ETV Bharat / state

ଭୂଲିଆ ସମ୍ପ୍ରଦାୟର ପକ୍ଷରୁ ବଡବଡିଆଙ୍କୁ ଦୀପଦାନ

author img

By

Published : Oct 27, 2019, 11:45 PM IST

ବୌଦ୍ଧ ଜିଲ୍ଲାର ମେହେର ବା ଭୂଲିଆ ସମ୍ପ୍ରଦାୟ ପକ୍ଷରୁ ବଡବଡିଆଙ୍କୁ ଦୀପଦାନ କରାଯାଇଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ଆଲୋକର ପର୍ବ ଦୀପାବଳି । ଏହି ଅବସରରେ ମେହେର ବା ଭୂଲିଆ ସମ୍ପ୍ରଦାୟର ପକ୍ଷରୁ ବଡବଡିଆଙ୍କୁ ଦୀପଦାନ କରାଯାଇଛି । ଏହି ଅବସରରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଝାଡରାଜିଂର ବୃଦ୍ଧାଶ୍ରମ ଓ ବୀରନରସିଂପୁରର ରାମକୃଷ୍ଣ ବାଳାଶ୍ରମକୁ ଯାଇ କେକ କାଟିବା ସହ ଆଲୋଚନା କରି ଉତ୍ସବ ପାଳନ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଆଜିର ଦିନରେ ଭୂଲିଆ ସମ୍ପ୍ରଦାୟ ନିଜର କୌଳିକ ବୃତ୍ତି, ବୁଣା ସରଞ୍ଜାମ ଓ ମଙ୍ଗାକୁ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରିଥାନ୍ତି । ଏହା ସହିତ ସ୍ବତନ୍ତ୍ର ଶିଝା ମଣ୍ଡା ଓ ନିଆରା ଶୈଳୀରେ ନିଜ ପୂର୍ବଜଙ୍କୁ ଡାକିଥାନ୍ତି। ପ୍ରାଚୀନ କାଳରୁ ପ୍ରଚଳିତ ଏହି ଡାକ ପ୍ରାୟ ସମ୍ପ୍ରଦାୟରେ ରହିଥିଲେ ମଧ୍ୟ ଭୂଲିଆ ସମ୍ପ୍ରଦାୟର ବଡବଡିଆ ଡାକ ଟିକେ ଭିନ୍ନ । ଗଡଜାତ ଅମଳରେ ରାଜାଙ୍କ ବିବାହରେ ଯେଉଁ ରୀତିନୀତି ରହିଛି ତାକୁ ମଧ୍ୟ ଡାକରେ ସ୍ଥାନ ଦେଇଥାନ୍ତି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂଲିଆ ବସବାସ କରିଥାନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଆନନ୍ଦ ଉଲ୍ଲାସର ସହିତ ପାଳନ ହେଲା ଆଲୋକର ପର୍ବ ଦୀପାବଳୀ ।ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଆଡେ ଦୀପ ଆଲୋକ ସହ ଭିନ୍ନ ଭିନ୍ନ ପିଠାପଣା ରେ ମହକିଥିଲା ।ଏହି ଅବସରରେ ମେହେର ବା ଭୂଲିଆ ସଂପ୍ରଦାୟର ବଡବଡିଆ ଙ୍କୁ ଦୀପଦାନ ଟିକେ ନିଆରା ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂଲିଆ ସଂପ୍ରଦାୟ ବସବାସ କରିଥାନ୍ତି ।ଏମାନଙ୍କ ବିଭିନ୍ନ ପର୍ବପର୍ବାଣି ମଧ୍ୟରୁ ଦୀପାବଳୀ ପର୍ବ ବିଶେଷ ମହତ୍ତ୍ଵ ରଖିଥାଏ ।ଏହି ଦିନ ଭୂଲିଆ ମାନେ ନିଜର କୌଳିକ ବୃତ୍ତି ବୁଣା ସରଞ୍ଜାମ ଓ ମଙ୍ଗାକୁ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରିଥାନ୍ତି ।ଏହା ସହିତ ସ୍ବତନ୍ତ୍ର ଶିଝା ମଣ୍ଡା ଓ ନିଆରା ଶୈଳୀରେ ନିଜ ପୂର୍ବଜ ଙ୍କୁ ଡାକ ଦେଇଥାନ୍ତି ।ପ୍ରାଚୀନ କାଳରୁ ପ୍ରଚଳିତ ଏହି ଡାକ ପ୍ରାୟ ସଂପ୍ରଦାୟରେ ରହିଥିଲେ ମଧ୍ୟ ଭୂଲିଆ ସଂପ୍ରଦାୟର ବଡବଡିଆ ଡାକ ଟିକେ ଭିନ୍ନ ।କାରଣ ଏହି ଡାକରେ ସେମାନେ ଗଡଜାତ ସମୟରେ ରାଜାଙ୍କ ବାହାଘରେ ଯେଭଳି ରିତିନିତୀ ରହିଛି ତାକୁ ମଧ୍ୟ ବୋଲିରେ ସ୍ଥାନ ଦେଇଥାନ୍ତି ।ଦୀପାବଳୀ ଅବସରରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଝାଡରାଜିଂର ବୃଦ୍ଧାଶ୍ରମ ଓ ବୀରନରସିଂପୁର ର ରାମକୃଷ୍ଣ ବାଳାଶ୍ରମ କୁ ଯାଇ କେକ କାଟିବା ସହ ଆଲୋଚନା କରି ଉତ୍ସବ ପାଳନ କରିଥିଲେ ।

Body:ଆନନ୍ଦ ଉଲ୍ଲାସର ସହିତ ଦୀପାବଳୀ ପାଳିତ

Conclusion:ବାଇଟ-୧-ମଧୁସୂଦନ ମେହେର, ବୁଟୁପାଲିବାସୀ
ବାଇଟ-୨-ଇନ୍ରମଣି ମେହେର, ବୁଦ୍ଧିଜୀବୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.