ETV Bharat / state

ଗୁରୁଦିବସରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ଜିଲ୍ଲାପାଳ - ବୌଦ୍ଧରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ପାଳନ ହୋଇଯାଇଛି

ବୌଦ୍ଧରେ ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସାମିଲ ହୋଇ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

district level teachers day celebration in boudh
ଜିଲ୍ଲାସ୍ତରୀୟ ଗୁରୁ ଦିବସ ପାଳିତ
author img

By

Published : Sep 5, 2022, 10:49 PM IST

ବୌଦ୍ଧ: ଆଜି ପବିତ୍ର ଗୁରୁ ଦିବସ। ଏହି ଅବସରରେ ଦେଶର ଦ୍ବିତୀୟ ରାଷ୍ଟ୍ରପତି ତଥା ବିଶିଷ୍ଟ ଶିକ୍ଷାବିତ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ନନଙ୍କୁ ସ୍ମରଣ କରିଛି ସାରା ଦେଶ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁ ଦିବସ ପାଳନ କରାଯାଇଛି (district level teachers day celebration in boudh) ।

ଜିଲ୍ଲାସ୍ତରୀୟ ଗୁରୁ ଦିବସ ପାଳିତ

ଏହା ମଧ୍ୟ ପଢ଼ନ୍ତୁ: ନୟାଗଡ ଶିକ୍ଷା ସମୂହ ସଙ୍ଗଠନ ପକ୍ଷରୁ ଗୁରୁ ଦିବସ ପାଳିତ

ସୋମବାର ସନ୍ଧ୍ୟାରେ ଜିଲ୍ଲା ସଂଗ୍ରହାଳୟ ପରିସରରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହିତ ଗୁରୁ ଶିଷ୍ୟ ପରମ୍ପରା ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ ଭାବରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଜିଲ୍ଲା ସଂଗ୍ରହାଳୟରେ ପ୍ରଥମଥର ପାଇଁ 11D ଥିଏଟର, ଭୁଲଭୁଲେୟା, ମାଛ ଆକ୍ୟୁରିୟମର ଲୋକାର୍ପଣ କରାଯାଇଥିଲା ।

ଏନେଇ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, "ଜିଲ୍ଲାର ଅନେକ ସ୍କୁଲର ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ମ୍ୟୁଜିୟମ ବୁଲି ବିଭିନ୍ନ ଜିନିଷ ଜାଣିବାକୁ ପାଇଥିଲେ।" ଏହି ପରିପ୍ରେକ୍ଷୀରେ 11D ଥିଏଟର ମଧ୍ୟରେ ଛାତ୍ରଛାତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଜିଲ୍ଲାପାଳଙ୍କ ସହିତ ମିଶି ସ୍ବତନ୍ତ୍ର ଚଷମା ପିନ୍ଧି ଏନିମେସନ ଫିଲ୍ମ ଦେଖିବାର ମଜା ନେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.