ETV Bharat / state

କୋରୋନା ଯୋଗୁଁ ପ୍ରଭାବିତ ବାଦ୍ୟ କାରିଗର, ସରକାରୀ ସହାୟତା ଦାବି

author img

By

Published : Nov 8, 2020, 10:45 PM IST

କୋରୋନା ମହାମାରୀ ଅନେକଙ୍କ ଜୀବିକା ଛଡାଇ ନେଇଛି । ସେହିଭଳି କୋରୋନାରେ ପ୍ରଭାବିତ ହୋଇଛନ୍ତି ବୌଦ୍ଧର କୌଳିକ ବୃତ୍ତି କରୁଥିବା ଢୋଲ ମୃଦୁଙ୍ଗ ଦୁଲଦୁଲି ବାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା କାରିଗର ଅସହାୟ ଅବସ୍ଥାରେ । ଅଧିକ ପଢନ୍ତୁ...

drum prepared craftsman affected by covid19 in boudh
କୋରୋନା ଯୋଗୁଁ ପ୍ରଭାବିତ ବାଦ୍ୟ କାରିଗର,ସରକାରୀ ସହାୟତା ପାଇଁ ଦାବି

ବୌଦ୍ଧ: କୋରୋନା କଟକଣା ବାଦ୍ୟ କାରିଗରଙ୍କ ଦୁଃଖ ବେଶ ବଢାଇଦେଇଛି । ଏଭଳି କାରିଗରଙ୍କ ଜୀବନ କିଭଳି କଟୁଛି ତାହା ଜାଣିବାକୁ ତାଙ୍କ ନିକଟରେ ପହଞ୍ଚି ଥିଲା ଇଟିଭି ଭାରତ ଟିମ ।

କୋରୋନା ମହାମାରୀ ଅନେକଙ୍କ ଜୀବିକା ଛଡାଇ ନେଇଥିବାବେଳେ ଅନ୍ୟ କେତେକ ଅନ୍ୟାନ୍ୟ ବୃତ୍ତିକୁ ଆପଣେଇଛନ୍ତି । ତେବେ ଏହି ମହାମାରୀ ଯୋଗୁଁ କୌଳିକ ବୃତ୍ତି ସହ ଜଡିତ କାରିଗର ମଧ୍ୟ ବେଶ ପ୍ରଭାବିତ ହୋଇଛନ୍ତି । ଏଭଳି ଏକ କାରିଗର ବର୍ଗ ହେଲେ ଢୋଲ, ନିଷାଣ,ଦୁଲଦୁଲି,ମୃଦଙ୍ଗ ଭଳି ବାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା କାରିଗର । ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗାର କେତେକ ସ୍ଥାନରେ ଏମାନେ ପୁରୁଷାନୁକ୍ରମେ ବାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ପେଟ ପୋଷୁଥିବାବେଳେ କୋରୋନା କଟକଣା ଏମାନଙ୍କ ପେଟ ଉପରେ ସିଧାସଳଖ ମାଡ କରିଛି । ଏଭଳି କିଛି ବାଦ୍ୟ କଳାକାର ବୌଦ୍ଧ ବ୍ଲକ ମନୁପାଲି ପଞ୍ଚାୟତ ଅନ୍ତର୍ଗତ ଜମଟାଙ୍ଗି ଅଞ୍ଚଳରେ ଅତ୍ୟନ୍ତ ଦୁର୍ବିସହ ଭାବରେ ପରିବାର ପ୍ରତିପୋଷଣ କରୁଛନ୍ତି ।

କୋରୋନା ସମୟରେ ବିଭିନ୍ନ ବର୍ଗର ଅସହାୟ ଲୋକଙ୍କୁ ସରକାର ସହାୟତା ପ୍ରଦାନ କରିଥିବାବେଳେ ଏଭଳି କାରିଗରଙ୍କୁ କୌଣସି ସହାୟତା ମିଳିନଥିଲା । ଏଣୁ ଏହି ବାଦ୍ୟ କଳାକାରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.