ETV Bharat / state

ନାଳରେ ହଠାତ ବନ୍ୟା ଜଳ ଆସିବାରୁ ଭାସିଗଲେ ଚାଷୀ - ବନ୍ୟା ଜଳ

ବର୍ଷା ଯୋଗୁଁ ନାଳରେ ହଠାତ ବନ୍ୟା ଜଳ ଆସିବାରୁ ଅସାବଧାନତା ଯୋଗୁଁ ବୁଡିଗଲେ ଚାଷୀ । ସେପଟେ ଗୋଟିଏ ପରିବାରକୁ ଗାଁରେ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ..

ହଠାତ ବନ୍ୟା ଜଳ ଆସିବାରୁ ଭାସିଗଲେ ଚାଷୀ
ହଠାତ ବନ୍ୟା ଜଳ ଆସିବାରୁ ଭାସିଗଲେ ଚାଷୀ
author img

By

Published : Jul 15, 2020, 10:19 PM IST

ବୌଦ୍ଧ: ପଲସାଗୋରା ପଞ୍ଚାୟତ ଅନ୍ତର୍ଗତ ଝିଙ୍କେରପାଲି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ସୂଚନା ମୁତାବକ ମନମୁଣ୍ଡା ଥାନା ଅନ୍ତର୍ଗତ ଝିଙ୍କେରପାଲି ଗାଁର ଗରିବ ଚାଷୀ ତହସିଲ ସୁନା ଗାଧୋଇବାକୁ ଯାଇ ଗାଁ ନିକଟସ୍ଥ ହାତୀପଥର ନାଳରେ ବୁଡି ଯାଇଥିଲେ । ନାଳରେ ବର୍ଷା ଯୋଗୁଁ ହଠାତ ବନ୍ୟା ଜଳ ଆସିଥିବା ବେଳେ ଚାଷୀ ଜଣକ ଅସାବଧାନତାବଶତଃ ପାଣିରେ ବୁଡି ଯାଇଥିଲେ ।

ହଠାତ ବନ୍ୟା ଜଳ ଆସିବାରୁ ଭାସିଗଲେ ଚାଷୀ

କଣ୍ଟାମାଳ ଅଗ୍ନିଶମ ବିଭାଗ ସହାୟତାରେ ଗ୍ରାମବାସୀ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ପରେ ପ୍ରାୟ ୨୪ ଘଣ୍ଟା ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିଲା ।

ସେପଟେ ବାଉଁଶୁଣୀ ଥାନା ଅନ୍ତର୍ଗତ ମୁଣ୍ଡିପଦର ପଞ୍ଚାୟତ କୁଲୁତାଖଲି ଗାଁର ଏକ ଅସହାୟ ପରିବାରକୁ ଗାଁର କିଛି ଲୋକ ବାସନ୍ଦ ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.