ETV Bharat / state

ଅବ୍ୟବସ୍ଥା ଘେରରେ ତେତେଲେଙ୍ଗା ଆଦର୍ଶ ବିଦ୍ୟାଳୟ - boudh tetelenga adarsha school

ବୌଦ୍ଧ ବ୍ଲକର ତେତେଲେଙ୍ଗା ଆଦର୍ଶ ବିଦ୍ୟାଳୟରେ ଦେଖାଦେଇଛି ଅନେକ ଅସୁବିଧା । ସମାଧାନ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଅବିଭାବକ । ଅଧିକ ପଢନ୍ତୁ...

adarsha school
ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Dec 12, 2019, 3:41 PM IST

ବୌଦ୍ଧ: ଜିଲ୍ଲାର ତିନୋଟି ବ୍ଲକରେ ରହିଛି 3ଟି ସରକାରୀ ଆଦର୍ଶ ବିଦ୍ୟାଳୟ । ଏହି କ୍ରମରେ ହରଭଙ୍ଗା ବ୍ଲକର ମଣିପୁର ଓ କଣ୍ଟାମାଳ ବ୍ଲକର ଅଇଁଳାଚୁଆଁ ଆଦର୍ଶ ବିଦ୍ୟାଳୟର ହଷ୍ଟେଲ କାର୍ଯ୍ୟକ୍ଷମ ହୋଇ ସାରିଛି । କିନ୍ତୁ ବୌଦ୍ଧ ବ୍ଲକର ତେତେଲେଙ୍ଗା ଆଦର୍ଶ ବିଦ୍ୟାଳୟରେ ଆରଡି ବିଭାଗକୁ ୨୯ ଲକ୍ଷ ଟଙ୍କା ଆସି ପଡିରହିଥିଲେ ମଧ୍ୟ ଏନେଇ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ଫଳରେ ଦୂର ଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଅନ୍ୟପଟେ, ବୁଧବାର ରାଜ୍ୟ ସରକାର ୪୮୯ ଜଣ ନୂତନ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ ମଧ୍ୟ ବୌଦ୍ଧ ଜିଲ୍ଲାକୁ ଜଣେ ବି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇନାହିଁ । ଓଲଟା ତେତେଲେଙ୍ଗା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିବା ଶିକ୍ଷକଙ୍କ ବଦଳି ହୋଇଯାଇଛି । ଏହାବ୍ୟତୀତ ବିଦ୍ୟାଳୟରେ ଖେଳପଡିଆ, ପାନୀୟ ଜଳ ଓ ଅନ୍ୟାନ୍ୟ ଅସୁବିଧା ଲାଗିରହିଛି । ଫଳରେ ବର୍ତ୍ତମାନ ବିଦ୍ୟାଳୟରେ ଏକ ପ୍ରକାର ଅବ୍ୟବସ୍ଥା ଦେଖାଦେଇଛି ।

ଏ ସମ୍ପର୍କରେ ବିଦ୍ୟାଳୟର ଅବିଭାବକ ମାନେ ବୁଧବାର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଭେଟି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଲିଖିତ ଭାବେ ଜଣାଇଛନ୍ତି । ଏନେଇ ତୁରନ୍ତ କୌଣସି ପଦକ୍ଷେପ ନିଆନଗଲେ ଅବିଭାବକ ମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି କହିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ଅବ୍ୟବସ୍ଥା ଘେରରେ ତେତେଲେଙ୍ଗା ଆଦର୍ଶ ବିଦ୍ୟାଳୟ ।ଆନ୍ଦୋଳନ ପାଇଁ ସଜବାଜ ଆରମ୍ଭ କରିଛନ୍ତି ଅବିଭାବକ ।
ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ରହିଛି ତିନୋଟି ସରକାରୀ ଆଦର୍ଶ ବିଦ୍ୟାଳୟ ।ଏହି କ୍ରମରେ ହରଭଙ୍ଗା ବ୍ଲକର ମଣିପୁର ଓ କଣ୍ଟାମାଳ ବ୍ଲକର ଅଇଁଳାଚୁଆଁ ଆଦର୍ଶ ବିଦ୍ୟାଳୟ ର ହଷ୍ଟେଲ କାର୍ଯ୍ୟକ୍ଷମ ହୋଇ ସାରିଥିଲା ବେଳେ ବୌଦ୍ଧ ବ୍ଲକର ତେତେଲେଙ୍ଗା ଆଦର୍ଶ ବିଦ୍ୟାଳୟ ରେ ଆରଡି ବିଭାଗ କୁ ୨୯ ଲକ୍ଷ ଟଙ୍କା ଆସି ପଡି ରହିଥିଲେ ମଧ୍ୟ ଏନେଇ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ ।ଫଳରେ ଦୂର ଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏପଟେ ବୁଧବାର ରାଜ୍ୟ ସରକାର୪୮୯ ଜଣ ନୂତନ ଶିକ୍ଷକ ଙ୍କୁ ନିଯୁକ୍ତି ଦେଇଥିଲେ ମଧ୍ୟ ବୌଦ୍ଧ ଜିଲ୍ଲାକୁ ଜଣେ ବି ଶିକ୍ଷକ ନିଯୁକ୍ତି ଦିଆଯାଇ ନାହିଁ, ଓଲଟା ତେତେଲେଙ୍ଗା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ ରେ ଥିବା ଶିକ୍ଷକ ଙ୍କ ବଦଳି ହୋଇଯାଇଛି । ଏହାଛଡା ବିଦ୍ୟାଳୟରେ ଖେଳପଡିଆ,ପାନୀୟ ଜଳ ଓ ଅନ୍ୟାନ୍ୟ ଅସୁବିଧା ଲାଗି ରହିଛି ।ଫଳରେ ବର୍ତ୍ତମାନ ତେତେଲେଙ୍ଗା ଆଦର୍ଶ ବିଦ୍ୟାଳୟରେ ଏକ ପ୍ରକାର ଅବ୍ୟବସ୍ଥା ଦେଖାଦେଇଛି ।ଏସମ୍ପର୍କରେ ବିଦ୍ୟାଳୟର ଅବିଭାବକ ମାନେ ବୁଧବାର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଙ୍କୁ ଏନେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଲିଖିତ ଭାବେ ଜଣାଇଛନ୍ତି ।ଏନେଇ ତୁରନ୍ତ କୌଣସି ପଦକ୍ଷେପ ନିଆନଗଲେ ଅବିଭାବକ ମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି କହିଛନ୍ତି ।

Body:ଅବ୍ୟବସ୍ଥା ଘେରରେ ତେତେଲେଙ୍ଗା ଆଦର୍ଶ ବିଦ୍ୟାଳୟ ।

Conclusion:ବାଇଟ-୧-ନବୀନ ଚନ୍ଦ୍ର ପ୍ରଧାନ, ଅବିଭାବକ
ବାଇଟ-୨-କୃତ୍ତିବାସ ପଲିଆ, ଅବିଭାବକ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.