ETV Bharat / state

ବୁଢ଼ାଖୋଲ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ, ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ - ବୁଢାଖୋଲ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ

Mao materials seized from Boudh: ବୁଢ଼ାଖୋଲ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କଲେ ଏସଓଜି ଯବାନ । ବିପୁଳ ମାଓ ସାମଗ୍ରୀ ଜବତ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Jan 18, 2024, 11:56 AM IST

Updated : Jan 18, 2024, 1:56 PM IST

Mao materials seized

ବୌଦ୍ଧ: କିଛି ଦିନର ନୀରବତା ପରେ ପୁଣି ସକ୍ରିୟ ଲାଲବାହିନୀ । ବୁଢାଖୋଲ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ମାଓ କ୍ୟାମ୍ପକ ଠାବ କରି ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ମାପାକୁପା ଘାଟି ସୀମାରେ ଥିବା ବୁଢାଖୋଲ ଜଙ୍ଗଲରେ ବୁଧବାର ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ବେଆଇନ ଗଞ୍ଜେଇ କାରବାରର ଲିଙ୍କ୍ ଯୋଗୁଁ ବାରମ୍ବାର ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ସକ୍ରିୟ ଥିବା ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ-ଖଣି ଖନନକୁ ବିରୋଧ, କଳାହାଣ୍ଡିରେ ଲାଗିଲା ମାଓ ପୋଷ୍ଟର

ବୁଢାଖୋଲ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରିଥିବା ଏକ ବିଶେଷ ସୂତ୍ରରୁ ଖବର ପାଇଥିଲେ ଏସଓଜି ଯବାନ । ଏହାପରେ ଜଙ୍ଗଲରେ କୁମ୍ବିଂ ଅପରେସନ କରୁଥିବା ସମୟରେ ଯବାନଙ୍କୁ ଦେଖି ଗୁଳି ଚଲାଇଥିଲେ ମାଓବାଦୀ । ଏସଓଜି ଯବାନ ଏହାର ପାଲଟା ଜବାବ ଦେବାରୁ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ଉକ୍ତ ସ୍ଥାନରେ ଏକ ମାଓ କ୍ୟାମ୍ପ ଠାବ କରି ତାକୁ ଧ୍ବଂସ କରିବା ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ବୌଦ୍ଧରେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ

ଏହା ମଧ୍ୟ ପଢନ୍ତୁ-ମାଓବାଦୀଙ୍କ ବର୍ବରକାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ପୁରୁଣା ସାଥିଙ୍କୁ ହତ୍ୟା

ଗତ ଡିସେମ୍ବର ମାସରେ ବୌଦ୍ଧର ପେନାଜୋର ଜଙ୍ଗଲ ଅଞ୍ଚଳରେ ଏକ ମାଓ କ୍ୟାମ୍ପ ଠାବ କରାଯାଇ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଥିଲା । ପୋଷାକ, ମାଓ ପୁସ୍ତିକା, ରକେଟ ଲଞ୍ଚ, ଦେଶୀ ବୋମା, ଜିଲେଟିନ ଭଳି ବିଭିନ୍ନ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ ଯବାନ । ଜିଲ୍ଲାର ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ବେଳେ 2 ଦିନ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଜବାବରେ ଶେଷରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡ଼ା ଫାଣ୍ଡି ଅଧିନରେ ଥିବା ନଲିକୁପା ଗ୍ରାମ ନିକଟସ୍ଥ ପେନାଯୋର ଜଙ୍ଗଲ ଅଞ୍ଚଳରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହା ପୂର୍ବରୁ ଗୁନ୍ଦୁଳିଆ ପଞ୍ଚାୟତ ଓ ଶଗଡ଼ା ପଞ୍ଚାୟତରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ସହିତ ପୋଲିସ ଦ୍ବାରା ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଥିଲା ।ଜିଲ୍ଲାରେ ଏବେ କେକେବିଏନ ମାଓ ଡିଭିଜନ ସକ୍ରିୟ ରହିଥିବା ଗତ କିଛି ଦିନର ଘଟଣାରୁ ସ୍ପଷ୍ଟ ହୋଇଛି ।

ଇଟିଭି ଭାରତ, ବୌଦ୍ଧ

Last Updated : Jan 18, 2024, 1:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.