ବୌଦ୍ଧ: ମୀନାବଜାର ରୁ ଆରମ୍ଭ ହୋଇଥିବା ଗଣ୍ଡଗୋଳ ଧିରେ ଧିରେ ଉଗ୍ର ହେବାରେ ଲାଗିଛି । ବୌଦ୍ଧ ସହରର ମୁସଲମାନ ପଡା ଓ ବାପୁଜୀ ନଗର ଦୁଇ ବସ୍ତି ମଧ୍ୟରେ ମଙ୍ଗଳବାର ଦିନ ତମାମ ଉତ୍ତେଜନା ଲାଗିରହିଥିଲା । ସକାଳୁ ବୌଦ୍ଧ ପୋଲିସ ଉତ୍ତେଜନା ପ୍ରବଣ ସ୍ଥାନରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିଛି ।
କିନ୍ତୁ ବାପୁଜୀ ନଗରର ବସ୍ତିବାସିନ୍ଦା ପୋଲିସ ର କାର୍ଯ୍ୟାନୁଷ୍ଠାନ ଠିକ ହେଉନଥିବା ନେଇ ରାତି ପ୍ରାୟ ୧୦ ଟା ରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଙ୍କ ଆବାସିକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଜିଲ୍ଲାପାଳଙ୍କୁ ଏସମ୍ପର୍କରେ ହସ୍ତକ୍ଷେପ କରିବାକୁ ବାପୁଜୀନଗରର ଶତାଧିକ ମହିଳା ଓ ପୁରୁଷ ଅନୁରୋଧ କରିଥିଲେ। ଜିଲ୍ଲାପାଳ ବୁଧବାର ଏହାର ସମାଧାନ କରିବେ ବୋଲି କହିଛନ୍ତି ।
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ