ETV Bharat / state

ଜଙ୍ଗଲ ବିଭାଗର ଅବହେଳାରୁ ଦନ୍ତାହାତୀର ମୃତ୍ୟୁ ଅଭିଯୋଗ

author img

By

Published : Aug 29, 2021, 11:55 AM IST

ରେଢାଖୋଲ ଉପଖଣ୍ଡ ବଡବାହାଲ ରେଞ୍ଜ ଅଞ୍ଚଳରେ ଦନ୍ତାହାତୀର ଅସ୍ବାଭାବିକ ମୃତ୍ୟୁ । ଜଙ୍ଗଲ ବିଭାଗକୁ ଦାୟୀ କଲେ ଅଞ୍ଚଳବାସୀ । ଅଧିକ ପଢନ୍ତୁ...

ଜଙ୍ଗଲ ବିଭାଗର ଅବହେଳାରୁ ଦନ୍ତାହାତୀର ମୃତ୍ୟୁ ଅଭିଯୋଗ
ଜଙ୍ଗଲ ବିଭାଗର ଅବହେଳାରୁ ଦନ୍ତାହାତୀର ମୃତ୍ୟୁ ଅଭିଯୋଗ

ବୌଦ୍ଧ: ପୁଣିଥରେ ରାଜ୍ୟରେ ଦନ୍ତାହାତୀର ଅସ୍ବାଭାବିକ ମୃତ୍ୟୁ । କେଉଁଠି ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ତ ଆଉ କେଉଁଠି ଶିକାରୀ ହାବୁଡ଼ରେ ପଡି ହାତୀସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ ଆଉଏକ ଦନ୍ତାହାତୀ ଜଙ୍ଗଲ ବିଭାଗର ଅବହେଳାରୁ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ଏପଟେ ମହାନଦୀର ଉଭୟ ପାର୍ଶ୍ଵରେ ଥିବା ବୌଦ୍ଧ ଜିଲ୍ଲା, ଆଠମଲ୍ଲିକ, ରେଢାଖୋଲ ଉପଖଣ୍ଡରେ ବନ୍ୟଜନ୍ତୁମାନେ ଅସୁରକ୍ଷିତ ଥିବା ଜଣାପଡ଼ିଛି। ଗତକାଲି(ଶନିବାର) ଏକ ଦନ୍ତାହାତୀର ମୃତଦେହ ସ୍ଥାନୀୟ ଗ୍ରାମବାସୀ ଦେଖିବା ପରେ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ ।

ସୂଚନା ମୁତାବକ, ରେଢାଖୋଲ ଉପଖଣ୍ଡ ବଡବାହାଲ ରେଞ୍ଜ ଅନ୍ତର୍ଗତ କରଡାପାଳ ଗ୍ରାମ୍ୟ ଜଙ୍ଗଲରେ ଗତ କିଛି ଦିନ ହେଲା କିଛି ହାତୀ ଚଳପ୍ରଚଳ ସହିତ ଉପଦ୍ରବ କରୁଥିବା ନେଇ ଅଞ୍ଚଳବାସୀ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ । କିନ୍ତୁ ଉକ୍ତ ଅଞ୍ଚଳକୁ ହାତୀ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ କୌଣସି ବନ କର୍ମଚାରୀ କିମ୍ବା ଅଧିକାରୀ ଆସିନଥିଲେ । ତେବେ ଗତକାଲି(ଶନିବାର) ହଠାତ ଦନ୍ତାହାତୀର ମୃତଦେହ ମିଳିବା ପରେ ହାତୀର ମୃତ୍ୟୁ କେବେଠାରୁ ହେଲା ଓ କିଭଳି ହେଲା, ସେନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଅଞ୍ଚଳବାସୀ ସିଧାସଳଖ ଜଙ୍ଗଲ ବିଭାଗକୁ ଦାୟୀ କରିଛନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା, ହାତୀର ମୃତ୍ୟୁ ଖବର ସକାଳୁ ଜଙ୍ଗଲ ବିଭାଗ ପାଇଥିଲେ ମଧ୍ୟ ବନଖଣ୍ଡ ଅଧିକାରୀ ଓ ପ୍ରାଣୀଧନ ବିଭାଗ ଅପରାହ୍ନ ପର୍ଯ୍ୟନ୍ତ ପହଞ୍ଚି ନଥିଲେ । ସେପଟେ ଉପସ୍ଥିତ କିଛି ଜଙ୍ଗଲ ଅଧିକାରୀ ହାତୀର ମୃତ୍ୟୁ ଆନ୍ଥ୍ରାକ୍ସ ଜନିତ ହୋଇଥିବା ଆଶଙ୍କା ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.