ETV Bharat / state

କୋଭିଡ ମୁକାବିଲା ପାଇଁ ଜିଲ୍ଲା ଯୁବ ବିଜେପିର ଦାବିପତ୍ର - demand letter of bjp in boudhja

ବୌଦ୍ଧ ଜିଲ୍ଲାରେ ସାଙ୍ଘାତିକ ହେବାରେ ଲାଗିଛି କରୋନା ସଂକ୍ରମଣ ।ଦୃଢ ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ଦାବି ପତ୍ରଦେଲା ଯୁବ ବିଜେପି । ଅଧିକ ପଢନ୍ତୁ...

କୋଭିଡ ମୁକାବିଲା ପାଇଁ  ଜିଲ୍ଲା ଯୁବ ବିଜେପିର ଦାବିପତ୍ର

author img

By

Published : May 13, 2021, 4:35 PM IST

ବୌଦ୍ଧ :ଜିଲ୍ଲାରେ ସାଙ୍ଘାତିକ ହେବାରେ ଲାଗିଛି କରୋନା ସଂକ୍ରମଣର ଦ୍ବିତୀୟ ଲହରୀ । ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରୁ ନୂତନ 232 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ପଟରେ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢୁଥିବାବେଳେ ମୃତ୍ୟୁ ହାର ମଧ୍ୟ ବଢିବାରେ ଲାଗିଛି । ଆଜି ପୁଣି 2ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜିଲ୍ଲାରେ କୋଭିଡ ସ୍ଥିତି ତଥା ଏହାର ପଦକ୍ଷେପ ସମ୍ପର୍କରେ ଆଲୋଚନା ପାଇଁ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ଏକ ପ୍ରତିନିଧି ମଣ୍ଡଳୀ ବୌଦ୍ଧ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହ ଏନେଇ 4 ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି ।

କୋଭିଡ ମୁକାବିଲା ପାଇଁ  ଜିଲ୍ଲା ଯୁବ ବିଜେପିର ଦାବିପତ୍ର
କୋଭିଡ ମୁକାବିଲା ପାଇଁ ଜିଲ୍ଲା ଯୁବ ବିଜେପିର ଦାବିପତ୍ର+

ବିଶେଷ ଭାବରେ କୋଭିଡ ସେଣ୍ଟର ମଧ୍ୟରେ ଥିବା 6 ଗୋଟି ଭେଣ୍ଟିଲେଟର ଯୁକ୍ତ ବେଡକୁ 50 କୁ ବୃଦ୍ଧି ସହିତ ଜିଲ୍ଲାର 3ଟି ବ୍ଲକରେ 10ଟି ଆଇସୋଲେସନ ସେଣ୍ଟର ସ୍ଥାପନ ପାଇଁ ଦାବି କରାଯାଇଛି । ସେପଟେ ଜିଲ୍ଲାରେ ମୃତ୍ୟୁ ହାର ବୃଦ୍ଧି ପାଉଥିବାରୁ ବୌଦ୍ଧ ଶ୍ମଶାନ ଘାଟ ଠାରେ ଏକ ଈଲେଟ୍ରିଯୁକ୍ତ ମୃତଦେହ କେନ୍ଦ୍ର ସ୍ଥାପନ ପାଇଁ ଯୁବ ମୋର୍ଚ୍ଚା ଦାବିପତ୍ରରେ ଉଲ୍ଲେଖ କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.