ETV Bharat / state

ମାଳ ମାଳ ଯୋଜନା ଥାଇ ବି ବିକାଶ ଏଠି ଅପହଞ୍ଚ - ବୌଦ୍ଧ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ

ସବୁ ଯୋଜନା ବୌଦ୍ଧ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଟିକରପଡା ଓ ମଲ୍ଲିକପଡା ପଞ୍ଚାୟତ ପାଇଁ ଅପହଞ୍ଚ । ସେଠାରେ ସରକାରୀ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ଓ ସାଧାରଣ ଜୀବନ କିଭଳି ଅତିବାହିତ ହେଉଛି, ତାହା ଜାଣିବା ପାଇଁ ଆମ ଇଟିଭି ଭାରତ ଟିମ ପହଞ୍ଚିଥିଲେ ଅପହଞ୍ଚ ଗାଁରେ ।

ଫଟୋ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ
author img

By

Published : Aug 22, 2019, 12:35 PM IST

ବୌଦ୍ଧ: ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କରିଛନ୍ତି ମାଳ ମାଳ ଯୋଜନା । ମାତ୍ର ସେହିସବୁ ଯୋଜନା ବୌଦ୍ଧ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଟିକରପଡା ଓ ମଲ୍ଲିକପଡା ପଞ୍ଚାୟତ ପାଇଁ ଅପହଞ୍ଚ । ଘଞ୍ଚ ଜଙ୍ଗଲକୁ ଘେରି ରହିଥିବା ଏହି ଆଦିବାସୀ ଅଧ୍ୟୁଷିତ ଗାଁରେ ଆଜି ମଧ୍ୟ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନର ବ୍ୟବସ୍ଥା ଅତି ବିପର୍ଯ୍ୟସ୍ତ ।

ଚାରିପାଖରେ ଘଞ୍ଚ ଜଙ୍ଗଲ ଘେରି ରହିଥିବାବେଳେ ବୌଦ୍ଧର କୌଣସି ଜିଲ୍ଲାପାଳ ଆଜି ଯାଏଁ ମଧ୍ୟ ଏହି ସ୍ଥାନକୁ ଆସି ନାହାଁନ୍ତି । ଆମ୍ବୁଲାନ୍ସ ଓ ସ୍ବାସ୍ଥ୍ୟସେବା ଏମାନଙ୍କ ପାଇଁ ସାତ ସପନ । ଆବାସ ଘର ଓ ଶୌଚାଳୟ ନିର୍ମାଣରେ ବ୍ୟାପକ ଦୁର୍ନୀତି ହେଉଥିବା ଗ୍ରାମବାସୀ ମଧ୍ୟ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

ତେବେ କିଭଳି ରହିଛି ଗାଁ ଲୋକଙ୍କ ସମସ୍ୟା । ଯେଉଁ ଗାଁକୁ ଯିବାକୁ ହେଲେ ଦୁଇ ତିନୋଟି ପାହାଡିଆ ରାସ୍ତା ଡେଇଁବାକୁ ହୁଏ, ସେଠାରେ ସରକାରୀ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ଓ ସାଧାରଣ ଜୀବନ କିଭଳି ଅତିବାହିତ ହେଉଛି, ତାହା ଜାଣିବା ପାଇଁ ଆମ ଇଟିଭି ଭାରତ ଟିମ ପହଞ୍ଚିଥିଲେ ଅପହଞ୍ଚ ଗାଁରେ ।

Intro:ଘଞ୍ଚ ଜଙ୍ଗଲ ଘେରି ରହିଛି ଆଦିବାସୀ ଅଧ୍ୟୁଷିତ ଗାଁ କୁ ।ସ୍ବାଧୀନତା ର ୭୨ ବର୍ଷ ପରେ ମଧ୍ୟ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନର ବ୍ୟବସ୍ଥା ଏହି ଅଞ୍ଚଳରେ ବିପର୍ଯ୍ୟସ୍ତ । ଯେଉଁ ସ୍ଥାନକୁ ଦୁଇ ତିନୋଟି ପାହାଡିଆ ରାସ୍ତା ଡେଇଁ ଅତି ସାବଧାନତାର ସହ ଯିବାକୁ ହୁଏ, ସେଠାରେ ସରକାରୀ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ଓ ସାଧାରଣ ଜୀବନ କିଭଳି ଅତିବାହିତ ହେଉଛି ତାହା ଜାଣିବାକଙ ଆମ ଈଟିଭି ଭାରତ ଟିମ ଏଭଳି ଏକ ଅପହଞ୍ଚ ଗାଁରେ ପହଞ୍ଚି ଥିଲା ।
ବୌଦ୍ଧ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଟିକରପଡା ପଞ୍ଚାୟତ ର ମଲ୍ଲିକ ପଡା ଓ ବହଲପଡାର ମଝିରେ ଥିବା ବସ୍ତି ପିଣ୍ଡାସାହି ର ସମସ୍ତ ଅଧିବାସୀ କନ୍ଧ ଓ ହରିଜନ ସଂପ୍ରଦାୟର ।ଏହି ଗାଁ କୁ ଟିକରପଡା ଠାରୁ କୌଣସି ଭଲ ରାସ୍ତା ନାହିଁ ।ଫଳରେ ଅଞ୍ଚଳବାସୀ ବର୍ଷ ତମାମ ପାହାଡିଆ ଘାଟିରାସ୍ତା ଦେଇ ଯାତାୟାତ କରିଥାନ୍ତି ।ଘଞ୍ଚ ଜଙ୍ଗଲ ଚାରିପାଖରେ ଘେରି ରହିଥିବା ବେଳେ ଦୁର୍ନୀତି ମଧ୍ୟ ଘେରି ରହିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ବୌଦ୍ଧ ର କୌଣସି ଜିଲ୍ଲାପାଳ ଆଜିଯାଏ ଏହି ସ୍ଥାନକୁ ଆସିପାରି ନଥିବା ବେଳେ ଆମ୍ବୁଲାନ୍ସ ଓ ସ୍ବାସ୍ଥ୍ୟ ସେବା ଏମାନଙ୍କ ପାଇଁ ସାତସପନ ।ଝଡାଫୁଙ୍କା ଓ କ୍ବାକ ହିଁ ଏମାନଙ୍କ ଭରସା ।ଆବାସ ଘର ଓ ଶୌଚାଳୟ ନିର୍ମାଣ ରେ ବ୍ୟାପକ ଦୁର୍ନୀତି ହେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।ଶିକ୍ଷା କଥା ବିଚାର କଲେ ଏଠାରୁ ଜଣେ ଯୁବକ କଲେଜ ପର୍ଯ୍ୟନ୍ତ ପାଠ ପଢି ତାମିଲନାଡୁ ଦାଦନ ଖଟିବାକୁ ଯାଇଛି ଯେ ଆଜିଯାଏ ଫେରିନି ।ଏଭଳି ଏକ ଅବ୍ୟବସ୍ଥିତ ଭାବରେ କାଳ କାଟୁଥିବା ଏହି ଅଞ୍ଚଳ ଉପରେ ଯଦି ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ସରକାର ସ୍ବତନ୍ତ୍ର ଦୃଷ୍ଟି ଦିଅନ୍ତି, ତେବେ ନିଶ୍ଚିତ ଭାବେ ଏହି ଅଞ୍ଚଳ ସମାଜର ମୁଖ୍ୟ ଧାରାରେ ସାମିଲ ହୋଇପାରନ୍ତା ।

Body:ଅପହଞ୍ଚ ପିଣ୍ଡାସାହି ରେ ଈଟିଭି ଭାରତ ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.