ETV Bharat / state

ଦୁଇ ଦିନିଆ ବୌଦ୍ଧ ଗସ୍ତରେ ବିଧାନସଭା ସଦାଚାର କମିଟି - ethics committee boudha visit

ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ବିଧାନସଭା ସଦାଚାର କମିଟି । ଗସ୍ତର ପ୍ରଥମ ଦିନରେ ଜିଲ୍ଲା ସଂଗ୍ରହାଳୟ ବୁଲି ଦେଖିଲେ କମିଟି ସଦସ୍ୟ । ଅଧିକ ପଢନ୍ତୁ...

ଦୁଇ ଦିନିଆ ବୌଦ୍ଧ ଗସ୍ତରେ ବିଧାନସଭା ସଦାଚାର କମିଟି

author img

By

Published : Oct 24, 2021, 10:52 AM IST

ବୌଦ୍ଧ: ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ବିଧାନସଭା ସଦାଚାର କମିଟି । ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ନେତୃତ୍ୱରେ କମିଟିର ସାତ ଜଣିଆ ସଦସ୍ୟ ବୌଦ୍ଧ ଗସ୍ତ କରିଛନ୍ତି । ପ୍ରଥମ ଦିନରେ କମିଟିର ସଦସ୍ୟମାନେ ଜିଲ୍ଲାର ଐତିହ୍ୟ ସମ୍ପନ୍ନ ସଂଗ୍ରହାଳୟକୁ ବୁଲି ଦେଖିଛନ୍ତି ।

ଦୁଇ ଦିନିଆ ବୌଦ୍ଧ ଗସ୍ତରେ ବିଧାନସଭା ସଦାଚାର କମିଟି

ସଂଗ୍ରହାଳୟରେ ବୌଦ୍ଧ ଜିଲ୍ଲାର କଳା, ସଂସ୍କୃତି, ପରମ୍ପରା, ଅସ୍ତ୍ରଶସ୍ତ୍ର, ହସ୍ତକଳା, ଜୀବନଚର୍ଯ୍ୟା ଆଦି ଖୁବ ସୁନ୍ଦର ଭାବରେ ସ୍ଥାନ ପାଇଥିବାରୁ କମିଟି ସଦସ୍ୟମାନେ ଏହାର ଖୁବ ପ୍ରଶଂସା କରିଛନ୍ତି । କମିଟିର ଏହି ଗସ୍ତ ସମୟରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ବିଧାନସଭା ସଦାଚାର କମିଟି ସହରର ଏନଏସି ଛକ ଠାରେ ଟ୍ରାଫିକ ସମସ୍ୟା ଯୋଗୁଁ ଫସି ରହିଥିବା ଦେଖିବାକୁ ମିଳିଥିଲା । ଆରଟିଓ ବିଭାଗର ଚେକିଂ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.