ETV Bharat / state

ଆଦାନୀ ଝଡ, ବୌଦ୍ଧରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

author img

By

Published : Mar 9, 2023, 4:58 PM IST

ହିଡେନବର୍ଗ ରିପୋର୍ଟ ପ୍ରକାଶିତ ହେବା ପରେ ସାରା ଦେଶରେ ଭାରତୀୟ ଜାତୀୟ କଂଗ୍ରେସ କେନ୍ଦ୍ର ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛି । ବିଶେଷ ଭାବରେ ଆଦାନୀ ଗ୍ରୁପକୁ କେନ୍ଦ୍ର ସରକାର ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ । ଅଧିକ ପଢନ୍ତୁ

district congress protest
district congress protest

district congress protest

ବୌଦ୍ଧ: ସାରା ଦେଶରେ ଆଦାନୀ ଝଡ। ଏଥିପାଇଁ ବିଜେପି ସରକାରକୁ ଦାୟୀ କରିଛି ଭାରତୀୟ ଜାତୀୟ କଂଗ୍ରେସ । କେନ୍ଦ୍ର ସରକାର ଗୌତମ ଆଦାନୀଙ୍କ କମ୍ପାନୀକୁ ଅହେତୁକ ଅନୁକମ୍ପା ପ୍ରଦାନ କରିଛନ୍ତି । ଏଥିପାଇଁ କୋଟି କୋଟି ଭାରତୀୟ ନାଗରିକଙ୍କ ବିଶ୍ୱାସ ବ୍ୟାଙ୍କ ଓ ବୀମା ସଂସ୍ଥାକୁ ବିପଦ ମୁହଁକୁ ଠେଲି ଦେଇଥିବା କଂଗ୍ରେସ ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଛି ।

ସାରା ଦେଶରେ ଆଦାନୀ ଗ୍ରୁପ ଯୋଗୁଁ ଆର୍ଥିକ ଅସ୍ଥିରତା ସୃଷ୍ଟି ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଦେଶରେ ଦରଦାମ ହୁହୁ ହୋଇ ବଢୁଥିବା ବେଳେ ବର୍ତ୍ତମାନ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ଓ ଜୀବନ ବୀମା ନିଗମର ପ୍ରାୟ 32 କୋଟି ନିବେଶକଙ୍କ ପ୍ରାୟ 39 ହଜାର କୋଟି ଟଙ୍କା ବର୍ତ୍ତମାନ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଆଦାନୀ ଗ୍ରୁପ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ପ୍ରାୟ 80 ହଜାର କୋଟି ଟଙ୍କାର କ୍ଷତି ଦର୍ଶାଇ ଥିବା ବେଳେ ଏନେଇ କଂଗ୍ରେସ ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଇଛି । ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ବହୁ ନେତା ଓ କର୍ମୀ ବାଘଗୁଡା ଛକ ନିକଟରେ ଥିବା ଏଲଆଇସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

କଂଗ୍ରେସର ଅଭିଯୋଗ ଅନୁଯାୟୀ, ଗତ 2014 ମସିହାରେ କେନ୍ଦ୍ରରେ ଭାଜପା ସରକାର ଗଠନ ସମୟରେ ଗୌତମ ଆଦାନୀ ପୃଥିବୀର ଧନୀ ତାଲିକାରେ 606 ନମ୍ବରରେ ରହିଥିଲେ । ହେଲେ ବର୍ତ୍ତମାନ ସମୟରେ ଆଦାନୀ ପୃଥିବୀର ଦ୍ବିତୀୟ ଧନୀ ବ୍ୟକ୍ତି ପାଲଟି ଯିବାକୁ ନେଇ କଂଗ୍ରେସ ପ୍ରଶ୍ନବାଚୀ ସୃଷ୍ଟି କରିଛି । କଂଗ୍ରେସ ପକ୍ଷରୁ ଏହାକୁ ଶତାବ୍ଦୀର ମେଗା ସ୍କାମ ଆଖ୍ୟା ଦିଆଯାଇ ଏହି ଦୁର୍ନୀତିର ତଦନ୍ତ ପାଇଁ ଜେପିସି ବା ଜଏଣ୍ଟ ପାର୍ଲାମେଣ୍ଟ କମିଟି ଗଠନ ପାଇଁ ଦାବି କରାଯାଇଛି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କଂଗ୍ରେସ ଦଳ ସାରା ଭାରତ ବର୍ଷରେ ଏଭଳି ପ୍ରତିବାଦ ଓ ବିକ୍ଷୋଭ ଜାରି ରଖିବ ବୋଲି ଚେତାବନୀ ଦେଇଛି ।

ଏନେଇ ବରିଷ୍ଠ କଂଗ୍ରେସ ନେତା ବିସ୍ମୟ କୁମାର ମହାପାତ୍ର କହିଛନ୍ତି, 2014 ମସିହାରେ ଯେବେ ମୋଦି ସରକାର ଆସିଲେ ସେତେବେଳେ ଆଦାନୀଙ୍କ ପୃଥିବୀର ଧନୀ ବ୍ୟକ୍ତି ଭାବରେ ନମ୍ବର ଥିଲା 606 । ହେଲେ 2023 ମସିହା ବେଳକୁ ସେ ଦ୍ବିତୀୟ ଧନୀ ହୋଇଗଲେ । ତେବେ ସାରା ଭାରତ ବର୍ଷରେ ଆଜି ବିଭିନ୍ନ ଯାଗାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଏଲଆଇସି ସାମ୍ନାରେ କଂଗ୍ରେସ ଗଣଧାରଣା ଦେଉଛି । ତେଣୁ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ମଧ୍ୟ ଏଲଆଇସି ସାମ୍ନାରେ ଧାରଣା ଦେଇଛୁ । ଆମର ଦାବି ହେଲା ଜେପିସ କରାଯାଉ ଯାହାଦ୍ବାରା ଆମେ ଜାଣି ପାରିବୁ ଯେ ସାଧାରଣ ଜମାକାରୀଙ୍କର ଯେଉଁ ପୁଞ୍ଜି ଅଛି ତାହା ସୁରକ୍ଷା ଅଛି ନା ନାହିଁ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.