ETV Bharat / state

ମହିମା ଧର୍ମ ଆଦିପୀଠକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ଦାବି - Demands for a place on the map of the Mahima

ପର୍ଯ୍ୟଟନ ମାନଚିତ୍ରରୁ ବାଦ ପଡିଲା ମହିମା ଧର୍ମର ଉତ୍ପତ୍ତି ପୀଠ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ତଥା ଐତିହାସିକ ମହତ୍ତ୍ଵ ବହନ କରୁଥିବା ବଲାସିଙ୍ଘା ନିକଟସ୍ଥ ମହିମା ଧର୍ମର ଆଦିପୀଠ ମହୁଲମୂଳକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ଦାବି ହୋଇଛି । ଅଧିକ ପଢନ୍ତୁ...

Demands for a place on the map of the Mahima religion
ମହିମା ଧର୍ମର ଆଦିପୀଠକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ଦାବି
author img

By

Published : Oct 1, 2020, 4:25 PM IST

ବୌଦ୍ଧ: ପର୍ଯ୍ୟଟନ ମାନଚିତ୍ରରୁ ବାଦ ପଡିଲା ମହିମା ଧର୍ମର ଉତ୍ପତ୍ତି ପୀଠ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ତଥା ଐତିହାସିକ ମହତ୍ତ୍ଵ ବହନ କରୁଥିବା ବଲାସିଙ୍ଘା ନିକଟସ୍ଥ ମହିମା ଧର୍ମର ଆଦିପୀଠ ମହୁଲମୂଳକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ଦାବି ହୋଇଛି ।

ମହିମା ଧର୍ମର ଆଦିପୀଠକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ଦାବି
ପର୍ଯ୍ୟଟନ ବିଭବରେ ପରିପୂର୍ଣ୍ଣ ବୌଦ୍ଧ ଜିଲ୍ଲା । ଜିଲ୍ଲାର କୋଣ ଅନୁକୋଣରେ ପ୍ରକୃତି ଭରିଦେଇଛି ଅପରୂପ ସୌନ୍ଦର୍ଯ୍ୟ । ଶିଳ୍ପ ବିହିନ ବୌଦ୍ଧ ଜିଲ୍ଲାରେ ପର୍ଯ୍ୟଟନର ଯଥେଷ୍ଟ ଭିତ୍ତିଭୂମି ରହିଥିବାରୁ ଏହାର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ରୋଡ ମ୍ୟାପ ପ୍ରସ୍ତୁତ କରିଛି ।ବିଶେଷ ଭାବରେ ଜିଲ୍ଲାପାଳଙ୍କ ଉଦ୍ୟମ କ୍ରମେ ଓଡ଼ିଶାରେ ପ୍ରଥମ ଥର ପାଇଁ ଅକ୍ସି ଟୁରିଜିମ ଉପରେ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲାର ଅନେକ ପର୍ଯ୍ୟଟନ ସ୍ଥଳୀକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଏଥିରୁ ବାଦ ପଡିଛି ମହିମା ଧର୍ମର ଉତ୍ପତ୍ତି ସ୍ଥଳ ବଲାସିଙ୍ଘା ନିକଟସ୍ଥ ମହୁଲମୂଳ ଆଶ୍ରମ ।

ଏହି ସ୍ଥାନରୁ ହିଁ ଉନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ମହିମା ଧର୍ମର ସଂସ୍ଥାପକ ମହିମା ଗୋସେଇଁ ଆଦ୍ୟସିଦ୍ଧ ଗୋବିନ୍ଦ ବାବାଙ୍କୁ ପ୍ରଥମ ଶିଷ୍ୟ ଭାବରେ ଗ୍ରହଣ କରିବା ସହ ମହିମା ଧର୍ମର ପ୍ରଚାର ଆରମ୍ଭ ହୋଇଥିଲା । ଏହି ପବିତ୍ର ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ସ୍ଥାନକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.