ETV Bharat / state

ବାଲ୍ୟ ବିବାହ ଓ ଶିଶୁ ଶ୍ରମିକଙ୍କୁ ନେଇ କଠୋର ପ୍ରଶାସନ - ଶିଶୁ ଶ୍ରମିକ

ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ନେବ କଠୋର ପଦକ୍ଷେପ। ଜିଲ୍ଲାର ସ୍ଥିତିକୁ ନେଇ ଜିଲ୍ଲାପାଳ ଗଭୀର ଉଦବେଗ ପ୍ରକାଶ କରିବା ସହ ରୋକଠୋକ ଚେତାବନୀ ମଧ୍ୟ ଦେଇଛନ୍ତି। ଅଧିକ ଖବର ପଢନ୍ତୁ...

_child marriage
ବାଲ୍ୟ ବିବାହ ଓ ଶିଶୁ ଶ୍ରମିକଙ୍କୁ ନେଇ କଠୋର ପ୍ରଶାସନ
author img

By

Published : Jan 11, 2020, 10:37 AM IST

ବୌଦ୍ଧ: ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ନେବ କଠୋର ପଦକ୍ଷେପ। ଜିଲ୍ଲାର ସ୍ଥିତିକୁ ନେଇ ଜିଲ୍ଲାପାଳ ଗଭୀର ଉଦବେଗ ପ୍ରକାଶ କରିବା ସହ ରୋକଠୋକ ଚେତାବନୀ ମଧ୍ୟ ଦେଇଛନ୍ତି। ବୌଦ୍ଧ ଜିଲ୍ଲାରେ ଶିଶୁ ଶ୍ରମିକ ଅନେକ ଅଞ୍ଚଳରେ ରହିଥିବାରୁ ବିଭିନ୍ନ ସମୟରେ ପରୀ ଓ ମୁସ୍କାନ ଭଳି ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ଧାର କରାଯାଇଛି। କିନ୍ତୁ ତଥାପି ମଧ୍ୟ ଏହି ମାନସିକତା ଦୂର ହେବାର ନାଁ ଧରୁନି ।

ବାଲ୍ୟ ବିବାହ ଓ ଶିଶୁ ଶ୍ରମିକଙ୍କୁ ନେଇ କଠୋର ପ୍ରଶାସନ

ଏନେଇ ଗତ କିଛି ଦିନ ତଳେ ଇଟିଭି ଭାରତରେ ଖବର ମଧ୍ୟ ପ୍ରସାରଣ ହୋଇଥିଲା। ଏହା ସହିତ ଜିଲ୍ଲାରେ ବାଲ୍ୟବିବାହ ବା ଅଣ୍ଡର ଏଜ ମ୍ୟାରେଜ ଚିନ୍ତାର ବିଷୟ ପାଲଟିଛି। ଶୁକ୍ରବାର ଏନେଇ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ସହିତ ଜିଲ୍ଲା ପ୍ରଶାସନର ଏକ ବୈଠକରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା ।

ଖୋଦ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କଣ୍ଟାମାଳ ବ୍ଲକର କୁଳୁତାଯୋର ଗ୍ରାମରେ ବାଲ୍ୟବିବାହ ଘଟଣାକୁ ଉଦାହରଣ ଦେଇ ଏନେଇ କଡା ଚେତାବନୀ ଦେବାସହ ଏଥିରେ ସମ୍ପୃକ୍ତ କୌଣସି ବ୍ୟକ୍ତି ବିଶେଷଙ୍କୁ ଛଡାଯିବ ନାହିଁ ବୋଲି କହିଛନ୍ତି।

ଏଠାରେ ପ୍ରକାଶ ଥାଉକି ଜିଲ୍ଲାରେ ବିଗତ ଗୋଟିଏ ବର୍ଷ ମଧ୍ୟରେ ଛ ଗୋଟି ବାଲ୍ୟବିବାହକୁ ବନ୍ଦ କରାଯାଇଥିବା ବେଳେ ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକକୁ ନେଇ ଅଦ୍ୟାବଧି ସାତ ଗୋଟି ମକଦ୍ଦମା କରାଯାଇଛି ।

ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ, ପିଡିଙ୍କ ସହିତ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟ ହରିହର ନାଏକ ଓ ମନ୍ଦାକିନୀ କର ଆଲୋଚନା କରିଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ, ସ୍ବେଛାସେବୀ ଓ ମାନବାଧିକାର କର୍ମୀ ପ୍ରମୁଖ ଯୋଗ ଦେଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ନେବ କଠୋର ପଦକ୍ଷେପ ।ଜିଲ୍ଲାର ସ୍ଥିତି କୁନେଇ ଜିଲ୍ଲାପାଳ ଗଭୀର ଉଦବେଗ ପ୍ରକାଶ କରିବା ସହ ରୋକଠୋକ ଚେତାବନୀ ମଧ୍ୟ ଦେଇଛନ୍ତି ।
ବୌଦ୍ଧ ଜିଲ୍ଲାରେ ଶିଶୁ ଶ୍ରମିକ ଅନେକ ଅଞ୍ଚଳରେ ରହିଥିବାରୁ ବିଭିନ୍ନ ସମୟରେ ପରୀ ଓ ମୁସ୍କାନ ଭଳି ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ଧାର କରାଯାଇଛି ।କିନ୍ତୁ ତଥାପି ମଧ୍ୟ ଏହି ମାନସିକତା ଦୂର ହେବାର ନା ଧରୁନି ।ଏନେଇ ବିଗତ କିଛି ଦିନ ତଳେ ଈଟିଭି ଭାରତରେ ଖବର ମଧ୍ୟ ପ୍ରସାରଣ ହୋଇଥିଲା ।ଏହା ସହିତ ଜିଲ୍ଲାରେ ବାଲ୍ୟବିବାହ ବା ଅଣ୍ଡର ଏଜ ମ୍ୟାରେଜ ଚିନ୍ତାର ବିଷୟ ପାଲଟିଛି ।ଶୁକ୍ରବାର ଏନେଇ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଙ୍କ ସହିତ ଜିଲ୍ଲା ପ୍ରଶାସନ ର ଏକ ବୈଠକରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା ।ଖୋଦ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କଣ୍ଟାମାଳ ବ୍ଲକର କୁଳୁତାଯୋର ଗ୍ରାମରେ ବାଲ୍ୟବିବାହ ଘଟଣାକୁ ଉଦାହରଣ ଦେଇ ଏନେଇ କଡା ଚେତାବନୀ ଦେବାସହ ଏଥିରେ ସମ୍ପୃକ୍ତ କୌଣସି ବ୍ୟକ୍ତି ବିଶେଷ ଙ୍କୁ ଛଡାଯିବ ନାହିଁ ବୋଲି କହିଛନ୍ତି ।ଏଠାରେ ପ୍ରକାଶ ଥାଉକି ଜିଲ୍ଲାରେ ବିଗତ ଗୋଟିଏ ବର୍ଷ ମଧ୍ୟରେ ଛ ଗୋଟି ବାଲ୍ୟବିବାହ କୁ ବନ୍ଦ କରାଯାଇଥିବା ବେଳେ ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ କୁନେଇ ଅଦ୍ୟାବଧି ସାତ ଗୋଟି ମକଦ୍ଦମା କରାଯାଇଛି ।ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲ୍ଲାପାଳ, ପିଡି ଙ୍କ ସହିତ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟ ହରିହର ନାଏକ ଓ ମନ୍ଦାକିନୀ କର ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ, ସ୍ବେଛାସେବୀ ଓ ମାନବାଧିକାର କର୍ମୀ ପ୍ରମୁଖ ଯୋଗ ଦେଇଥିଲେ ।

Body:ଶିଶୁ ଶ୍ରମିକ ଓ ବାଲ୍ୟବିବାହ କୁନେଇ କଡା ପଦକ୍ଷେପ ନେବାକୁ ଜିଲ୍ଲାପାଳ ଙ୍କ ରୋକଠୋକ ଚେତାବନୀ ।

Conclusion:ବାଇଟ-୧-ମନ୍ଦାକିନୀ କର,ସଦସ୍ୟ, ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.