ETV Bharat / state

ବ୍ୟାପକ ସମସ୍ୟା ନେଇ ବିଦ୍ୟୁତ କର୍ମଚାରୀଙ୍କ ବୈଠକ

author img

By

Published : Feb 6, 2021, 6:42 PM IST

ବୌଦ୍ଧରେ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ବହୁବିଧ ସମସ୍ୟା ନେଇ ବିଦ୍ୟୁତ କର୍ମଚାରୀ ସଙ୍ଘର ସାଧରଣ ବୈଠକ । ଏ ଦିଗରେ ସରକାର କିମ୍ବା କମ୍ପାନୀ ଦୃଷ୍ଟି ନ ଦେଲେ ଆନ୍ଦୋଳନ ଚେତାବନୀ ଦେଲା ସଙ୍ଘ । ଅଧିକ ପଢନ୍ତୁ...

ବ୍ୟାପକ ସମସ୍ୟା ନେଇ ବିଦ୍ୟୁତ କର୍ମଚାରୀଙ୍କ ବୈଠକ
ବ୍ୟାପକ ସମସ୍ୟା ନେଇ ବିଦ୍ୟୁତ କର୍ମଚାରୀଙ୍କ ବୈଠକ

ବୌଦ୍ଧ: ବହୁବିଧ ସମସ୍ୟା ଘେରରେ ବିଦ୍ୟୁତ ବିଭାଗ କର୍ମଚାରୀ । ଏନେଇ ଶନିବାର ବୌଦ୍ଧ ଜିଲ୍ଲାରେ ଆୟୋଜିତ ବିଦ୍ୟୁତ କର୍ମଚାରୀ ସାଧାରଣ ବୈଠକରେ ଗଭୀର ଉଦବେଗ ପ୍ରକାଶ ପାଇଛି । ଏହି ସମସ୍ୟାକୁ ନେଇ ଟାଟା କମ୍ପାନୀ କିମ୍ବା ସରକାର ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ବିଦ୍ୟୁତ ସଙ୍ଘ ।

ବର୍ତ୍ତମାନ ସରକାର ବିଦ୍ୟୁତ ସଙ୍ଗଠନକୁ ସାଉଥକୋ ଠାରୁ ନେଇ ଟାଟା କମ୍ପାନୀ ହାତରେ ନ୍ୟସ୍ତ କରିଛନ୍ତି । ତେବେ ବୌଦ୍ଧ ଜିଲ୍ଲାର ବିଦ୍ୟୁତ ବିଭାଗରେ କାର୍ଯ୍ୟ ସମ୍ପାଦନ କରୁଥିବା କର୍ମଚାରୀଙ୍କ ବିଭିନ୍ନ ଅଭାବ ଅସୁବିଧା ବିଶେଷକରି ଚାକିରୀ ସ୍ଥାୟୀତ୍ବ, ଦୁର୍ଘଟଣା ଜନିତ କ୍ଷତି ପୂରଣ, ଭବିଷ୍ୟତ କାର୍ଯ୍ୟକ୍ରମ ଓ ସର୍ବୋପରି ଗ୍ରାହକଙ୍କ ସ୍ବାର୍ଥରକ୍ଷା ଦିଗରେ ଉଭୟ ସରକାର ଓ ଟାଟା କମ୍ପାନୀ ସମ୍ମୁଖରେ ଦାବି ଉପସ୍ଥାପନ କରିବା ନେଇ ସମ୍ମତି ହୋଇଛି । ତେବେ ଏନେଇ କମ୍ପାନୀ କିମ୍ବା ସରକାର ଟାଳଟୁଳ ନୀତି ଅବଲମ୍ବନ କଲେ ବିଦ୍ୟୁତ କର୍ମଚାରୀ ସଙ୍ଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି । ବୈଠକରେ ରାଜ୍ୟ ସଙ୍ଗଠନର କର୍ମକର୍ତ୍ତା ଓ ଜିଲ୍ଲା କର୍ମକର୍ତ୍ତାଙ୍କ ସହିତ ବୌଦ୍ଧ ବିଦ୍ୟୁତ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.