ETV Bharat / state

ମଦ ବ୍ୟବସାୟୀଙ୍କ ଟିକସ ଛାଡକୁ ଜିଲ୍ଲା କଂଗ୍ରେସର ବିରୋଧ - ମଦ ବ୍ୟବସାୟୀଙ୍କ ଟିକସ ଛାଡକୁ ଜିଲ୍ଲା କଂଗ୍ରେସର ବିରୋଧ

ବୌଦ୍ଧ ମଦ ବ୍ୟବସାୟୀଙ୍କୁ ଲାଇସେନ୍ସ ଫି ଛାଡ ପ୍ରସଙ୍ଗରେ ଜିଲ୍ଲା କଂଗ୍ରେସର ପ୍ରତୀକାତ୍ମକ ଧାରଣା ଓ ଦାବିପତ୍ର ପ୍ରଦାନ । ସାଧାରଣ ଗରିବ ଖଟିଖିଆଙ୍କ ପାଇଁ ସରକାର ଟିକସ ଛାଡ କରିବାକୁ ଜିଲ୍ଲା କଂଗ୍ରେସ ଦାବି କରିଛି । ଅଧିକ ପଢନ୍ତୁ...

ମଦ ବ୍ୟବସାୟୀଙ୍କ ଟିକସ ଛାଡକୁ ଜିଲ୍ଲା କଂଗ୍ରେସର ବିରୋଧ

author img

By

Published : May 24, 2021, 8:34 PM IST

ବୌଦ୍ଧ: ମଦ ବ୍ୟବସାୟୀଙ୍କୁ ରାଜ୍ୟ ସରକାର ଗତ 21 ତାରିଖରେ କରୋନା ମହାମାରୀ ଯୋଗୁଁ ପ୍ରଭାବିତ ହୋଇଥିବା ଦର୍ଶାଇ ଲାଇସେନ୍ସ ଫି ଛାଡ ପ୍ରସଙ୍ଗରେ ଜିଲ୍ଲା କଂଗ୍ରେସର ବିରୋଧ । ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ମଦ ବ୍ୟବସାୟୀଙ୍କୁ ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପା ପ୍ରଦର୍ଶନକୁ ବିରୋଧ କରାଯାଇଛି । ଏଥିପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକାତ୍ମକ ଧାରଣା ସହିତ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

ମଦ ବ୍ୟବସାୟୀଙ୍କ ଟିକସ ଛାଡକୁ ଜିଲ୍ଲା କଂଗ୍ରେସର ବିରୋଧ

କରୋନା ମହାମାରୀ ସମୟରେ ସାଧାରଣ ଗରିବ ଖଟିଖିଆ ବିଶେଷ ପ୍ରଭାବିତ ହେଉଥିବାବେଳେ ସମାଜର ଉଚ୍ଚ ବର୍ଗରେ ଥିବା ମଦ ବ୍ୟବସାୟୀଙ୍କୁ ଟିକସ ଛାଡ ଆଦୌ ଗ୍ରହଣୀୟ ନୁହେଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ଏପରିକି ଏଭଳି ବିପତ୍ତି ସମୟରେ ସରକାର ଗରିବଙ୍କ ଅତ୍ୟାବଶ୍ୟକୀୟ ଗ୍ୟାସ, ତେଲ ଭଳି ସାମଗ୍ରୀ ଉପରେ ଟିକସ ଛାଡ ପାଇଁ କଂଗ୍ରେସ ଦାବି କରିଛି । ଆଜି(ସୋମବାର) ଜିଲ୍ଲା ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସର ନେତା ଓ କର୍ମୀ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.