ETV Bharat / state

ଅବକାରୀ ଓ ପୋଲିସର ସବୁଜ ଜହର ଦମନ ଅଭିଯାନ

ବୌଦ୍ଧ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିବାରେ ଲାଗିଛନ୍ତି ଉଭୟ ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ । ଅଧିକ ପଢନ୍ତୁ...

author img

By

Published : Dec 5, 2020, 10:54 AM IST

ଅବକାରୀ ଓ ପୋଲିସର ସବୁଜ ଜହର ଦମନ ଅଭିଯାନ
ଅବକାରୀ ଓ ପୋଲିସର ସବୁଜ ଜହର ଦମନ ଅଭିଯାନ

ବୌଦ୍ଧ: ଜଙ୍ଗଲ ଜମିରେ ଚାଲିଛି ଜୋରଦାର ଗଞ୍ଜେଇ ଦମନ ଅଭିଯାନ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ କୁ ନଷ୍ଟ କରିବାରେ ଲାଗିଛନ୍ତି ଉଭୟ ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ।

ଶୁକ୍ରବାର ଉଭୟ ବିଭାଗ ପୃଥକ ପୃଥକ ଚଢାଉରେ ପ୍ରାୟ ଦୁଇ ଶହ ଏକର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିବା ସୂଚନା ମିଳିଛି । ଜିଲ୍ଲା ଅବକାରୀ ବିଭାଗ ମିଳିତ ଚଢାଉରେ ବାଉଁଶୁଣୀ ଥାନା ଅନ୍ତର୍ଗତ ଗୋଛାପଡା ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରି 52 ଏକର ସବୁଜ ଜହରକୁ ନଷ୍ଟ କରାଯାଇଥିବା ବେଳେ ବୌଦ୍ଧ ପୋଲିସ କନାଗୁନ ଜଙ୍ଗଲରେ ଚଢ଼ାଉ କରି 134 ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଥିଲେ ।

ଅବକାରୀ ଓ ପୋଲିସର ସବୁଜ ଜହର ଦମନ ଅଭିଯାନ

ବର୍ତ୍ତମାନ ଏହି ବେଆଇନ ଗଞ୍ଜେଇ ଗୁରୁତର ଡ୍ରଗ୍ସ ତାଲିକାରୁ ବାଦ ପଡିବା ପରେ ଏନେଇ ଆଗାମୀ ଦିନରେ ଏକ ଭିନ୍ନ ମୋଡ ନେଇପାରେ ବୋଲି ଚର୍ଚ୍ଚା ହେଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.