ETV Bharat / state

ଦିନିକିଆ ବୌଦ୍ଧ ଗସ୍ତରେ ସାଂସଦ ଡ.ଅଚ୍ୟୁତ ସାମନ୍ତ - ଆମ୍ବେଦକର

ବୌଦ୍ଧ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟସଭା ସାଂସଦ ଡ଼. ଅଚ୍ୟୁତ ସାମନ୍ତ । ଆଗକୁ ନିର୍ବାଚନ ଥିବାବେଳେ ଅଚ୍ୟୁତ ସାମନ୍ତଙ୍କ ବୌଦ୍ଧ ଗସ୍ତ ରାଜନୈତିକ ଆଲୋଚନାର ଖୋରାକ ଯୋଗାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି,ବୌଦ୍ଧ
author img

By

Published : Mar 7, 2019, 12:42 PM IST

ବୌଦ୍ଧ: ଦିନିକିଆ ବୌଦ୍ଧ ଗସ୍ତରେ ବୁଧବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟସଭା ସାଂସଦ ଡ଼. ଅଚ୍ୟୁତ ସାମନ୍ତ । ହରଭଙ୍ଗା ବ୍ଲକର ଲୁଣିବାହାଲଠାରେ ଏକ ଶିକ୍ଷାନୁଷ୍ଠାନ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶିକ୍ଷାର ବିକାଶ ନିମନ୍ତେ ସେ ଚେଷ୍ଟିତ ଥିବା ସହ ଗରିବ ପିଲାଙ୍କ ମାଗଣା ଶିକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ ।

ଅପରାହ୍ନରେ କେଳାକଟା ଠାରେ ୧୦୮ ଫୁଟ ବିଶିଷ୍ଟ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହାସହ ସଂଧ୍ୟାରେ ବାଚସ୍ପତିଙ୍କ ଉପସ୍ଥିତିରେ ବୌଦ୍ଧ ତହସିଲ ପରିସରରେ ବାବା ସାହେବ ବି ଆର ଆମ୍ବେଦକରଙ୍କ ପୂର୍ଣ୍ଣ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ବୌଦ୍ଧ

ବୌଦ୍ଧ ଜିଲ୍ଲାର କୌଣସି ସ୍ଥାନରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନଥିବାରୁ ଏହି ମୂର୍ତ୍ତି ସ୍ଥାପନକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି । ଆଗକୁ ନିର୍ବାଚନ ଥିବାବେଳେ ଅଚ୍ୟୁତ ସାମନ୍ତଙ୍କ ବୌଦ୍ଧ ଜିଲ୍ଲା ଗସ୍ତ ରାଜନୈତିକ ଆଲୋଚନାର ଖୋରାକ ଯୋଗାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ନିକଟରେ ମାଲବାହୀ ଟ୍ରେନ ରେ କଟି ମହିଳା ମୃତୁ ହୋଇଛି। ମୃତକ ହେଲେ ଟାଉନ ଥାନା ଅନ୍ତର୍ଗତ ତୁଳସୀଚୌର ଗ୍ରାମର ଲଛମା ଦେହୁରୀବୋଲି ଜଣା ପଡ଼ିଛି ।  ଆଜି ସକାଳ 8,30 ରେ ଏକ ମାଲବାହୀ ଟ୍ରେନ ଯାଉଥିବା ସମୟରେ ଲଛମା ଟ୍ରେନ ଆଗକୁ କୋୖଣସି କାରଣରୁ ଚାଲିଆସିଥିଲେ ତେବେ ଘଟଣା ସ୍ଥଳରେ ତାଙ୍କର ମୃତୁ ଘଟିଥିବା ଜଣା ପଡ଼ିଛି । ଘଟଣା ପରେ ମାଲବାହୀ ଟ୍ରେନ କିଛି ସମୟ ଦୁର୍ଘଟଣା ସ୍ଥଳରେ ଅଟକି ରହିଥିଲା । ଲଛମାର ମୃତଦେହକୁ ଟାଉନ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.