ETV Bharat / state

ଦୋଳ ଉତ୍ସବରେ ମନମୋହିଲା ହଳଦୀ ଖେଳ ଓ ଅବିର ଖେଳ - ବୌଦ୍ଧରେ ହୋଲି ଉତ୍ସବ

ବୌଦ୍ଧ ଜିଲ୍ଲାରେ ମଙ୍ଗଳବାର ଧୁମଧାମରେ ପାଳିତ ହୋଇଛି ଦୋଳପୂର୍ଣ୍ଣିମା । ଚିରଘାଟ ମହାନଦୀରେ ମହାଆଳତୀରେ ଯୋଗ ଦେଇଥିଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

holi in boudh
holi in boudh
author img

By

Published : Mar 8, 2023, 9:15 AM IST

ମନମୋହିଲା ହଳଦୀ ଖେଳ ଓ ଅବିର ଖେଳ

ବୌଦ୍ଧ: ଆନନ୍ଦ ଉଲ୍ଲାସର ସହିତ ପୁରପଲ୍ଲୀରେ ପାଳିତ ହେଲା ଫଗୁଣ ପୂର୍ଣ୍ଣିମା ଉତ୍ସବ । ଗତକାଲି(ମଙ୍ଗଳବାର) ଜିଲ୍ଲାର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଶୈଳୀରେ ଏହି ଉତ୍ସବକୁ ପାଳନ କରାଯାଇଥିବା ବେଳେ ମହାନଦୀରେ ମହାଆଳତୀ କାର୍ଯ୍ୟକ୍ରମରେ ଭାଗନେଇ ଜିଲ୍ଲାପାଳ ଅବିର ଖେଳିଥିଲେ ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ପ୍ରାଚୀନ ତଥା ପାରମ୍ପରିକ ଉତ୍ସବକୁ ନିଆରା ଢଙ୍ଗରେ ପାଳନ ପାଇଁ ଉଦ୍ୟମ କରାଯାଇଥିବା ବେଳେ ଏହି ସମୟରେ ବିଭିନ୍ନ ରୋଗ ବ୍ୟାପିବା ସମ୍ଭାବନା ରହିଥିବାରୁ କାହିଁ କେଉଁ କାଳରୁ ମହିମା ଧର୍ମର ଉନ୍ମେଷ ଭୂମିରେ ପାଳିତ ହୋଇ ଆସୁଛି ହଳଦୀ ଉତ୍ସବ । ଯାହାକୁ ଅଞ୍ଚଳବାସୀ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଛନ୍ତି । ଦୋଳ ପୂର୍ଣ୍ଣିମା ପାଇଁ ଗାଁରୁ ସହର ସବୁଠାରେ ଉତ୍ସବର ମାହୋଲ । ଧନୀଠାରୁ ଗରୀବ ସମସ୍ତେ ଏହି ପ୍ରାଚୀନ ତଥା ପାରମ୍ପରିକ ପର୍ବରେ ଏକାକାର ହୋଇଥିଲେ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଦୋଳ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଅଭିନବ ଶୈଳୀରେ ଏହି ଉତ୍ସବକୁ ପାଳନ କରାଯାଇଥିବା ବେଳେ ଅନେକ ସ୍ଥାନରେ ନାମ ସଙ୍କୀର୍ତନ୍ୟ ଓ ପାରାୟଣ ପାଠ ସହିତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବୌଦ୍ଧ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ତଥା ମହିମା ଧର୍ମର ଉନ୍ମେଷ ଭୂମି ବଲାସିଂଘାର ମହୁଲମୂଳ ଆଶ୍ରମରେ ସୋମବାର ଦିନ ତମାମ ଚତୁର୍ଦ୍ଦିଗ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହାଛଡା ମଙ୍ଗଳବାର ବଲାସିଂଘା ଠାରେ ଶତାଧିକ ବର୍ଷରୁ ପାଳିତ ହୋଇ ଆସୁଥିବା ହଳଦୀ ଖେଳର ଉତ୍ସବ ବେଶ ଆକର୍ଷଣୀୟ ହୋଇଥିଲା ।

ବସନ୍ତ ଋତୁର ଆଗମନ ସମୟରେ ଏହି ଦୋଳ ଉତ୍ସବ ପାଳନ ହେଉଥିବା ବେଳେ ତଥା ବିଭିନ୍ନ ରୋଗର ନିରାକରଣ ପାଇଁ ଦୀର୍ଘ ବର୍ଷ ହେଲା ବଲାସିଂଘାରେ ପରମ୍ପରା ମୁତାବକ ଦୋଳ ପୂର୍ଣ୍ଣିମା ଅବସରରେ ସ୍ବତନ୍ତ୍ର ହଳଦୀ ଖେଳର ଉତ୍ସବ ପାଳନ କରାଯାଇଥାଏ । ଏକ ସ୍ବତନ୍ତ୍ର ମାଟି ପାତ୍ରରେ ହଳଦୀ ସହିତ ମହୁ, ଗୁଡ, ଖିର, ଦହି, କଦଳୀ, ଚୂଆ, ଚନ୍ଦନ ଭଳି ସାମଗ୍ରୀର ମିଶ୍ରଣରେ ଏକ ଅମୃତ ଭାଣ୍ଡ ପ୍ରସ୍ତୁତ କରାଯାଏ । ଯାହାକୁ ସାରା ଗ୍ରାମରେ ପ୍ରଦକ୍ଷିଣ କରି ପ୍ରତ୍ୟେକ ପରିବାର ସମ୍ମୁଖରେ ଢଳାଯାଇ ସମସ୍ତଙ୍କ ସୁଖ ସମୃଦ୍ଧି ତଥା ସୁସ୍ଥ ଜୀବନ ପାଇଁ କାମନା କରାଯାଏ ।
ସେହିପରି ଦୋଳ ପୂର୍ଣ୍ଣିମା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ବୌଦ୍ଧ ସ୍ଥିତ ଚିରଘାଟ ମହାନଦୀରେ ମହାଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ସପତ୍ନୀକ ଯୋଗଦେଇ ମହାଆଳତୀରେ ଅଂଶଗ୍ରହଣ କରିବା ସହିତ ସେଠାରେ ସ୍ବତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଭାଗନେଇଥିଲେ । ସେଠାରେ ମଧ୍ୟ ଜିଲ୍ଲାପାଳ ଅନ୍ୟ ଶ୍ରଦ୍ଧାଳୁ ତଥା କୁନିକୁନି ପିଲାଙ୍କ ସହିତ ଅବିର ଖେଳରେ ଭାଗ ନେଇଥିଲେ । ଏହାଛଡା ବୌଦ୍ଧର ଶ୍ରୀଜଗନ୍ନାଥ ମନ୍ଦିରର ଚଳନ୍ତି ବିଗ୍ରହ ତଥା ରାଧାକୃଷ୍ଣଙ୍କ ନଗର ପରିକ୍ରମା ବେଶ ଆକର୍ଷଣୀୟ ହୋଇଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.