ETV Bharat / state

ଜାଗରରେ ମହାଦେବଙ୍କ ଦର୍ଶନ କଲେ ଅସଂଖ୍ୟ ଶ୍ରଦ୍ଧାଳୁ - ମହାଶିବରାତ୍ରୀରେ ଚଳ ଚ଼ଞ୍ଚଳ ହୋଇ ଉଠିଛି ବୌଦ୍ଧ ଶିବାଳୟ

ଆଜି ମହାଶିବରାତ୍ରୀ । ଶିବ ଦର୍ଶନ ଲାଗି ବୌଦ୍ଧ ଜିଲ୍ଲାର ବିଭିନ୍ନ ପୁରାତନ ଶିବାଳୟକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ଅଧିକ ସୂଚନା ପାଇଁ ଆଗକୁ ପଡନ୍ତୁ ...

Devotees celebrate Maha Shivaratri in Boudh
ବୌଦ୍ଧ ଶୌବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ
author img

By

Published : Feb 21, 2020, 5:10 PM IST

ବୌଦ୍ଧ: ଆଜି ପବିତ୍ର ମହାଶିବରାତ୍ରୀ ବା ଜାଗର ଯାତ୍ରା । ଏନେଇ ସକାଳୁ ସକାଳୁ ଚଳଚଞ୍ଚଳ ହୋଇ ଉଠିଛି ବୌଦ୍ଧ ଜିଲ୍ଲାର ସବୁ ଶୈବପୀଠ । କାମନା ମନାସି ଶିବଙ୍କ ଦର୍ଶନ ପାଇଁ ଛୁଟୁଛି ଭକ୍ତଙ୍କ ସୁଅ । ଶ୍ରଦ୍ଧାଳୁଙ୍କ ସୁବିଧା ଦର୍ଶନ ଲାଗି ଶିବ ମନ୍ଦିରରେ ହୋଇଥିଲା ବିଶେଷ କର୍ଯ୍ୟକ୍ରମ । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକରେ ଥିବା ଶୈବପୀଠରେ କମିଟି ପକ୍ଷରୁ ଯାଗର ଯାତ୍ରା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ବୌଦ୍ଧ ଶୌବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

ବିଶେଷ ଭାବରେ କେନ୍ଦ୍ର ପତ୍ନତତ୍ତ୍ବ ବିଭାଗ ଅଧିନରେ ଥିବା ଐତିହାସିକ ଗନ୍ଧରାଡିର ହରିହର ମନ୍ଦିର ଓ ବୌଦ୍ଧ ର ଏକାଦଶ ରୁଦ୍ରଙ୍କ ବିଜେସ୍ଥଳୀ ରାମେଶ୍ୱରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ସେହିପରି ଜିଲ୍ଲାର ଧଳପୁର, ରାମଗଡ, କରଡି, ମାତଙ୍ଗେଶ୍ବର, ଚନ୍ଦ୍ର ଚୂଡ, ବାଉଁଶୁଣୀ, ଅମୁର୍ଡା, ମନମୁଣ୍ଡା, କଣ୍ଟାମାଳ, ଦେଉଳୀ ପ୍ରଭୃତି ପ୍ରାଚୀନ ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁଙ୍କ ଦେବ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.