ETV Bharat / state

ମହାନଦୀ ଗର୍ଭରେ ଥାଇ ବି ଜଳସଙ୍କଟରେ ମର୍ଜାକୁଦା

ମହାନଦୀ ଗର୍ଭରେ ଥିବା ଦ୍ବୀପଗ୍ରାମରେ ଜଳ ସଙ୍କଟ । ବାରମ୍ବାର ଅଭିଯୋଗ ପରେ ଦୀର୍ଘ ଦିନ ହେଲା ତିଆରି ହୋଇଛି ଜଳଯୋଗାଣ ଟାଙ୍କି । ହେଲେ ଏହି ଟାଙ୍କି ବି ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନଥିବା ଅଭିଯୋଗ ହୋଇଛି ।

boudh's marjakuda, marjakuda's water problem, water problem in boudh, ବୌଦ୍ଧରେ ଜଳସଙ୍କଟ, ବୌଦ୍ଧର ମର୍ଜାକୁଦା, ମର୍ଜାକୁଦାରେ ଜଳସଙ୍କଟ
ମହାନଦୀ ଗର୍ଭରେ ଥାଇ ବି ଜଳସଙ୍କଟରେ ମର୍ଜାକୁଦା
author img

By

Published : Dec 21, 2019, 4:25 AM IST

ବୌଦ୍ଧ: ମହାନଦୀ ଗର୍ଭରେ ଥିବା ଦ୍ବୀପଗ୍ରାମରେ ଜଳ ସଙ୍କଟ । ବାରମ୍ବାର ଅଭିଯୋଗ ପରେ ଦୀର୍ଘ ଦିନ ହେଲା ତିଆରି ହୋଇଛି ଜଳଯୋଗାଣ ଟାଙ୍କି । ହେଲେ ଏହି ଟାଙ୍କି ବି ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନଥିବା ଅଭିଯୋଗ ହୋଇଛି ।

ମହାନଦୀ ଗର୍ଭରେ ଥାଇ ବି ଜଳସଙ୍କଟରେ ମର୍ଜାକୁଦା

ମହାନଦୀର ଗର୍ଭ ମଧ୍ୟରେ ଥିବା ମର୍ଜାକୁଦ ଦ୍ବୀପରେ ରହିଛି ବୌଦ୍ଧ ପୌର ପରିଷଦର 13 ଓ 14 ନଂ ଓ୍ବାର୍ଡ ରହିଛି । ଏଠାକୁ ଗମନାଗମନର ଏକମାତ୍ର ମାଧ୍ୟମ ଡଙ୍ଗା । ଏହି ଦ୍ବୀପଗ୍ରାମର ଚତୁର୍ପାଶ୍ବକୁ ମହାନଦୀର ଜଳରାଶି ଘେରି ରହିଥିଲେ ବି ଆଜି ଯାଏଁ ଏଠାକାର ଅଧିବାସୀଙ୍କୁ ସ୍ବଛ ପାଣି ମୁନ୍ଦାଏ ମିଳିପାରି ନାହିଁ । ଦ୍ବୀପଗ୍ରାମରେ ଥିବା ନଳକୂପ ମଧ୍ୟ ଠିକରେ କାର୍ଯ୍ୟ କରୁନଥିବାରୁ ବାଧ୍ୟ ହୋଇ ଲୋକେ ନଦୀରୁ ପାଣି ବୋହି ଆଣି ବ୍ୟବହାର କରୁଛନ୍ତି । ଏ ସମ୍ପର୍କରେ ଦ୍ବୀପାଞ୍ଚଳବାସୀ ଦୀର୍ଘ ବର୍ଷରୁ ଏଠାରେ ଏକ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ ।

ସେହି କ୍ରମରେ 30 ଲକ୍ଷ ଟଙ୍କା ବ୍ୟୟ ଅଟକଳର ଏକ ପ୍ରକଳ୍ପରେ 1ଲକ୍ଷ ଲିଟର ଜଳ ଧାରଣ କ୍ଷମତା ବିଶିଷ୍ଟ ଟାଙ୍କି ନିର୍ମାଣ ମଧ୍ୟ ହେଲା । କିନ୍ତୁ ନିର୍ମାଣର ଦୀର୍ଘ ଦିନ ବିତିଗଲା ପରେ ମଧ୍ୟ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁ ନଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଜଳ ଯୋଗାଣର ସହକାରୀ ନିର୍ବାହୀ ଯନ୍ତ୍ରୀ ନଦୀରେ ପାଣି ନଥିବାରୁ ଜଳ ଯୋଗାଣ ସମ୍ଭବ ହେଉନାହିଁ ଓ ଆଗାମୀ ଦିନରେ ବାଲିକୁ ଡ୍ରେଜିଙ୍ଗ କରି ପାଣି କୂଳକୁ ଆଣି ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ମହାନଦୀ ଗର୍ଭ ରେ ଥିବା ଦ୍ବୀପଗ୍ରାମରେ ଜଳ ସଙ୍କଟ ।ବାରମ୍ବାର ଅଭିଯୋଗ ପରେ ଦୀର୍ଘ ଦିନ ହେଲା ତିଆରି ହୋଇଛି ଜଳଯୋଗାଣ ଟାଙ୍କି ।ହେଲେ କାର୍ଯ୍ୟକାରୀ ହୋଇପାରୁ ନଥିବା ଅଭିଯୋଗ ହୋଇଛି ।
ବୌଦ୍ଧ ପୌର ପରିଷଦର ତେର ଓ ଚଉଦ ନମ୍ବର ଓ୍ବାର୍ଡ ରହିଛି ମହାନଦୀର ଗର୍ଭ ମଧ୍ୟରେ ମର୍ଜାକୁଦ ଦ୍ବୀପ ।ଏଠାକୁ ଗମନାଗମନ ର ଏକମାତ୍ର ମାଧ୍ୟମ ଡଙ୍ଗା ।ଏହି ଦ୍ବୀପଗ୍ରାମର ଚତୁର୍ପାଶ୍ବକୁ ମହାନଦୀର ଜଳରାଶି ଘେରି ରହିଥିଲେ ମଧ୍ୟ ଆଜିଯାଏ ଏଠାକାର ଅଧିବାସୀଙ୍କୁ ସ୍ବଛ ପାଣି ମୁନ୍ଦାଏ ମିଳିପାରି ନାହିଁ ।ଦ୍ବୀପଗ୍ରାମରେ ଥିବା ନଳକୂପ ମଧ୍ୟ ଠିକରେ କାର୍ଯ୍ୟ କରୁନଥିବାରୁ ବାଧ୍ୟ ହୋଇ ଲୋକେ ନଦୀରୁ ପାଣି ବୋହିଆଣି ବ୍ୟବହାର କରୁଛନ୍ତି ।ଏ ସମ୍ପର୍କରେ ଦ୍ବୀପାଞ୍ଚଳ ବାସୀ ଦୀର୍ଘ ବର୍ଷ ରୁ ଏଠାରେ ଏକ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଦାବୀ କରିଥିଲେ ।ସେହିକ୍ରମରେ ଏକ ପ୍ରକଳ୍ପ ତିରିଶ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଏକଲକ୍ଷ ଲିଟର ଜଳଧାରଣ ବିଶିଷ୍ଟ ଟାଙ୍କି ସହିତ ନିର୍ମାଣ ମଧ୍ୟ ହେଲା ।କିନ୍ତୁ ନିର୍ମାଣ ର ଦୀର୍ଘ ଦିନ ବିତିଗଲା ପରେ ମଧ୍ୟ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁ ନଥିବା ଅଭିଯୋଗ ହୋଇଛି ।ଏ ସମ୍ପର୍କରେ ଜଳଯୋଗାଣ ର ସହକାରୀ ନିର୍ବାହୀ ଯନ୍ତ୍ରୀ ନଦୀରେ ପାଣି ନଥିବାରୁ ଜଳଯୋଗାଣ ସମ୍ଭବ ହେଉନାହିଁ ଓ ଆଗାମୀ ଦିନରେ ବାଲିକୁ ଡ୍ରେଜିଙ୍ଗ କରି ପାଣି କୂଳକୁ ଆଣି ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ।

Body:ମହାନଦୀ ଗର୍ଭ ରେ ଥାଇ ମର୍ଜାକୁଦ ରେ ପାନୀୟ ଜଳ ସଙ୍କଟ ।

Conclusion:ବାଇଟ-୧-ମଥୁରା ସେଠୀ,,ମର୍ଜାକୁଦ ବାସୀ
ବାଇଟ-୨-ବିଷ୍ଣୁ ପ୍ରିୟା ମେହେର, ଗୃହିଣୀ
ବାଇଟ-୩-ସୁଶାନ୍ତ ସେଠୀ, ବୁଦ୍ଧିଜୀବୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.