ETV Bharat / state

ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ, ବୌଦ୍ଧରେ ଷ୍ଟିୟରିଂ ଛାଡ ଆନ୍ଦୋଳନ - Quit Steering protest

Protest Against New Hit And Run Law: ହିଟ ଆଣ୍ଡ ରନ ଆଇନକୁ ନେଇ ଡ୍ରାଇଭରମାନଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ । ସରକାରଙ୍କ ନୂଆ ଆଇନକୁ ରଦ୍ଦ କରିବା ସହ ବିଭିନ୍ନ ଦାବି ନେଇ ବୌଦ୍ଧ ଜିଲ୍ଲାରେ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ କରାଯାଇଛି । ଅଧିକ ପଢ଼ନ୍ତୁ

driver association protest
ବୌଦ୍ଧରେ ଷ୍ଟିୟରିଂ ଛାଡ ଆନ୍ଦୋଳନ
author img

By ETV Bharat Odisha Team

Published : Jan 6, 2024, 8:12 AM IST

ବୌଦ୍ଧରେ ଷ୍ଟିୟରିଂ ଛାଡ ଆନ୍ଦୋଳନ

ବୌଦ୍ଧ: ହିଟ ଆଣ୍ଡ ରନ ଆଇନକୁ ନେଇ ଡ୍ରାଇଭରମାନଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ । ସାରା ଦେଶରେ ବିଭିନ୍ନ ଡ୍ରାଇଭର ସଂଗଠନ ପକ୍ଷରୁ ଏହି ଆଇନକୁ ତୀବ୍ର ବିରୋଧ କରାଯାଉଛି । ସରକାରଙ୍କ ନୂଆ ଆଇନକୁ ରଦ୍ଦ କରିବା ସହ ବିଭିନ୍ନ ଦାବି ନେଇ ବୌଦ୍ଧ ଜିଲ୍ଲାରେ ଡ୍ରାଇଭର ସଂଘ ପକ୍ଷରୁ ଶୁକ୍ରବାର ଷ୍ଟିୟରିଂ ଛାଡ ଆନ୍ଦୋଳନ କରାଯାଇଛି । ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ସେପଟେ ଜିଲ୍ଲାରେ ଗାଡ଼ିମୋଟର ବନ୍ଦ ପ୍ରଭାବରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ପୁଣି ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବେସରକାରୀ ଡ୍ରାଇଭର ମହାସଂଘ । ଷ୍ଟିୟରିଂ ଛାଡି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି କରିବା ସହ ଏସମ୍ପର୍କରେ ଏକ ଦାବିପତ୍ର ବୌଦ୍ଧ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ବିଶେଷକରି କେନ୍ଦ୍ର ସରକାରଙ୍କ ନୂତନ ହିଟ ଆଣ୍ଡ ରନ ଆଇନକୁ ନେଇ ଶୁକ୍ରବାର ଠାରୁ ଷ୍ଟିୟରିଂ ଛାଡି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବେସରକାରୀ ଗାଡ଼ି ଡ୍ରାଇଭର । ଯାହାଫଳରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଗାଡ଼ିମୋଟର ଚଳାଚଳ ବନ୍ଦ ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ, ଆଜି ସୁବର୍ଣ୍ଣପୁରରେ ଷ୍ଟିଅରିଂ ଛାଡ ଆନ୍ଦୋଳନ

ଶୁକ୍ରବାର ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଡ୍ରାଇଭରମାନେ ଷ୍ଟିୟରିଂ ଛାଡ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସକାଳୁ ଅଳ୍ପ କେତୋଟି ସରକାରୀ ଗାଡ଼ିକୁ ଛାଡ଼ି ଅନ୍ୟ କୌଣସି ଗାଡ଼ିମୋଟର ଚଳାଚଳ ହୋଇନଥିଲା । ବୌଦ୍ଧ ଜିଲ୍ଲା ଡ୍ରାଇଭର ମହାସଂଘ ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା ବେଳେ ଗାଡ଼ିମୋଟର ବନ୍ଦ ଯୋଗୁଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାତ୍ରୀ ଓ ପରିବହନ କ୍ଷେତ୍ରରେ ବ୍ୟାପକ ସମସ୍ୟା ଦେଖାଦେଇଥିଲା । ବର୍ତ୍ତମାନ ଧାନ କ୍ରୟ ସମୟ ହୋଇଥିବା ବେଳେ ଟ୍ରକ ଚଳାଚଳ ବନ୍ଦ ଯୋଗୁଁ ଏନେଇ ମଧ୍ୟ ବ୍ୟାପକ ସମସ୍ୟା ସୃଷ୍ଟି ହୋଇଛି ।

କେନ୍ଦ୍ର ସରକାରଙ୍କ ନୂତନ ଆଇନ ଡ୍ରାଇଭରଙ୍କ ପାଇଁ ଲାଗୁ କରିଥିବା ବେଳେ ଏହାକୁ ଡ୍ରାଇଭର ମହାସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ନୂତନ ଆଇନରେ ଗାଡି ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ 7 ଲକ୍ଷ ଟଙ୍କାର ଜରିମାନା ସହ 10 ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ନିୟମ କରାଯାଇଥିବାରୁ ଡ୍ରାଇଭରମାନେ ଏହାର ପ୍ରତିବାଦ କରିଛନ୍ତି । ଏଭଳି ଆଇନର ପୁନର୍ବିଚାର ନହେବା ପର୍ଯ୍ୟନ୍ତ ଡ୍ରାଇଭରମାନେ ଷ୍ଟିୟରିଂ ଛାଡ ଆନ୍ଦୋଳନକୁ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.