ETV Bharat / state

ଉଦ୍ୟାନ ବିଭାଗ ଅବହେଳାରୁ ହତାଶ ଚାଷୀକୂଳ

ବୌଦ୍ଧର ବ୍ଲକ ଆମ୍ବଝରୀ ପଞ୍ଚାୟତ ନେନ୍ଦନ ଗ୍ରାମରେ ଚାଷୀଙ୍କ ଦୁଃଖ । ଚାଷୀଙ୍କୁ ଫଳ ଚାଷ କରିବାକୁ ଉଦ୍ୟାନ ବିଭାଗ ପ୍ରବର୍ତ୍ତାଇଥିବା ବେଳେ ଏପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିନାହିଁ। ଯାହାକୁ ନେଇ ଅସନ୍ତୁଷ୍ଟ ଥିବା ଚାଷୀ ଆତ୍ମହତ୍ୟା କରିବାକୁ ଧମକ ଦେଇଛି।

ଫଟୋ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ
author img

By

Published : Sep 24, 2019, 10:04 AM IST

ବୌଦ୍ଧ: ଚାଷୀଙ୍କୁ ପ୍ରଲୋଭନ ଦେଖାଇ ହଇରାଣ କରାଯାଉଥିବା ଅଭିଯୋଗ । ଏବେ ଅନ୍ୟ ଉପାୟ ନପାଇ ଚାଷୀ ଚାଷ ସବୁ ଜାଳିପୋଡି ନିଜେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛି । ବୌଦ୍ଧ ଜିଲ୍ଲା ଉଦ୍ୟାନ ବିଭାଗରେ ଚାଷୀଙ୍କୁ ହଇରାଣ କରାଯିବା ସହ ତାଙ୍କୁ ଆର୍ଥିକ ସହାୟତାକୁ ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଛି।

ବୌଦ୍ଧ ବ୍ଲକର ଆମ୍ବଝରୀ ପଞ୍ଚାୟତ ନେନ୍ଦନ ଗ୍ରାମର ଏ ଘଟଣା । ଏଠାରେ ଧାନ ଓ ରବି ଫସଲ ଚାଷ କରୁଥିବା ଚାଷୀଙ୍କୁ ଉଦ୍ୟାନ ବିଭାଗ ପକ୍ଷରୁ ଆମ୍ବ, ଲେମ୍ବୁ, କମଳା, ପିଜୁଳି ଆଦି ଫଳ ଚାଷ କରିବା ପାଇଁ ପ୍ରବର୍ତ୍ତା ଯାଇଥିଲା । ଏଥିପାଇଁ ଉଦ୍ୟାନ ସାଥି ସହାୟତା କରିବା ସହ ଆର୍ଥିକ ସହାୟତା କରିବାକୁ ଚାଷୀଙ୍କୁ କୁହାଯାଇଥିଲା। ତେବେ ଦୀର୍ଘ ଦିନ ବିତିଗଲା ପରେ ମଧ୍ୟ ଏଠାକୁ ନା କୌଣସି ଉଦ୍ୟାନ ସାଥୀଙ୍କ ଦେଖା ମିଳିଲା ନା କୌଣସି ଆର୍ଥିକ ସହାୟତା ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

ଫଳରେ ଏବେ ଉଦ୍ୟାନ ଚାଷ କରିଥିବା ଚାଷୀ ଭାଙ୍ଗି ପଡିଛନ୍ତି। ଆଉ ଯଦି ଏସମ୍ପର୍କରେ ବିଭାଗ କୌଣସି ସହାୟତା ନକରେ ତେବେ ଚାଷ କରିଥିବା ସମସ୍ତ ଗଛକୁ ପୋଡିଦେଇ ନିଜେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଚାଷୀ ଙ୍କୁ ପ୍ରଲୋଭନ ଦେଖାଇ ହଇରାଣ କରାଯାଉଥିବା ଅଭିଯୋଗ ।ଏବେ ଅନନ୍ୟୋପାୟ ହୋଇ ଚାଷୀ ଗଛ ସବୁ ଜାଳିପୋଡି ନିଜେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ।
ବୌଦ୍ଧ ଜିଲ୍ଲାର ଉଦ୍ୟାନ ବିଭାଗରେ ଚାଷୀ ଙ୍କୁ ହଇରାଣ କରାଯିବା ସହ ତାଙ୍କ ଆର୍ଥିକ ସହାୟତା କୁ ପ୍ରଦାନ କରାଯାଉନଥିବା ଅଭିଯୋଗ କରିଛନ୍ତି ଚାଷୀ ।ଘଟଣା ହେଉଛି ବୌଦ୍ଧ ବ୍ଲକ ଆମ୍ବଝରୀ ପଞ୍ଚାୟତ ନେନ୍ଦନ ଗ୍ରାମର ।ଏଠାରେ ଧାନ ଓ ରବି ଫସଲ ଚାଷ କରୁଥିବା ଜନୈକ ଚାଷୀ ଙ୍କୁ ଉଦ୍ୟାନ ବିଭାଗ ପକ୍ଷରୁ ଆମ୍ବ, ଲେମ୍ବୁ, କମଳା,ପିଜୁଳି ଆଦି ଫଳ ଚାଷ କରିବା ପାଇଁ ପ୍ରବର୍ତ୍ତା ଯାଇଥିଲା ।ଏଥିପାଇଁ ଉଦ୍ୟାନ ସାଥି ସହାୟତା କରିବା ସହ ଆର୍ଥିକ ସହାୟତା କରିବାକୁ ଚାଷୀଙ୍କୁ କୁହାଯାଇଥିଲା ।କିନ୍ତୁ ଦୀର୍ଘ ଦିନ ବିତିଗଲା ପରେ ମଧ୍ୟ ଏଠାକୁ ନା କୌଣସି ଉଦ୍ୟାନ ସାଥୀ ଙ୍କ ଦେଖା ମିଳିଲା ନା କୌଣସି ଆର୍ଥିକ ସହାୟତା ମିଳିଲା ।ଫଳରେ ଏବେ ଉଦ୍ୟାନ ଚାଷ କରିଥିବା ଚାଷୀ ଭାଙ୍ଗି ପଡିଛନ୍ତି ।ଆଉ ଯଦି ଏସମ୍ପର୍କରେ ବିଭାଗ କୌଣସି ସହାୟତା ନକରେ ତେବେ ଚାଷ କରିଥିବା ସମସ୍ତ ଗଛକୁ ପୋଡିଦେଇ ନିଜେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ।

Body:ଉଦ୍ୟାନ ବିଭାଗର ଅବହେଳାରୁ ଚାଷୀ କୂଳ ହତାଶ ।

Conclusion:ବାଇଟ-୧-ଜାତକ ପ୍ରଧାନ,ହିତାଧିକାରୀ
ବାଇଟ-୨-ଦେବାର୍ଚ୍ଚନ ପ୍ରଧାନ, ଯୁବଚାଷୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.