ETV Bharat / state

ଚାଷୀଙ୍କୁ ଘାରିଛି ଫସଲ ଚିନ୍ତା, ପତ୍ରପୋଡା ରୋଗ କବଳରେ ଧାନ - ବୌଦ୍ଧ

ବନ୍ୟା ଓ ସାରର ଅସୁବିଧା ପରେ ଏବେ ଚାଷୀଙ୍କୁ ପତ୍ରପୋଡା ରୋଗର ଚିନ୍ତା ଘାରିଛି । ପ୍ରଥମେ ବନ୍ୟା ଓ ଏହାପରେ ସାରର କଳାବଜାର । ଆଉ ଏବେ ଧାନରେ ପତ୍ରପୋଡା ରୋଗ ଚାଷୀଙ୍କୁ ଚିନ୍ତାରେ ପକାଇଛି ।

ଚାଷୀଙ୍କୁ ଘାରିଛି ଫସଲ ଚିନ୍ତା, ପତ୍ରପୋଡା ରୋଗ କବଳରେ ଧାନ

author img

By

Published : Sep 24, 2020, 4:56 PM IST

ବୌଦ୍ଧ: ବନ୍ୟା ଓ ସାରର ଅସୁବିଧା ପରେ ଏବେ ଚାଷୀଙ୍କୁ ପତ୍ରପୋଡା ରୋଗର ଚିନ୍ତା ଘାରିଛି । ପଞ୍ଚାୟତ ସ୍ତରରେ ଥିବା କୃଷି କ୍ଷେତ୍ର କର୍ମଚାରୀଙ୍କ ଦେଖା ନଥିବା ବେଳେ କୃଷି ଅଧିକାରୀ ଚାଷୀଙ୍କ ପାଇଁ ଅଧା ଦାମରେ ଔଷଧ ଯୋଗାଇ ଦିଆଯାଉଥିବା ସୂଚନା ଦେଇଛନ୍ତି ।

ଚାଷୀଙ୍କୁ ଘାରିଛି ଫସଲ ଚିନ୍ତା, ପତ୍ରପୋଡା ରୋଗ କବଳରେ ଧାନ

ପ୍ରଥମେ ବନ୍ୟା ଓ ଏହାପରେ ସାରର କଳାବଜାର । ଆଉ ଏବେ ଧାନରେ ପତ୍ରପୋଡା ରୋଗ ଚାଷୀଙ୍କୁ ଚିନ୍ତାରେ ପକାଇଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ବର୍ତ୍ତମାନ ପତ୍ରପୋଡା ରୋଗ ବ୍ୟାପିବାରେ ଲାଗିଛି । ବନ୍ୟା ପରେ କିଛି ବଞ୍ଚି ଯାଇଥିବା ଧାନ ଚାଷକୁ ନେଇ ଚାଷୀ ଧାର କରଜ ସୁଝିବାକୁ ଲକ୍ଷ୍ୟ ରଖିଥିବା ବେଳେ ବର୍ତ୍ତମାନ ଧାନରେ ପତ୍ରପୋଡା ରୋଗ ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି।

ସେପଟେ ଏଭଳି ସମୟରେ ମଧ୍ୟ କୃଷି ବିଭାଗର କ୍ଷେତ୍ର କର୍ମଚାରୀ କିମ୍ବା ଅଧିକାରୀଙ୍କ ଦେଖା ନଥିବା ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ଏନେଇ କୃଷି ଅଧିକାରୀ ପ୍ରତିକ୍ରିୟା ରଖିବା ସହ ଚାଷୀଙ୍କୁ ରିହାତିରେ ଔଷଧ ଯୋଗାଇ ଦିଆଯିବା କଥା କହିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.