ETV Bharat / state

ଜିଲ୍ଲା କିଷାନ କଂଗ୍ରେସ ଓ ଛାତ୍ର କଂଗ୍ରେସର ହାଇଭୋଲ୍ଟେଜ ବିକ୍ଷୋଭ - କଳବଜାରୀ

ଖରିଫ ଋତୁରେ ଚାଷ ପାଇଁ ଆବଶ୍ୟକ ପରିମାଣର ସାର ଯୋଗାଣ ଓ କଳାବଜାରୀ ରୋକିବା ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଛି ଜିଲ୍ଲା ଯୁବ କଂଗ୍ରେସ । ଏନେଇ ଜିଲ୍ଲା କୃଷି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛି । ଅଧିକ ପଢନ୍ତୁ...

ସାର ଯୋଗାଣ ଓ କଳବଜାରୀ ରୋକିବା ନେଇ ଜିଲ୍ଲା ଯୁବ କିଷାନର ବିକ୍ଷୋଭ

author img

By

Published : Aug 5, 2021, 12:32 PM IST

ବୌଦ୍ଧ: ଜିଲ୍ଲା ଯୁବ କିଷାନ ଓ ଛାତ୍ର କଂଗ୍ରେସର ହାଇଭୋଲ୍ଟେଜ ବିକ୍ଷୋଭ ପ୍ରଦର୍ଶନ । ଖରିଫ ଋତୁରେ ଚାଷ ପାଇଁ ଆବଶ୍ୟକ ପରିମାଣର ସାର ଯୋଗାଣ ଓ କଳାବଜାରୀ ରୋକିବା ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଛି ଜିଲ୍ଲା ଯୁବ କଂଗ୍ରେସ । ଏନେଇ ଜିଲ୍ଲା କୃଷି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛି ।

ସାର ଯୋଗାଣ ଓ କଳବଜାରୀ ରୋକିବା ନେଇ ଜିଲ୍ଲା ଯୁବ କିଷାନର ବିକ୍ଷୋଭ

ଜିଲ୍ଲାରେ ଗଞ୍ଜେଇ ଚାଷ ପାଇଁ ଅଭାବ ହେଉଛି ସାର । ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଖୋଦ ଜିଲ୍ଲା କୃଷି ଅଧିକାରୀ । ବୁଧବାର ଜିଲ୍ଲା କିଷାନ କଂଗ୍ରେସ, ଯୁବ ଓ ଛାତ୍ର କଂଗ୍ରେସର ବିରାଟ ବିକ୍ଷୋଭ ଦେଖିବାକୁ ମିଳିଥିଲା । କିଷାନ କଂଗ୍ରେସ ପକ୍ଷରୁ ଜିଲ୍ଲାରେ ସାରର ଅଭାବୀ ବିକ୍ରିକୁ ନେଇ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ।

ତେବେ ଜିଲ୍ଲା କୃଷି ଅଧିକାରୀ ଖୋଦ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ପାଇଁ ବିଭିନ୍ନ ଡିଲର ଓ ସମବାୟ ସମିତିରୁ ସାର ଯୋଗାଣ ହେଉଥିବା ମନ୍ତବ୍ୟକୁ ନେଇ କିଷାନ କଂଗ୍ରେସ ତୀବ୍ର ସମାଲୋଚନା କରିଛି । ତୁରନ୍ତ ଚାଷୀଙ୍କୁ ସାର ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦିଆନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ।

ସେପଟେ ଷ୍ଟାଫ ସିଲେକ୍ସନ କମିଶନ କିରାଣୀଙ୍କ କୋଟିକୋଟି ଟଙ୍କା ଦୁର୍ନୀତିରେ ଜିଲ୍ଲା ଛାତ୍ର କଂଗ୍ରେସ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.