ETV Bharat / state

ବଢୁଛି ପାରଦ, ବୌଦ୍ଧରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା - ବୌଦ୍ଧ ଜିଲ୍ଲାରେ ପାନୀୟଜଳର ଉତ୍କଟ ସମସ୍ୟା

ବୌଦ୍ଧ ଜିଲ୍ଲାରେ ଉଦବେଗଜନକ ସ୍ଥିତିରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା । ପାରଦ 42 ଡିଗ୍ରୀ ରହୁଥିବା ବେଳେ ବିଭିନ୍ନ ପଞ୍ଚାୟତରେ ପାନୀୟଜଳର ଉତ୍କଟ ସମସ୍ୟା ଦେଖାଦେଇଛି । ଅଧିକ ପଢନ୍ତୁ

ବୌଦ୍ଧ ଜିଲ୍ଲାରେ ପାନୀୟଜଳର ଉତ୍କଟ ସମସ୍ୟା
ବୌଦ୍ଧ ଜିଲ୍ଲାରେ ପାନୀୟଜଳର ଉତ୍କଟ ସମସ୍ୟା
author img

By

Published : Apr 9, 2022, 9:16 AM IST

ବୌଦ୍ଧ: ମହାନଦୀ କୂଳରେ ଥିବା ଜିଲ୍ଲାରେ ପାନୀୟଜଳର ଉତ୍କଟ ସମସ୍ୟା ଦେଖାଦେଇଛି । ଗୋଟିଏ ପଟେ ପାରଦ 42 ଡିଗ୍ରୀ ରହୁଥିବା ବେଳେ ପାଣି ମୁନ୍ଦାଏ ପାଇଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ପାନୀୟଜଳ ଯୋଗାଣ ଅବ୍ୟବସ୍ଥା ଘେରରେ ରହିଛି । ବସୁଧା ଯୋଜନା ଫେଲ ମାରିଥିବା ଅଭିଯୋଗ ହୋଇଥିବା ବେଳେ ଓଭରହେଡ, ସୋଲାର ଓ ଅନ୍ୟାନ୍ୟ ଯୋଜନା କେବଳ ଠିକାଦାରଙ୍କୁ ପୋଷିବା ନ୍ୟାୟରେ ନିର୍ମାଣ ହୋଇଛି ।

ବୌଦ୍ଧ ଜିଲ୍ଲାରେ ପାନୀୟଜଳର ଉତ୍କଟ ସମସ୍ୟା

ପରିସ୍ଥିତି ଏପରି ହୋଇଛି ଯେ, ବୌଦ୍ଧ ସଦର ବ୍ଲକର ମୁର୍ଷୁଣ୍ଢି ପଞ୍ଚାୟତରେ ଖରାଦିନ ଆରମ୍ଭରୁ ପାନୀୟଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଛି । ମୁର୍ଷୁଣ୍ଢି ସହିତ ସରଣ୍ଡା, ଭାଲିଆପଦର, ଆଦିବାସୀ ବସ୍ତି ଭଳି ଅନେକ ଅଞ୍ଚଳର ଅଧିବାସୀ ଙ୍କ ପାଇଁ ନିର୍ମାଣ ହୋଇଥିବା ପାନୀୟଜଳ ପ୍ରକଳ୍ପ ସ୍ଥାନଟି ଜଣେ ବ୍ୟକ୍ତି ବିଶେଷଙ୍କ ସ୍ଥାନରେ ଥିବାରୁ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ବାରମ୍ବାର ଅଭିଯୋଗ ପରେ ଶୁକ୍ରବାର ବୌଦ୍ଧ ଜିଲ୍ଲାପାଳ, ତହସିଲଦାର ପ୍ରମୁଖ ପ୍ରକଳ୍ପ ସ୍ଥାନରେ ପହଞ୍ଚି ତୁରନ୍ତ ଲୋକଙ୍କୁ କିଭଳି ପାନୀୟଜଳ ମିଳିବ ସେନେଇ ପ୍ରତିଶ୍ରୁତି ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.