ବୌଦ୍ଧ: ବିଭିନ୍ନ ସମସ୍ୟା ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରଥମଟି ଗାଁ ସାଥି ସଂଘ ପକ୍ଷରୁ ଦୀର୍ଘ ଦିନର ଦାବିକୁ ପୂରଣ ପାଇଁ ବୌଦ୍ଧ ଡିଆରଡିଏ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଏନେଇ ଏକ ଦାବିପତ୍ର ପ୍ରକଳ୍ପ ନିର୍ଦେଶକଙ୍କୁ ପ୍ରଦାନ କରାଯାଇଥିଲା ।
ଦ୍ବିତୀୟରେ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ତଥା ଶ୍ରମ ଆଇନରେ ସଂଶୋଧନ ଦାବି କରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଛି ଜିଲ୍ଲା ଭାରତୀୟ ମଜଦୁର ସଂଘ । ସେହିପରି ପଶ୍ଚିମ ଓଡ଼ିଶାରେ ଏକ କ୍ୟାନସର ହସପିଟାଲ ସ୍ଥାପନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛି କୋଶଳ ସେନା ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ