ETV Bharat / state

ମିଳୁନି ଉଚିତ ପ୍ରାପ୍ୟ,ବିଭାଗୀୟ ଅଫିସ ଦୌଡିଦୌଡି ସର୍ବସ୍ବାନ୍ତ ଚାଷୀ - farmer protest for right in boudh

ସିମିଳିପଦର ଗାଁରେ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ସବସିଡି ଆକାରରେ ବନ୍ଧ ଖୋଳିବା ନିମନ୍ତେ ସରକାରୀ ଯୋଜନାରେ କରାଯାଇଥିଲା ସାମିଲ। ହେଲେ ଠିକ ସମୟରେ ମିଳୁନି ପ୍ରାପ୍ୟ । ଏନେଇ ବିଭାଗୀୟ ଅଫିସ ଦୌଡିଦୌଡି ସର୍ବସ୍ବାନ୍ତ ହେଲେଣି ଚାଷୀ ।

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ
author img

By

Published : Oct 1, 2019, 4:14 AM IST

ବୌଦ୍ଧ: ଉଦ୍ୟାନ ବିଭାଗ ପକ୍ଷରୁ ମିଳିଥିବା ଫାର୍ମପଣ୍ଡ ବା ମୋ ପୋଖରୀ ଯୋଜନାରେ ଖୋଳା ଯାଇଥିବା ବନ୍ଧର ମିଳିନି ପ୍ରାପ୍ୟ । ଦୀର୍ଘ ଛ'ମାସ ହୋଇ ସାରିଥିଲେ ମଧ୍ୟ ମିଳି ନଥିବା ଅଭିଯୋଗ ହୋଇଛି । ଏପଟେ ପ୍ରାପ୍ୟ ପାଇଁ ବାରମ୍ବାର ବିଭାଗକୁ ଦୌଡିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ସିମିଳିପଦର ଗାଁରେ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ସବସିଡି ଆକାରରେ ବନ୍ଧ ଖୋଳିବା ନିମନ୍ତେ ସରକାରୀ ଯୋଜନାରେ ସାମିଲ କରାଯାଇଥିଲା । ବନ୍ଧ ପିଛା ଏକ ଲକ୍ଷ ଟଙ୍କାରୁ ପଚାଶ ହଜାର ଟଙ୍କା ସରକାରୀ ରିହାତି ଆକାରରେ ହିତାଧିକାରୀଙ୍କୁ ମିଳିବା ପାଇଁ ବ୍ୟବସ୍ଥା ହୋଇଥିଲା। ବନ୍ଧ ଖୋଳା ଯିବାର ଏତେମାସ ବିତିଯାଇଥିଲେ ମଧ୍ୟ ହିତାଧିକାରୀଙ୍କୁ ଉକ୍ତ ସବସିଟି ଅର୍ଥ ମିଳିନଥିବା ଅଭିଯୋଗ ହୋଇଛି ।

ଏନେଇ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ ପାଇଁ ଦିନ ପରେ ଦିନ ଗଡାଉଥିଲେ ମଧ୍ୟ ବିଭାଗ ରାଜ୍ୟ ସ୍ତରରେ ସମସ୍ୟା ରହିଥିବା ସୂଚନା ଦେଇଛନ୍ତି । ଫାର୍ମପଣ୍ଡ ଦ୍ବାରା ଭଲ ଚାଷ ସହିତ ଅଏଲପାମ ଗଛ ଚାଷ କରିଥିବା ଏହି ଚାଷୀ ମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବାକୁ ହିତାଧିକାରୀ ମାନେ ଦାବି କରିଛନ୍ତି । ଦୀର୍ଘ ଛମାସ ପରେ ମଧ୍ୟ ମିଳିପାରୁନି ଫାର୍ମପଣ୍ଡ ସବସିଡି ଅର୍ଥ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଉଦ୍ୟାନ ବିଭାଗ ପକ୍ଷରୁ ମିଳିଥିବା ଫାର୍ମପଣ୍ଡ ବା ମୋ ପୋଖରୀ ଯୋଜନା ରେ ଖୋଳା ଯାଇଥିବା ବନ୍ଧ ର ପ୍ରାପ୍ୟ ଦୀର୍ଘ ଛମାସ ହୋଇ ସାରିଥିଲେ ମଧ୍ୟ ମିଳି ନଥିବା ଅଭିଯୋଗ ହୋଇଛି ।ଏପଟେ ପ୍ରାପ୍ୟ ପାଇଁ ବାରମ୍ବାର ବିଭାଗକୁ ଦୌଡିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ସିମିଳିପଦର ଗାଁରେ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ସବସିଡି ଆକାରରେ ବନ୍ଧ ଖୋଳିବା ନିମନ୍ତେ ସରକାରୀ ଯୋଜନାରେ ସାମିଲ କରାଯାଇଥିଲା ।ବନ୍ଧ ପିଛା ଏକ ଲକ୍ଷ ଟଙ୍କାରୁ ପଚାଶ ହଜାର ଟଙ୍କା ସରକାରୀ ରିହାତି ଆକାରରେ ହିତାଧିକାରୀଙ୍କୁ ମିଳିବା ପାଇଁ ବ୍ୟବସ୍ଥା ଥିବା ବେଳେ ବନ୍ଧ ଖୋଳା ଯିବାର ଛମାସ ବିତିଯାଇଥିଲେ ମଧ୍ୟ ହିତାଧିକାରୀଙ୍କୁ ଉକ୍ତ ସବସିଟି ଅର୍ଥ ମିଳିନଥିବା ଅଭିଯୋଗ ହୋଇଛି ।ଏନେଇ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ ପାଇଁ ଦିନ ପରେ ଦିନ ଗଡାଉଥିଲେ ମଧ୍ୟ ବିଭାଗ ରାଜ୍ୟ ସ୍ତରରେ ସମସ୍ୟା ରହିଥିବା ସୂଚନା ଦେଇଛନ୍ତି ।ଫାର୍ମପଣ୍ଡ ଦ୍ବାରା ଭଲ ଚାଷ ସହିତ ଅଏଲପାମ ଗଛ ଚାଷ କରିଥିବା ଏହି ଚାଷୀ ମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବାକୁ ହିତାଧିକାରୀ ମାନେ ଦାବୀ କରିଛନ୍ତି ।

Body:ଦୀର୍ଘ ଛମାସ ପରେ ମଧ୍ୟ ମିଳିପାରୁନି ଫାର୍ମପଣ୍ଡ ସବସିଡି ଅର୍ଥ ।

Conclusion:ବାଇଟ-୧-ବୁଦ୍ଧିମାନ କ୍ଷେତୀ,ହିତାଧିକାରୀ
ବାଇଟ-୨-ତପସ୍ବିନୀ କର୍ମୀ, ହିତାଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.