ETV Bharat / state

ବୌଦ୍ଧ ପୌରାଞ୍ଚଳଙ୍କୁ ନର୍ଦ୍ଦମା ପାଣିରୁ ମୁକ୍ତି ଦେବାକୁ ପ୍ରଶାସନର ଅଭିଯାନ ଆରମ୍ଭ

ବର୍ଷା ଦିନ ଆସିଲେ ନର୍ଦ୍ଦମା ପାଣିରେ ଉବୁଟୁବୁ ବୌଦ୍ଧ ଜିଲ୍ଲା ପୌରାଞ୍ଚଳବାସୀ । ନାଳ ଅବରୋଧକୁ ହଟାଇବାକୁ ଅଣ୍ଟା ଭିଡିଛି ପ୍ରଶାସନ ।

author img

By

Published : Jul 6, 2019, 11:15 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ବର୍ଷା ଦିନ ଆସିଲେ ବୌଦ୍ଧ ପୌରାଞ୍ଚଳର ଅବସ୍ଥା ଯିଏ ନ ଦେଖିଛି, ସେ ବିଶ୍ବାସ କରିପାରିବ ନାହିଁ ଯେ ନର୍ଦ୍ଦମା କେଉଁଟା ଓ ରାସ୍ତା କେଉଁଟା । ଜିଲ୍ଲାର ପୌରପରିଷଦ ଅନ୍ତର୍ଗତ ଅଧିକାଂଶ ବସ୍ତିରେ ଥିବା ନାଳକୁ ଅବରୋଧ କିମ୍ବା ଜବରଦଖଲ କରି ନାଳ ଉପରେ ବେଆଇନ ଗୃହ ନିର୍ମାଣ ଏକ ସାଧାରଣ କଥା ହୋଇଯାଇଥିଲା । ଏବେ ଏଭଳି ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ନଦେଇ ସବୁ ନାଳରୁ ଅବରୋଧ ହଟାଇବା ଲକ୍ଷ୍ୟରେ ଅଣ୍ଟା ଭିଡିଛି ପ୍ରଶାସନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ତେବେ ଅଧିକାଂଶ ସ୍ଥାନରେ ଲୋକେ ଜାଣିଶୁଣି ନାଳକୁ ପୋତି ପକାଉଛନ୍ତି, ନଚେତ ନାଳ ଉପରେ ବେଆଇନ ଭାବେ ଘର ନିର୍ମାଣ କରିଦେଉଛନ୍ତି । ଫଳରେ ବସ୍ତିର ନର୍ଦ୍ଦମା ପାଣିରେ ହିଁ ଉବୁଟୁବୁ ହେବାକୁ ପଡୁଛି । ଆଉ ଏଭଳି ବେଆଇନ କାମକୁ ବରଦାସ୍ତ ନକରି ସିଧାସଳଖ ଜବରଦଖଲକାରୀଙ୍କ କବଳରୁ ନାଳନର୍ଦ୍ଦମାକୁ ମୁକ୍ତ କରିବାକୁ ପ୍ରଶାସନ ପକ୍ଷରୁ ନାଳ ଅବରୋଧ ହଟାଇବା ଅଭିଯାନ ଆରମ୍ଭ ହୋଇଯାଇଛି ।

ଏନେଇ ଶନିବାର ପ୍ରଥମ ପର୍ଯ୍ୟାୟରେ ବୁଟୁପାଲି ଠାରେ ଚଢାଉ କରାଯାଇ ନାଳକୁ ଜବରଦଖଲ ମୁକ୍ତ କରାଯାଇଛି । ଏଥିରେ ପୌରପରିଷଦ ସହିତ, ରାଜସ୍ବ, ପୋଲିସ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro: ବର୍ଷା ଦିନ ଆରମ୍ଭରୁ ଆକ୍ସନ ମୁଡକୁ ଆସିଲା ବୌଦ୍ଧ ଜିଲ୍ଲା ପ୍ରସାଶନ । ପୌରପରିଷଦ ଅନ୍ତର୍ଗତ ଅଧିକାଂଶ ବସ୍ତିରେ ଥିବା ନାଳକୁ ଅବରୋଧ କିମ୍ବା ଜବରଦଖଲ କରି ନାଳ ଉପରେ ବେଆଇନ ଗୃହ ନିର୍ମାଣ ଏକ ସାଧାରଣ କଥା ହୋଇଯାଇଥିଲା ।ଏବେ ଆଉ ଏଭଳି ବେଆଇନ କାର୍ଯ୍ୟ କୁ ପ୍ରଶ୍ରୟ ନଦେଇ ସବୁ ନାଳରୁ ଅବରୋଧ ହଟାଇବା ଲକ୍ଷ୍ୟ ରେ ଆଜି ବୁଟୁପାଲି ଠାରୁ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି ।

Body:ବର୍ଷା ଦିନରେ ବୌଦ୍ଧ ପୌରାଞ୍ଚଳର ଅବସ୍ଥା ଯିଏ ନଦେଖିଛି ସେ ବିଶ୍ବାସ କରିପାରିବ ନାହିଁ ଯେ ନର୍ଦ୍ଦମା କେଉଁଟା ଓ ରାସ୍ତା କେଉଁଟା ।ଅଧିକାଂଶ ସ୍ଥାନରେ ଲୋକେ ଜାଣିଶୁଣି ନାଳକୁ ପୋତିପକାଉଛନ୍ତି ନଚେତ ନାଳ ଉପରେ ବେଆଇନ ଭାବେ ଘର ନିର୍ମାଣ କରିଦେଉଛନ୍ତି ।ଫଳରେ ବସ୍ତିର ନର୍ଦ୍ଦମା ପାଣିରେ ହିଁ ଉବୁଟୁବୁ ହେବାକୁ ପଡୁଛି । ଆଉ ଏଭଳି ବେଆଇନ କାମକୁ ବରଦାସ୍ତ ନକରି ସିଧାସଳଖ ଜବରଦଖଲକାରୀଙ୍କ କବଳରୁ ନାଳନର୍ଦ୍ଦମା କୁ ମୁକ୍ତ କରିବାକୁ ଅଣ୍ଟା ଭିଡିଲା ପ୍ରଶାସନ ।ଆଜି ପ୍ରଥମ ପର୍ଯ୍ୟାୟରେ ବୁଟୁପାଲି ଠାରେ ଚଢାଉକରାଯାଇ ନାଳକୁ ଜବରଦଖଲ ମୁକ୍ତ କରାଯାଇଛି ।ଏଥିରେ ପୌରପରିଷଦ ସହିତ, ରାଜସ୍ବ, ପୋଲିସ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ ।

Conclusion:ବାଇଟ-୧-ଧର୍ମେନ୍ଦ୍ର ମେହେର, ବୁଟୁପାଲିବାସୀ
ବାଇଟ-୨-ମନୋରଞ୍ଜନ ପଣ୍ଡା, ନିର୍ବାହୀ ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.