ETV Bharat / state

ଫସଲ ଉଜୁଡିବା ଭୟରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ - ଫସଲ ଉଜୁଡିବା ଭୟ

ବୌଦ୍ଧ ଜିଲ୍ଲା ଶଙ୍କୁଲେଇ ପଞ୍ଚାୟତ ରାଉତପଡା ଗାଁରେ ଅଭାବନୀୟ ଘଟଣା । ଫସଲ ଉଜୁଡିବା ଭୟରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ । ଅଧିକ ପଢନ୍ତୁ..

damage crops
ଫସଲ ଉଜୁଡିବା ଭୟରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ
author img

By

Published : Feb 15, 2020, 2:42 PM IST

ବୌଦ୍ଧ: ଫସଲ ଉଜୁଡିବା ଭୟରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଶଙ୍କୁଲେଇ ପଞ୍ଚାୟତ ରାଉତପଡା ଗାଁରେ । ଧାର କରଜ କରି 2 ଏକର ଜମିରେ ଚାଷ କରିଥିବା ବେଳେ ପନିପରିବା ର ଉଜୁଡିଯିବା ଆଶଙ୍କାରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଉକ୍ତ ଗାଁର ରଞ୍ଜନ । ସେପଟେ, ରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ହରଭଙ୍ଗା ଉପ-ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଫସଲ ଉଜୁଡିବା ଭୟରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ରାଉତପଡା ଗାଁର ଚାଷୀ ରଞ୍ଜନ ବାଘ ଓ ଅନ୍ୟ କେତେକ ଚାଷୀ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ପନିପରିବା ଚାଷ କରିଥିଲେ। କିନ୍ତୁ ଗତ କିଛିଦିନ ତଳେ ଟ୍ରାନ୍ସଫର୍ମର ପୋଡି ଯିବାରୁ ଜମିରେ ଜଳ ଯୋଗାଇ ପାରିନଥିଲେ । ସେପଟେ, ଏହି ଘଟଣା ପରେ ଟ୍ରାନ୍ସଫର୍ମର ସ୍ଥାପନା ନିମନ୍ତେ ଉଚ୍ଚ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ବୌଦ୍ଧ ସାଉଥକୋ ଏସଡିଓ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.