ETV Bharat / state

ବିପର୍ଯ୍ୟୟ ପରିଚାଳନା ବୈଠକରେ ଅମର ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି - boudh latest news

ଚୀନ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ବିପର୍ଯ୍ୟୟ ପରିଚାଳନା ବୈଠକରେ ଅମର ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

author img

By

Published : Jun 19, 2020, 4:50 PM IST

Updated : Jun 19, 2020, 7:21 PM IST

ବୌଦ୍ଧ: ବିପର୍ଯ୍ୟୟ ପରିଚାଳନା ବୈଠକରେ ଅମର ଯବାନଙ୍କୁ ଦିଆଗଲା ଗଭୀର ଶ୍ରଦ୍ଧାଞ୍ଜଳି । ଏଥି ସହିତ କୋଭିଡ ସମୟରେ ଉତ୍ସର୍ଗିକୃତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା ।

ବିପର୍ଯ୍ୟୟ ପରିଚାଳନା ବୈଠକରେ ଅମର ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ବୌଦ୍ଧ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ଶୁକ୍ରବାର ସ୍ଥାନୀୟ ଟାଉନହଲ ଠାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସପି ଭି ରଘୁନାଥ ରାଓ, ଜରୁରୀକାଳୀନ ଅଧିକାରୀ ଅବିନାଶ ପାଣ୍ଡିଆ, ଅଧ୍ୟାପକ ପ୍ରବୀର ଦାସ ଓ ଅଗ୍ନିଶମ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ବୈଠକରେ ଚୀନ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏଥିସହିତ କୋଭିଡ ସମୟରେ ଜିଲ୍ଲାପାଳ ଖୋଦ ରକ୍ତଦାନ କରି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇ ଥିବାରୁ ତାଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକଡ୍ରିଲ ପ୍ରଦର୍ଶନ କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jun 19, 2020, 7:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.