ବୌଦ୍ଧ: ବହୁ ପ୍ରତିକ୍ଷିତ ପ୍ରକଳ୍ପ ସବୁ ଉଦଘାଟିତ ହେଲା । ହେଲେ ଉଦଘାଟନର ଦିନ କେଇଟା ପରେ ଅବସ୍ଥା ଦେଖି ବିରୋଧୀ ଓ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଗତ ଦୁଇ ତାରିଖରେ ବୌଦ୍ଧ ଜିଲ୍ଲାରେ ପ୍ରାୟ 44 କୋଟି ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ତେବେ ଅତ୍ୟନ୍ତ ତରବରିଆ ତଥା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଦର୍ଶାଇ ଉଦଘାଟନ କରାଯାଇଥିବା ଅଭିଯୋଗ ହୋଇଛି ।
ବିଶେଷ ଭାବରେ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ବାଏପାସ, ହରଭଙ୍ଗା ବ୍ଲକ ଶଗଡିଆ ସେତୁ,ବୌଦ୍ଧ ସହରର ବ୍ରିଜଛକ ଗୋଲେଇ ଓ ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି । ଉଦଘାଟନର ଅଳ୍ପ ଦିନ ମଧ୍ୟରେ ଅନେକ ରାସ୍ତାରୁ ପିଚୁ ଊଠିବା ସହ ଗୋଡି ବାହାରି ପଡିଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ବିରୋଧୀ ତଥା ବୁଦ୍ଧିଜୀବୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ