ETV Bharat / state

ବୌଦ୍ଧବାସୀଙ୍କୁ ଘାଇଲା କଲା ପାଗଳ ବୁଲା କୁକୁର

ପାଗଳ ବୁଲା କୁକୁର 2ଦିନରେ 20ଜଣଙ୍କୁ କାମୁଡିଥିବା ଅଭିଯୋଗ ଆଣିଛନ୍ତି ବୌଦ୍ଧ ସଦର ମହକୁମାବାସୀ । ଏନେଇ ସହରବାସୀମାନେ ଆତଙ୍କିତ ହୁଅନ୍ତୁ ନାହିଁ ଓ ସତର୍କତା ଅବଲମ୍ବନ କରନ୍ତୁ ବୋଲି ପୌର ନିର୍ବାହୀ ଅଧିକାରୀ କହିଛନ୍ତି ।

ଫଟୋ ସୌଜନ୍ୟ:ପ୍ରତିନିଧି,ବୌଦ୍ଧ
author img

By

Published : Apr 16, 2019, 10:14 PM IST

ବୌଦ୍ଧ: ସଦର ମହକୁମାରେ ଗତ 2ଦିନ ହେଲା ପାଗଳ ବୁଲା କୁକୁରର ଆତଙ୍କ ଖେଳିଛି । ଏକ କଳାରଙ୍ଗର କୁକୁରଟି ଏବେସୁଦ୍ଧା ପ୍ରାୟ 20ଜଣଙ୍କୁ କାମୁଡିଥିବା ଅଭିଯୋଗ ଆସିଛି । ମାତ୍ର ଏନେଇ ପୌରପରିଷଦ ନିର୍ବାହୀ ଅଧିକାରୀଙ୍କ ନିକଟରେ କୌଣସି ଖବର ନଥିବା କହିଛନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି,ବୌଦ୍ଧ

2ଦିନ ଭିତରେ କୁକୁର କାମୁଡାର ଶିକାର ହୋଇଥିବା ଅନେକ ଆହତମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆସିଥିବା ଖବର ମିଳିଛି । ତେବେ ଆହତମାନଙ୍କୁ ଚିକିତ୍ସାଳୟରେ ମାଗଣା ଇଞ୍ଜେକସନ୍‌ ଓ ଔଷଧ ଯୋଗାଇ ଦିଆଯାଉଛି ।

ଏନେଇ ପୌର ନିର୍ବାହୀ ଅଧିକାରୀ କହିଛନ୍ତି ଯେ, କୁକୁର ଧରିବା ଗାଡି ବା କୁକୁର ଧରିବା ପାଇଁ ତାଲିମ କର୍ମଚାରୀ ବୌଦ୍ଧ ସହରରେ ନାହାଁନ୍ତି । କିନ୍ତୁ ସଫେଇ କର୍ମଚାରୀଙ୍କ ସହାୟତାରେ ସେଇ କାମୁଡା କୁକୁରକୁ ସେହି ଅଞ୍ଚଳରୁ ଦୂରକୁ ଘଉଡାଇ ଦିଆଯିବ । ତେଣୁ ସହରବାସୀମାନେ ଆତଙ୍କିତ ହୁଅନ୍ତୁ ନାହିଁ ଓ ସତର୍କତା ଅବଲମ୍ବନ କରନ୍ତୁ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାର ସଦର ମହକୁମାରେ ଗତ ଦୁଇ ଦିନ ହେଲା ପାଗଳ କୁକୁର କାମୁଡାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏନେଇ ବୌଦ୍ଧ ଗଡ ପୌରପରିଷଦ ପକ୍ଷରୁ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇନଥିବା ଜଣାପଡିଛି । ଏପଟେ କୁକୁର କାମୁଡାରେ ଆହତଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଉଥିବା ବେଳେ ସହରବାସୀ ଆତଙ୍କିତ ହୋଇ ପଡିଛନ୍ତି ।

Body:ଗତ ଦୁଇ ଦିନ ହେଲା ବୌଦ୍ଧ ସହରରେ ପାଗଳ କୁକୁର କାମୁଡାକୁ ନେଇ ସହରବାସୀ ଚିନ୍ତିତ ହୋଇପଡିଛନ୍ତି । ଏକ କଳା ରଙ୍ଗର ପାଗଳ କୁକୁର କେବଳ ରବିବାର ଓ ସୋମବାର ଦୁଇ ଦିନ ରେ ୨୦ରୁ ଉର୍ଦ୍ଧ୍ବ ଲୋକଙ୍କୁ କାମୁଡି ଥିବା ଅଭିଯୋଗ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମିଳିଥିବା ସୂଚନା ଅନୁସାରେ ରବିବାର ୧୦ ଜଣ ଓ ସୋମବାର ୪ ଜଣ କୁକୁର କାମୁଡା ଘଟଣାରେ ଆହତ ହୋଇ ଚିକିତ୍ସିତ ହୋଇଥିବା ଜଣାପଡିଛି । ଅବଶ୍ୟ ଡାକ୍ତରଖାନା ପକ୍ଷରୁ ମାଗଣାରେ କୁକୁର କାମୁଡା ଇଞେକସନ ଓ ଔଷଧ ଯୋଗାଇ ଦିଆଯାଇଛି । କିନ୍ତୁ ଏନେଇ ପୌରପରିଷଦ ପାଖରେ କୌଣସି ସୂଚନା ନଥିବାରୁ କୁକୁର ଘଉଡା କିମ୍ବା ଅନ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବା ସ୍ବୀକାର କରିଛନ୍ତି ପୌର ଅଧିକାରୀ ।

Conclusion:ବାଇଟ-୧-ଚକ୍ରଧର ସାହୁ, ଆହତ ବ୍ୟକ୍ତି
ବାଇଟ-୨-ମନୋରଞ୍ଜନ ପଣ୍ଡା, ନିର୍ବାହୀ ଅଧିକାରୀ, ପୌରପରିଷଦ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.