ବୌଦ୍ଧ: ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସମର୍ଥନ ସହିତ ଏହାର ସଫଳ କାର୍ଯ୍ୟକାରୀତା ଉପରେ ଗୁରୁତ୍ବାରୋପ କରିଛି ଡିପ୍ଲୋମା ଇଞ୍ଜିନିୟର ସଙ୍ଘ । 5T କାର୍ଯ୍ୟକ୍ରମର ସଫଳତାକୁ ନେଇ ବେଶ ଆଶାବାଦୀ ଓଡିଶା ଡିପ୍ଲୋମା ଇଞ୍ଜିନିୟର ସଙ୍ଘ ।
ଡିପ୍ଲୋମା ଇଞ୍ଜିନିୟର ସଙ୍ଘ ରାଜ୍ୟ ସଭାପତି ଏ ସମ୍ପର୍କରେ ନିଜ ଆଭିମୁଖ୍ୟ ଇଟିଭି ଭାରତ ଆଗରେ ସ୍ପଷ୍ଟ କରିଛନ୍ତି । ରବିବାର ବୌଦ୍ଧ ବ୍ଲକ କାର୍ଯ୍ୟାଳୟରେ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସଙ୍ଘର ରାଜ୍ୟ ସଭାପତି ପ୍ରଦୀପ କୁମାର ପାତ୍ର ମୁଖ୍ୟ ଅତିଥି ରୂପେ ଓ ରାଜ୍ୟ ସମନ୍ୱୟ ସମ୍ପାଦକ ନିରଞ୍ଜନ ବିଶ୍ବାଳ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ଡିପ୍ଲୋମା ଯନ୍ତ୍ରୀମାନଙ୍କ ବିଭିନ୍ନ ସମସ୍ୟା ଓ ସାଙ୍ଗଠନିକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ ।
ବୌଦ୍ଧ ଜିଲ୍ଲା ସଙ୍ଘର ନୂତନ ସଭାପତି ପ୍ରସନ୍ନ କୁମାର ପାଢୀ ଓ ସମ୍ପାଦକ ଦିବ୍ୟଲୋଚନ ନାଏକ ତଥା ସମସ୍ତ ସଙ୍ଘର ସଦସ୍ୟଙ୍କୁ ପୂର୍ବତନ ସଭାପତି ସ୍ମୃତି ରଞ୍ଜନ ସେଠୀ ଓ ଅତିଥିମାନେ ଦାୟିତ୍ୱ ପ୍ରଦାନ କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ