ETV Bharat / state

ସବୁଜ ବିପ୍ଳବ ନାଁରେ ସର୍ବହରା ଷଡଯନ୍ତ୍ର, ଜମି ଦେଇ ହତାଶ ଲୋକେ !

ନିଯୁକ୍ତି ସୁଯୋଗ ଓ ସୌରଶକ୍ତି ସଂରକ୍ଷଣ ଆଦି ପ୍ରଲୋଭନ ଦେଖାଇ ଶାଗମାଛ ଦରରେ ଜମି ହଡପ ଅଭିଯୋଗ । ଏଥିଯୋଗୁଁ ବୌଦ୍ଧ ଜିଲ୍ଲାର ଗୋହିପିଟା ଏବେ ମରୂଭୁମି ପାଲଟିବାକୁ ଲାଗିଛି ।

author img

By

Published : Sep 23, 2019, 11:42 AM IST

ଫଟୋ ସୌଜନ୍ୟ-ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ସବୁଜ ବିପ୍ଳବ ନାଁରେ ଲୋକଙ୍କୁ ସର୍ବହରା ଚକ୍ରାନ୍ତ । ଏପରିକି ନିଯୁକ୍ତି ସୁଯୋଗ ଓ ସୌରଶକ୍ତି ସଂରକ୍ଷଣ ଆଦି ପ୍ରଲୋଭନ ଦେଖାଇ ଶାଗମାଛ ଦରରେ ଜମି ହଡପ କରାଯାଇଛି । ଏ ନେଇ ଅଭିଯୋଗ କରି ଓଡିଶା ସବୁଜ ଶକ୍ତି ଉନ୍ନୟନ ନିଗମ (ଜିଇଡିସିଓଏଲ) ବିରୋଧରେ ତାତିଛନ୍ତି ଗୋହିପିଟାବାସୀ ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଗୋହିପିଟାରେ ଜିଇଡିସିଓଏଲ ସଂସ୍ଥା ପକ୍ଷରୁ 20ମେଗାୱାଟ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ହୋଇଛି । ଏଥିପାଇଁ ଗୋହିପିଟା ମୌଜାର ପ୍ରାୟ ୨୫୦ ଏକର ଓ କେଉଟିପାଲି ମୌଜାର ପ୍ରାୟ 100 ଏକର ଜମି ବ୍ୟବହୃତ ହୋଇଛି । ତେବେ ଏସବୁ ଜମି ଦେଇଥିବା ଲୋକେ ଏବେ କୌଣସି ସୁବିଧା ନ ପାଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଭିଡିଓ ସୌଜନ୍ୟ-ପ୍ରତିନିଧି, ବୌଦ୍ଧ

ଏଠାରୁ ଉତ୍ପାଦିତ ବିଦ୍ୟୁତରୁ ଗୋଟିଏ ୟୁନିଟ ମଧ୍ୟ ଜିଲ୍ଲାବାସୀଙ୍କ କାମରେ ଲାଗୁନାହିଁ । ଓଲଟା ଏଠାରୁ ନିର୍ଗତ ରେଡିଏସନ ପ୍ରଭାବରେ ଉତ୍ତାପ ବୃଦ୍ଧି ସହ ନାନା ଦୁରାରୋଗ୍ୟରେ ଲୋକେ ପଡୁଛନ୍ତି । ଜଙ୍ଗଲ ସବୁ କାଟ ଯୋଗୁଁ ଶହ ଶହ ଜମି ମରୁଭୂମିରେ ପରିଣତ ହୋଇଗଲାଣି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପୂର୍ବରୁ ପ୍ରକଳ୍ପ ପ୍ରତିଷ୍ଠା ସମୟରେ ସଂସ୍ଥା ପକ୍ଷରୁ ବହୁ ପ୍ରତିଶ୍ରୁତି ମିଳିଥିଲା । ଏପରି ତତ୍କାଳୀନ ବୌଦ୍ଧ ଜିଲ୍ଲାପାଳ ମଧ୍ୟ ନିଗମର ଏଜେଣ୍ଟ ସାଜି ଲୋକଙ୍କୁ ଖୁବ ଭୂଆଁ ବୁଲାଇଥିବା ଅଭିଯୋଗ ହୋଇଛି । ହେଲେ ପରେ ନେଇଥିବା ଜମିକୁ ଅତି ନିମ୍ନ ମାନର ଦର୍ଶାଇ ଲୋକଙ୍କ ନିର୍ଦ୍ଧାରଣ ଠାରୁ ବହୁତ କମ ଟଙ୍କା ଦିଆଯାଇଛି । ଆଉ ଏବେ ଏଥିପାଇଁ ସ୍ଥାନୀୟ ଲୋକେ ଯେତେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା କୁହାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ସ୍ଥାନୀୟ ଯୁବକକୁ ନିଯୁକ୍ତି ତଥା ଅଞ୍ଚଳରେ ସବୁଜ ବୀପ୍ଳବର ସୁନେଲୀ ସ୍ବପ୍ନ ଦେଖାଇଥିବା ସଂସ୍ଥା ର କାରନାମା ଏବେ ପଦାକୁ ଆସିବା ପରେ ଏହାକୁ ନେଇ ସବୁଆଡେ ଚର୍ଚ୍ଚା ।ସୌରଶକ୍ତି ସଂରକ୍ଷଣ ନାରେ ଲୋକଙ୍କୁ ପ୍ରଲୋଭିତ କରି ଶହ ଶହ ଏକର ଜମି ଶାଗମାଛ ଦରରେ ହଡପ କରି ଅଞ୍ଚଳକୁ ମରୁଭୂମିରେ ପରିଣତ କରିବାକୁ ଚାଲିଛି ଷଡଯନ୍ତ୍ର ।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ର ଗୋହିପିଟା ଠାରେ ଓଡିଶା ସବୁଜ ଶକ୍ତି ଉନ୍ନୟନ ନିଗମ ବା ଜିଇଡିସିଓଏଲ ସଂସ୍ଥା ଦ୍ବାରା କୋଡିଏ ମେଗାୱାଟ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ହୋଇଛି ।ଗୋହିପିଟା ମୌଜାର ପ୍ରାୟ୨୫୦ ଏକର ଓ କେଉଟିପାଲି ମୌଜାର ପ୍ରାୟ ଶହେ ଏକର ଏହିଭଳି ତିନିଶହ ପଚାଶ ଏକର ଜମି ଉପରେ ଏହି ପ୍ରକଳ୍ପ ପ୍ରତିଷ୍ଠା ହୋଇଛି ।ହେଲେ ସବୁ ନିୟମ କାନୁନକୁ ଏଠାରେ ଜଳାଞ୍ଜଳି ଦିଆଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।ଏଠାରୁ ଉତ୍ପାଦିତ ବିଦ୍ୟୁତ ରୁ ଗୋଟିଏ ୟୁନିଟ ମଧ୍ୟ ଜିଲ୍ଲାବାସୀ ଙ୍କ କାମରେ ଲାଗୁନାହିଁ ।ଓଲଟା ଏଠାରୁ ନିର୍ଗତ ରେଡିଏସନ ଯୋଗୁଁ ଉତ୍ତାପ ବୃଦ୍ଧି ସହ ନାନା ଦୁରାରୋଗ୍ୟରେ ଲୋକେ ପଡୁଥିବା ଅଭିଯୋଗ ହୋଇଛି ।ପ୍ରକଳ୍ପ ପ୍ରତିଷ୍ଠା ସମୟରେ ଏଠାରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ସହ ଅଞ୍ଚଳରେ ସବୁଜିମା ସୃଷ୍ଟି କରିବାର ପ୍ରତିଶୃତି ଦିଆଯାଇଥିଲା ।ଆଉ ତତ୍କାଳୀନ ବୌଦ୍ଧ ଜିଲ୍ଲାପାଳ ମଧ୍ୟ ନିଗମର ଏଜେଣ୍ଟ ସାଜି ଲୋକଙ୍କୁ ଖୁବ ଭୂଆଁ ବୁଲାଇଥିଲେ ।ଲୋକଙ୍କ ଜମିକୁ ଅତି ନିମ୍ନ ମାନର ଦର୍ଶାଇ ଶାଗମାଛ ଦରରେ ବିକ୍ରି କରାଇବା ସହ ଗ୍ରାମ୍ୟ ଜଙ୍ଗଲ କୁ ମରୁଭୂମିରେ ପରିଣତ କରିଦେଲେ ।ବର୍ତ୍ତମାନ ସ୍ଥାନୀୟ ଲୋକେ ଏସମ୍ପର୍କରେ ଯେତେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ।

Body:ସବୁଜ ବିପ୍ଳବ ନାରେ ମରୁଭୂମି ପାଲଟିବ ଗୋହିପିଟା ।

Conclusion:ବାଇଟ-୧-ମହେଶ୍ବର ସ୍ବାଇଁ, ଗ୍ରାମବାସୀ
ବାଇଟ-୨-ନରେନ୍ଦ୍ର ପାଣିଗ୍ରାହୀ, ଅଞ୍ଚଳବାସୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.