଗ୍ନ ହୋଇଛି । ଗୁରୁବାର ବର୍ଷାର ପରିମାଣ କମ୍ ରହିଥିବାବେଳେ ଗତ 3 ଦିନର ବର୍ଷା ଯୋଗୁଁ ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି ।

ଏହି ଲଗାଣ ବର୍ଷା ଯୋଗୁଁ ବିଶେଷ ଭାବରେ ଚାଷ କାର୍ଯ୍ୟ ଅନେକାଂଶରେ କ୍ଷତିଗ୍ରସ୍ତ ହୋଇଛି । ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇ ଚାଷଜମିରେ ବାଲିଚର ହୋଇଯାଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ 3 ଦିନ ଧରି ପ୍ରବଳ ବର୍ଷା ଲାଗିରହିଥିଲା । ଗୁରୁବାର ବର୍ଷାର ପରିମାଣ ନଥିବା ବେଳେ ବର୍ଷା ଯୋଗୁଁ ବ୍ୟାପକ କ୍ଷତି ହୋଇଥିବା ସୂଚନା ମିଳିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ୩୯୦ରୁ ଉର୍ଦ୍ଧ୍ବ ମିଲିଲିଟର ବର୍ଷା ସର୍ବକାଳୀନ ରେକର୍ଡ଼ କରାଯାଇଛି।

ତେବେ ଜିଲ୍ଲାରେ ମହାନଦୀ ସମେତ ଅନ୍ୟାନ୍ୟ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିଲେ ମଧ୍ୟ ସେଭଳି କୌଣସି ବିପଦ ସୃଷ୍ଟି ହୋଇନାହିଁ। ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ ଅଞ୍ଚଳର ବର୍ଷା ପାଣି ଜମି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଏହାଦ୍ବାରା ଶହ ଶହ ଏକର ଚାଷଜମି ଗଭୀର ଭାବରେ ପ୍ରଭାବିତ ହୋଇଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବାହିତ ହୋଇ ଚାଷ ଜମିରେ ବ୍ୟାପକ କ୍ଷତି ହୋଇଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ...ଲଗାଣ ବର୍ଷାକୁ ନେଇ ଚିନ୍ତାରେ ଚାଷୀକୂଳ, ଚିଲିକାର ଭ୍ରମ ସୃଷ୍ଟି କରୁଛି ଚାଷଜମି

ହରଭଙ୍ଗା ବ୍ଲକର ବୀରନରସିଂହପୁର, ମଥୁରା, ସାମ୍ପୋଚ, ରାଧାନଗର, ବାମଣ୍ଡା ଭଳି କେତେକ ପଞ୍ଚାୟତରେ ବର୍ଷା ପାଣି ଯୋଗୁଁ ଚାଷ କାର୍ଯ୍ୟ ଗଭୀର ପ୍ରଭାବିତ ହୋଇଥିବା ଜଣାପଡିଛି । ଅନେକ ସ୍ଥାନରେ ପୋଖରୀ ଓ କେନାଲରେ ଘାଇ ସୃଷ୍ଟି ହୋଇ ଶହ ଶହ ଏକର ଚାଷଜମିରେ ବାଲି ମାଡ଼ି ଯାଇଛି । ଫଳରେ ବର୍ତ୍ତମାନ ଚାଷୀକୂଳ ଚିନ୍ତାରେ ପଡିଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ଅଞ୍ଚଳରେ କୌଣସି ବିଭାଗର ସରକାରୀ କର୍ମଚାରୀ ପହଞ୍ଚି ନଥିବାରୁ ଏନେଇ ଚାଷୀମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.