ETV Bharat / state

ପାନୀୟଜଳର ଉତ୍କଟ ସମସ୍ୟା: ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀଙ୍କ ଦାବି

author img

By

Published : Jun 23, 2021, 10:53 PM IST

ଦୀର୍ଘଦିନ ଧରି ପାନୀୟଜଳରୁ ବଞ୍ଚିତ ହୋଇଆସୁଛନ୍ତି ପଞ୍ଚାୟତବାସୀ । ଜଳ ସମସ୍ୟାକୁ ନେଇ ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀଙ୍କ ଦାବି । ଅଧିକ ପଢନ୍ତୁ...

ପାନୀୟଜଳର ଉତ୍କଟ ସମସ୍ୟାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତାେଷ ଜାରୀ

ବୌଦ୍ଧ: ପାନୀୟଜଳ ପାଇଁ କାହିଁ କେଉଁ କାଳରୁ ବଞ୍ଚିତ ହୋଇ ଆସୁଛନ୍ତି ଅନେକ ପଞ୍ଚାୟତ । ମହାନଦୀ କୂଳରେ ଥାଇ ମଧ୍ୟ ପାନୀୟଜଳ ଏମାନଙ୍କ ପାଇଁ ଅପହଞ୍ଚ ହୋଇ ପଡିଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ମହାନଦୀ କୂଳରେ ଥିବାରୁ ବନ୍ୟା ପାଣି ଆସିଲେ ନଦୀକୂଳରେ ଥିବା ପଞ୍ଚାୟତବାସୀଙ୍କ ଦୁଃଖ ବେଶ ବଢିଯାଇଥାଏ ।

ସେପଟେ ମହାନଦୀ କୂଳରେ ଥାଇ ମଧ୍ୟ ପାନୀୟଜଳ ପାଇଁ ହରଭଙ୍ଗା ବ୍ଲକର ଅନେକ ପଞ୍ଚାୟତରେ ଅଧିବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରାୟ ସମସ୍ତ ପଞ୍ଚାୟତର ଅନେକ ଗାଁରେ ଓଭରହେଡ ଟାଙ୍କିରୁ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ଜଳଯୋଗାଣ ହେଉନଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ପାନୀୟଜଳର ଉତ୍କଟ ସମସ୍ୟା ହେତୁ ସାଧାରଣ ଲୋକେ ବନ୍ଧ ଗାଡିଆର ଦୂଷିତ ପାଣି ବ୍ୟବହାର କରି କିଡନୀ ରୋଗରେ ପୀଡିତ ହେଉଛନ୍ତି । ବୁଦ୍ଧିଜୀବୀ ଏନେଇ ସିଧାସଳଖ ଗ୍ରାମ୍ୟ ଜଳଯୋଗାଣ ବିଭାଗର ବିଫଳତାକୁ ଦାୟୀ କରିଛନ୍ତି । ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.