ETV Bharat / state

ସାର କଳାବଜାରୀ ନେଇ କୃଷି କର୍ମଚାରୀଙ୍କୁ ଘେରିଲେ ଚାଷୀ - bamanda latest news

ୟୁରିଆ ସାରର ବ୍ୟାପକ କଳାବଜାରକୁ ନେଇ ଏଆରସିଏସ ଓ କୃଷି ଅଧିକାରୀଙ୍କ ଭୂମିକା ନେଇ ଅସନ୍ତୋଷ ଚାଷୀ । ବୁଧବାର ଦିନ ତମାମ କୃଷି କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସାରର କଳାବଜାର ବିରୁଦ୍ଧରେ କୃଷି କର୍ମଚାରୀଙ୍କୁ ବନ୍ଦୀ କଲେ ଚାଷୀ

author img

By

Published : Sep 10, 2020, 7:43 AM IST

ବୌଦ୍ଧ: ୟୁରିଆ ସାରର ବ୍ୟାପକ କଳାବଜାରକୁ ନେଇ ଏଆରସିଏସ ଓ କୃଷି ଅଧିକାରୀଙ୍କ ଭୁମିକା ନେଇ ଅସନ୍ତୋଷ ଚାଷୀ । ବୁଧବାର ଦିନ ତମାମ କୃଷି କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେପଟେ କୃଷି ଅଧିକାରୀ ସାର ଯୋଗାଣରେ ଏଆରସିଏସଙ୍କ ଭୂମିକା ଆଡକୁ ଆଙ୍ଗୁଠି ଉଠାଇଛନ୍ତି ।

ସାରର କଳାବଜାର ବିରୁଦ୍ଧରେ କୃଷି କର୍ମଚାରୀଙ୍କୁ ବନ୍ଦୀ କଲେ ଚାଷୀ

ୟୁରିଆ ସାରର କଳାବଜାର ବିରୁଦ୍ଧରେ ବୁଧବାର ପୁଣି ତାତିଲେ ବୌଦ୍ଧ ଜିଲ୍ଲାର ଚାଷୀ । ବୁଧବାର ବାମଣ୍ଡା ପଞ୍ଚାୟତର ତିନି ଚାରି ଖଣ୍ଡ ଗ୍ରାମର ଅସନ୍ତୋଷ ଚାଷୀ ୟୁରିଆ ସାରର କଳାବଜାର ପାଇଁ ଏଆରସିଏସ ଓ କୃଷି ଅଧିକାରୀଙ୍କୁ ଦାୟୀ କରି କୃଷି କାର୍ଯ୍ୟାଳୟରେ ତାଲା ପକାଇ ଦିନ ତମାମ ବିଭାଗୀୟ କର୍ମଚାରୀଙ୍କୁ ଏକ ପ୍ରକାର ବନ୍ଦୀ କରି ରଖିଥିଲେ । ଖବର ପାଇ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ ।

ତେବେ କୃଷି ଅଧିକାରୀ ଚାଷୀଙ୍କ ଆକ୍ରୋଶ ଏଆରସିଏସଙ୍କ ଭୂମିକା ଆଡକୁ ଆଙ୍ଗୁଠି ଉଠାଇଥିଲେ । ତେବେ ଜିଲ୍ଲାରେ ୪୨ ଗୋଟି ସମବାୟ ସମିତି ରହିଥିଲେ ମଧ୍ୟ ଏଆରସିଏସଙ୍କ ଅପାରଗତା ଯୋଗୁଁ ଅଧିକାଂଶ ମଣ୍ଡିରେ ୟୁରିଆ ସାର ବିକ୍ରି ହେଉନଥିବା ସୂଚନା ମିଳିଛି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.