ବୌଦ୍ଧ: ପାନୀୟ ଜଳ ପାଇଁ ଡହଡବିକଳ ଗ୍ରାମବାସୀ । ବୌଦ୍ଧ ଜିଲ୍ଲା ସଦର ମହକୁମା ମୁର୍ଷୁଣ୍ଢି ପଞ୍ଚାୟତର ଗମ୍ଭାରୀପଦର ଗ୍ରାମବାସୀ ପାନୀୟଜଳ ଅଭାବରୁ ନାଳ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ।
ସୂଚନା ଅନୁୟାୟୀ, ଗ୍ରାମରେ ଥିବା ତିନୋଟି ନଳକୂପ ମଧ୍ୟରୁ ଦୁଇଟି ଅଚଳ ଅବସ୍ଥାରେ ପଡିରହିଥିବା ବେଳେ ଗୋଟିକରୁ ଅତ୍ୟନ୍ତ ମଇଳା ପାଣି ବାହାରୁଛି । ତେବେ ଗ୍ରାମରେ ଥିବା ବିଦ୍ୟାଳୟରେ ମଧ୍ୟ ପାନୀୟ ଜଳର ସମସ୍ୟା ଥିବା କହିଛନ୍ତି ଗ୍ରାମବାସୀ ।
ଏ ସମ୍ପର୍କରେ ଗ୍ରାମବାସୀ ପଞ୍ଚାୟତ ଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ କରିଛନ୍ତି । ମାତ୍ର କେହି ନଶୁଣିବାରୁ ବାଧ୍ୟ ହୋଇ ଗାଁ ଲୋକେ ଏକ ନାଳର ପାଣିକୁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଯଥାଶୀଘ୍ର ଏହି ସମସ୍ୟାର ପ୍ରତିକାର କରାନଗଲେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ