ETV Bharat / state

Diwali Celebration: ବୌଦ୍ଧରେ ମା' ମହାକାଳୀଙ୍କ ପୂଜନ, ବଡ ବଡିଆ ଡାକରେ କମ୍ପିଲା ଅଞ୍ଚଳ

author img

By ETV Bharat Odisha Team

Published : Nov 12, 2023, 10:08 PM IST

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୀପାବଳି ଉତ୍ସବ ସହିତ ମା' କାଳୀଙ୍କ ପୂଜନ ହୋଇଛି । ବୁଣାକାର ସମ୍ପ୍ରଦାୟର ନିଆରା ଢଙ୍ଗରେ ବଡ଼ ବଡିଆଙ୍କୁ ଡାକିଥିବାବେଳେ ମୁସଲମାନ ସମ୍ପ୍ରଦାୟ ମଧ୍ୟ ଏହି ପର୍ବକୁ ପାଳିଛନ୍ତି ।

Diwali celebration in boudh
ବୌଦ୍ଧରେ ଦୀପାବଳି ପର୍ବ
ବୌଦ୍ଧରେ ଦୀପାବଳି ପର୍ବ

ବୌଦ୍ଧ: ଆନନ୍ଦ ଉଲ୍ଲାସର ସହିତ ପାଳନ ହୋଇଛି ଆଲୋକର ପର୍ବ ଦୀପାବଳି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୀପାବଳି ଉତ୍ସବ ସହିତ ମା' କାଳୀଙ୍କ ପୂଜନ ହୋଇଛି । ଏହାରି ଭିତରେ ବୁଣାକାର ସମ୍ପ୍ରଦାୟର ନିଆରା ଢଙ୍ଗରେ ବଡ଼ ବଡିଆଙ୍କୁ ଡାକ ବେଶ ଆକର୍ଷଣୀୟ ହୋଇଥିଲା। ବୌଦ୍ଧ ଜିଲ୍ଲାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ମା' ମହାକାଳୀଙ୍କ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଛି । ସେପଟେ ବାଣ ବିକ୍ରି ଉପରେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ ସତ୍ତ୍ବେ ଅତ୍ୟଧିକ ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ବାଣ ବିକ୍ରି ହେବା ସହିତ ସନ୍ଧ୍ୟାରେ ଫୁଟାଯାଇଥିବା ଦେଖିବାକୁ ମିଳିଥିଲା । ଫଳରେ ସବୁ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ହେଲେ ଅଧିକାଂଶ ସ୍ଥାନରେ ଗ୍ରୀନ କ୍ରାକର ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିଛି ।

ବୌଦ୍ଧ ଜିଲ୍ଲା ସଦର ମହକୁମାଠାରେ ମାରଓ୍ବାଡି ସମ୍ପ୍ରଦାୟର ଘରେ ଘରେ ସ୍ବତନ୍ତ୍ର ମିଠା ତଥା ରଙ୍ଗୋଲୀ ବେଶ ଆକର୍ଷଣୀୟ ହୋଇଥିଲା । ଆଲୋକର ପର୍ବ ଦୀପାବଳି ଉତ୍ସବ ପାଇଁ ଜିଲ୍ଲାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଜିଲ୍ଲାର ବିଭିନ୍ନ ଧାର୍ମିକ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଆଜି ଦୀପାବଳି ଅବସରରେ ଚନ୍ଦ୍ରଚୂଡ ମନ୍ଦିର ନିକଟସ୍ଥ ଆଳତୀ ଘାଟରେ 'ମହାନଦୀ ଆଳତୀ'ର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ବୌଦ୍ଧ ଜିଲ୍ଲାର କଳାଗ୍ରାମ, ନାରାୟଣ ନଗର, ସାହାଜପାଲ, ବାଉଁଶୁଣୀ, ମନମୁଣ୍ଡା, ଗବଯୋର, ବାଘପାଲି, ବୁଟୁପାଲି, ମର୍ଜାକୁଦ ଭଳି ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଭୁଲିଆ ସମ୍ପ୍ରଦାୟର ଲୋକଙ୍କ ବଡ଼ ବଡିଆଙ୍କୁ ଡାକ ବେଶ ଆକର୍ଷଣୀୟ ହୋଇଥିଲା । 'ରଜା ବାହାବେ, ଖଣ୍ଡ ଖଜା ଖାବେ' ଭଳି ଏକ ସ୍ଵତନ୍ତ୍ର ଗୀତ ଗାଇ ବସ୍ତି ଭ୍ରମଣ କରି ନିଜ ପିତୃପୁରୁଷଙ୍କୁ ଅନ୍ଧାରରେ ଆସି ଉଜ୍ଜ୍ୱଳରେ ଯିବାକୁ ଡାକ ଦିଆଯାଇଥିଲା ।

ଏହା ବି ପଢନ୍ତୁ...Diwali 2023: ଜଗତସିଂହପୁରର ବିଭିନ୍ନ ସ୍ଥାନରେ ମା' ଶ୍ୟାମାକାଳୀଙ୍କ ଆରାଧନା

ଏହା ବ୍ୟତୀତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଠାରୁ ମା' ଶ୍ୟାମାକାଳୀଙ୍କ ପୂଜନ ଉତ୍ସବ ମଧ୍ୟରାତ୍ରୀରୁ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଜିଲ୍ଲାର ୩ଟି ବ୍ଲକ ସମେ ଭୈରବୀ ମାର୍କେଟ ଓ ଶିବାନୀ ମାର୍କେଟ ପକ୍ଷରୁ ମା' ଶ୍ୟାମାକାଳୀଙ୍କ ପୂଜାର୍ଚ୍ଚନା କରାଯାଇଛି । ଆଲୋକର ପର୍ବ ଦୀପାବଳି ଭାଇଚାରାର ନିଦର୍ଶନ ସ୍ବରୂପ ବୌଦ୍ଧଠାରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ମଧ୍ୟ ଦୀପ ପ୍ରଜ୍ବଳନ କରି ବାଣ ଫୁଟାଇ ଆନନ୍ଦ ଉଲ୍ଲାସର ସହିତ ଦୀପାବଳି ପର୍ବ ପାଳନ କରାଯାଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.