ETV Bharat / state

ଅଧର୍ମ ଉପରେ ଧର୍ମର ବିଜୟ, କଂସବଦ୍ଧ ପରେ ବୌଦ୍ଧ ଧନୁଯାତ୍ରା ଉଦଯାପିତ - ଧନୁଯାତ୍ରା ଲୋକ କଳା

Boudha Dhanuyatra Ends: ବୌଦ୍ଧ ଜିଲ୍ଲାରେ ଦୀର୍ଘ ସାତ ଦିନ ଧରି ଚାଲିଥିବା ଧନୁଯାତ୍ରା ଆଜି ଉଦଯାପିତ ହୋଇଛି । ଦ୍ଵାପର ଯୁଗର ଶ୍ରୀକୃଷ୍ଣଙ୍କ ବିଭିନ୍ନ କଥାବସ୍ତୁକୁ ନେଇ ପାରମ୍ପରିକ ଲୋକ ନାଟକ ପରିବେଷିତ ହେଉଥିଲା । ଅଧିକ ପଢନ୍ତୁ

ବୌଦ୍ଧ ଜିଲ୍ଲାରେ କଂସଙ୍କ ନିଧନ ସହିତ ଉଦଯାପିତ ହେଲା ଧନୁଯାତ୍ରା

author img

By ETV Bharat Odisha Team

Published : Dec 17, 2023, 7:03 AM IST

ବୌଦ୍ଧ ଜିଲ୍ଲାରେ କଂସଙ୍କ ନିଧନ ସହିତ ଉଦଯାପିତ ହେଲା ଧନୁଯାତ୍ରା

ବୌଦ୍ଧ: ଜିଲ୍ଲାରେ ଦୀର୍ଘ ସାତ ଦିନ ଧରି ଚାଲିଥିବା ଆଧ୍ୟାତ୍ମିକ ନାଟ୍ୟ ମହୋତ୍ସବ ଧନୁଯାତ୍ରା ଆଜି ଉଦଯାପିତ ହୋଇଛି । ଏହି ଅବଧି ମଧ୍ୟରେ ପାରମ୍ପରିକ ଲୋକନୃତ୍ୟ ଓ ଲୋକବାଦ୍ୟର ତାଳେ ତାଳେ ମହାରାଜା କଂସଙ୍କ ନଗର ପରିକ୍ରମା ବୌଦ୍ଧରେ ମଥୁରା ନଗରୀର ଭ୍ରମ ସୃଷ୍ଟି କରିଥିଲା । ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ବୌଦ୍ଧ ଜିଲ୍ଲା ସଦରମହକୁମାଠାରେ ମଥୁରା ନରେଶ ମହାରାଜା କଂସଙ୍କ ନିଧନ ସହିତ ଉଦଯାପିତ ହୋଇଛି ଧନୁଯାତ୍ରା ନାଟ୍ୟ ମହୋତ୍ସବ ।

ବୌଦ୍ଧର ଭୈରବୀ ପଡ଼ିଆଠାରେ ଗତ 17 ବର୍ଷ ଧରି ଆୟୋଜିତ ହୋଇଆସୁଥିବା ଧନୁଯାତ୍ରା ନାଟ୍ୟ ମହୋତ୍ସବ ସାରା ରାଜ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି । ପ୍ରତ୍ୟେକ ଦିନ ସଂଧ୍ୟାରେ ଏହି ଧନୁଯାତ୍ରା ଉତ୍ସବ ଉପଲକ୍ଷେ ରାଜ୍ୟର ସୁପରିଚିତ ପାରମ୍ପରିକ ଲୋକ ନାଟକକୁ ପରିବେଷଣ ସହିତ ଦ୍ଵାପର ଯୁଗର ଶ୍ରୀକୃଷ୍ଣଙ୍କ ବିଭିନ୍ନ କଥାବସ୍ତୁ ଯଥା ବାଲ୍ୟ ଲୀଳା, ଲହୁଣି ଚୋରି, ପୁତନା ବଧ, କାଳୀୟ ନାଗ ଦମନ, ଗୋଚାରଣ, ବସ୍ତ୍ର ହରଣ, ବକାସୁର ବଧ, ଗିରି ଗୋବର୍ଧନକୁ ଟେକିବା ଆଦିକୁ ନେଇ ଏହି ମହୋତ୍ସବର ପରିକଳ୍ପନା କରାଯାଇଥିଲା । ଶନିବାର ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଏହି ମହୋତ୍ସବର ଅନ୍ତିମ ସନ୍ଧ୍ୟାର ମହାରାଜା କଂସର ନିଧନ ପ୍ରଭୁ ଶ୍ରୀକୃଷ୍ଣଙ୍କ ହାତରେ ହେବା ପରେ ନାଟ୍ୟ ମହୋତ୍ସବ ଉଦଯାପିତ ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ ... ଘନ କୁହୁଡ଼ି ବଳୟରେ ବୌଦ୍ଧ, ମନ ମୋହୁଛି ଶୀତୁଆ ସକାଳର ଅପୂର୍ବ ଦୃଶ୍ୟ

ଶନିବାର ସଂଧ୍ୟାରେ ସାରା ବୌଦ୍ଧ ନଗର ମଥୁରା ନଗରୀର ଭ୍ରମ ସୃଷ୍ଟି ହେବା ସହିତ ଉଭୟ ପ୍ରଭୁ ଶ୍ରୀକୃଷ୍ଣ ଓ ବଳରାମଙ୍କ ସହିତ ମହାରାଜା କଂସଙ୍କ ବିଶାଳ ଶୋଭାଯାତ୍ରା ବେଶ ଆକର୍ଷଣୀୟ ହୋଇଥିଲା । ଗୋଟିଏ ପଟରେ ପ୍ରଭୁ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ବୌଦ୍ଧ ସହରର ବିଭିନ୍ନ ସ୍ଥାନରେ ଦହି ମହୁ ଖୁଆଇ ମହିଳା ଶ୍ରଦ୍ଧାଳୁମାନେ ବିଜୟ କାମନା କରିଥିବା ବେଳେ ଅନ୍ୟ ପଟରେ ବୁଟୁପାଲିଠାରୁ ମହାରାଜା କଂସ ଓ ତାଙ୍କ ସହଯୋଗୀ ରାଜା ମହାରାଜା ପାରମ୍ପରିକ ଲୋକନୃତ୍ୟ ଓ ବାଦ୍ୟ ମଧ୍ୟରେ ନଗର ପରିକ୍ରମା କରିଥିଲେ । ବିଳମ୍ବିତ ରାତିରେ ଧନୁଯାତ୍ରା ନାଟ୍ୟ ମହୋତ୍ସବର ଶେଷ ଦିନରେ ନିଜ ଭଣଜା ପ୍ରଭୁ ଶ୍ରୀକୃଷ୍ଣଙ୍କ ହାତରେ ପ୍ରବଳ ପରାକ୍ରମୀ ମହାରାଜାଧିରାଜ କଂସର ନିଧନ ସହିତ ଏହି ନାଟ୍ୟ ମହୋତ୍ସବ ଉଦଯାପିତ ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.