ବୌଦ୍ଧ: ଜିଲ୍ଲାରେ ବିବାହ ଭୋଜି ଉତ୍ସବ କରୋନା ସଂକ୍ରମଣର ନୂଆ ଠିକଣା ପାଲଟିଥିବାରୁ ଏସବୁ ସାମାଜିକ ଉତ୍ସବ ଉପରେ କଟକଣା ଜାରି କରିବାକୁ ଦାବି ହୋଇଛି । ସେପଟେ ବିଭିନ୍ନ ଉପାନ୍ତ ଅଞ୍ଚଳର ଲୋକେ ସଚେତନତା ଅଭାବରୁ ଠକ ଡାକ୍ତରଙ୍କ ହାବୁଡରେ ପଡି ମୃତ୍ୟୁ ମୁଖରେ ପଡୁଛନ୍ତି ।
ଜିଲ୍ଲାରେ ସାଙ୍ଘାତିକ ସ୍ଥିତିରେ କରୋନା ସଂକ୍ରମଣ । ଆଜି ପୁଣି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ 228 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆସନ୍ତା ଦୁଇଦିନ ସଟ୍ଡାଉନ ଥିବାରୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ବଜାରରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଥିଲା ।
ସେପଟେ ଜିଲ୍ଲାର ବିଭିନ୍ନ ବିବାହ ଭୋଜି ତଥା ଉତ୍ସବରେ କରୋନା ସଂକ୍ରମଣର ନୂତନ ଠିକଣା ପାଲଟିଥିବାରୁ ଏସବୁ ଉତ୍ସବ ଉପରେ ତୁରନ୍ତ କଟକଣା ଲାଗୁ କରିବାକୁ ଦାବି ହୋଇଛି । ତୁରନ୍ତ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।
ସେହିପରି ଏଭଳି ବିପତ୍ତି ସମୟରେ ଅଭିବାବକ ମଧ୍ୟ ବାଲ୍ୟବିବାହ ଭଳି କାର୍ଯ୍ୟ କରିବାକୁ ଅଭିଭାବକ ମାନେ ମଧ୍ୟ ପଛାଉ ନାହାନ୍ତି । ଏଭଳି ଏକ ବାଲ୍ୟବିବାହ ହରଭଙ୍ଗା ବ୍ଲକ ଶଙ୍କୁଳେଇ ପଞ୍ଚାୟତ ଅନ୍ତର୍ଗତ ବରଝୁଲି ଗ୍ରାମରେ ଚାଲିଥିବା ଖବର ପାଇ ହରଭଙ୍ଗା ସିଡିପିଓ, ଚାଇଲ୍ଡ ଲାଇନର ସଦସ୍ୟ ପ୍ରମୁଖ ପହଞ୍ଚି ବାଲ୍ୟବିବାହକୁ ରୋକିଥିବା ସୂଚନା ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ