ETV Bharat / state

ମଣ୍ଡିରେ 23ଦିନ ଅପେକ୍ଷା କରି ଅଖିବୁଜିଲେ ଚାଷୀ ! କମ୍ପୁଛି ବିଧାନସଭା, ଯୋଗାଣ ଅଧିକାରୀ କହିଲେ ଆମ ପାଖରେ ଖବର ନାହିଁ

ଧାନ ବିକ୍ରି ପାଇଁ ଦୀର୍ଘ ୨୩ ଦିନ ଅପେକ୍ଷା କରିଥିଲେ । ମଣ୍ଡିରୁ ଧାନ ଉଠିବା ପୂର୍ବରୁ ନିଜେ ଉଠିଗଲେ । ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଗ୍ରାମପଞ୍ଚାୟତର ଜମଘାଟି ଗ୍ରାମରେ ଅଭାବନୀୟ ଘଟଣା । ଅଧିକ ପଢ଼ନ୍ତୁ

author img

By

Published : Feb 25, 2023, 4:56 PM IST

ବୌଦ୍ଧରେ ଚାଷୀଙ୍କ ମୃତ୍ୟୁ
farmer dies in mandi
ଧାନ ବିକ୍ରି ପାଇଁ ଉପେକ୍ଷା କରିଥିଲେ

ବୌଦ୍ଧ: ଧାନ ବିକ୍ରି ପାଇଁ ମଣ୍ଡିକୁ ଯାଇଥିଲେ । ଟୋକନ ପାଇ ଦୀର୍ଘ ୨୩ ଦିନ ହେବ ମଣ୍ଡିରେ ଜଗି ରହିଥିଲେ । ହେଲେ ମଣ୍ଡିରୁ ଧାନ ଉଠିବା ପୂର୍ବରୁ ନିଜେ ଉଠିଗଲେ । ମଣ୍ଡିିରେ ହିଁ ଟଳିପଡ଼ିଲେ ଚାଷୀ । ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଗ୍ରାମପଞ୍ଚାୟତର ଜମଘାଟି ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଚାଷୀ ଜଣକ ହେଉଛନ୍ତି ଧରଣୀ ମେହେର ।

ଧାର କରଜ କରି ଧାନ ଚାଷ କରିଥିଲେ । ଅମଳ ପରେ ଧାନ ବିକ୍ରି କରିବା ପାଇଁ ଟୋକନ ମଧ୍ୟ ମିଳିଥିଲା । ତେଣୁ ଧାନ ବିକ୍ରି ପାଇଁ ମଣ୍ଡିରେ ଜଗି ବସିଥିଲେ ଧରଣୀ ମେହେର । ରାତିଦିନକୁ ଖାତିର ନକରି ଦୀର୍ଘ ୨୩ ଦିନ ହେବ ଧାନ ବିକିବା ନେଇ ଅପେକ୍ଷା କରିଥିଲେ । ହେଲେ ଧାନ ନଉଠିବାରୁ ଚିନ୍ତିତ ଥିଲେ ଧରଣୀ ମେହେର । ତେଣୁ ମଣ୍ଡିରେ ହିଁ ସେ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ସାରା ଜିଲ୍ଲାରେ ଦୁଃଖର ଛାୟା ଖେଳାଇ ଦେଇଛି । ଧରଣୀଙ୍କ ମୃତ୍ୟୁ ଘଟଣା ବିଧାନସଭାରେ ଝଡ ସୃଷ୍ଟି କରିଥିବା ବେଳେ ବୌଦ୍ଧ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟରେ ଏଭଳି କୌଣସି ସୂଚନା ନଥିବା ସେ କହିଛନ୍ତି ।

ସୂଚନାରୁ ପ୍ରକାଶ, ଧାନବିକ୍ରିର ଟାର୍ଗେଟ ସରିବାକୁ ବସିଲାଣି । କିନ୍ତୁ ଜିଲ୍ଲାର ଅନେକ ମଣ୍ଡିରେ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ପଡ଼ିରହିଛି । ଚାଷୀ ଟୋକନ ପାଇ ମଧ୍ୟ ମଣ୍ଡିରୁ ଧାନ ଉଠାଯାଇନାହିଁ । ଫଳରେ ଚିନ୍ତାରେ ପଡ଼ିଛନ୍ତି ଚାଷୀ । କଙ୍କଡାକୁ ଗୋଳିଆ ପାଣି ସୁହାଇଲା ଭଳି କେତେକ ଦଲାଲ ଓ ଦୁର୍ନୀତି ଗ୍ରସ୍ତ ସମବାୟ କର୍ମଚାରୀ ବର୍ତ୍ତମାନ ଚାଷୀଙ୍କୁ ଲୁଟୁଥିବା ଅଭିଯୋଗ ହୋଇଛି । ଚାଷୀ ବାଧ୍ୟ ହୋଇ ମଣ୍ଡିରେ ଧାନ ବିକ୍ରି କରିନପାରି ଦଲାଲ ନିକଟରେ ଧାନବିକ୍ରି କରି ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ ପଡୁଛି । କଣ୍ଟାମାଳ, ହରଭଙ୍ଗା ଓ ବୌଦ୍ଧ ବ୍ଲକର ବିଭିନ୍ନ ଧାନ ମଣ୍ଡିରେ ଏଭଳି ସମସ୍ୟା ଲାଗିରହିଛି । ଚାଷୀ ଜାନୁଆରୀ ମାସରୁ ଟୋକନ ପାଇଥିଲେ ମଧ୍ୟ ଧାନବିକ୍ରି ହୋଇପାରୁ ନାହିଁ ।

ଜିଲ୍ଲାରେ ଟୋକନ ପାଇଥିବା ଚାଷୀଙ୍କ ନିକଟରୁ ତିରିଶ କ୍ବିଣ୍ଟାଲ ଧାନକ୍ରୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଅନେକ ସ୍ଥାନରେ ସମବାୟ ସମିତିର ସମ୍ପାଦକଙ୍କ ଅବହେଳା ମନୋଭାବ ଯୋଗୁଁ ଖରା କାକରରେ ଧାନ ପଡି ନଷ୍ଟ ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ବିଶେଷ ଭାବରେ ତେଲିବନ୍ଧ ଓ ବଢିଗାଁ ମଣ୍ଡି ଅନ୍ତର୍ଗତ ମୁର୍ଷୁଣ୍ଢି ଧାନକ୍ରୟ କେନ୍ଦ୍ରରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ ହୋଇଛି । ରାତିର ଅନ୍ଧକାରରେ ଦଲାଲ ଓ ବେପାରୀ ଧାନବିକ୍ରି କରିବାରେ ଲାଗି ପଡୁଛନ୍ତି । ଏହି ଅଭିଯୋଗ ମିଳିବା ପରେ ଶୁକ୍ରବାର ରାତିରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଉପଜିଲ୍ଲାପାଳ ରବୀନ୍ଦ୍ର କହଁର, ଯୋଗାଣ ଅଧିକାରୀ ପ୍ରମୁଖ ମୁର୍ଷୁଣ୍ଢି ଓ ବୀରନରସିଂପୁର ଧାନ ମଣ୍ଡିରେ ଚଢାଉ କରିଥିଲେ ।ଏଭଳି ଚଢ଼ାଉ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଜାରି ରହିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.