ETV Bharat / state

ପିଡିଏସ ଡିଲର ନିଯୁକ୍ତି ପାଇଁ ଦାବି, ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ - ପିଡିଏସ

ଏବେଠୁ ଚିନ୍ତାରେ ଦ୍ବୀପାଞ୍ଚଳବାସୀ । ଦ୍ବୀପଗ୍ରାମ ମର୍ଜାକୁଦରେ ପିଡିଏସ ଡିଲର ନିଯୁକ୍ତି ପାଇଁ ଦାବି । ଅଧିକ ପଢନ୍ତୁ...

Demand for appointment of PDS dealer in duipa village
ପିଡିଏସ ଡିଲର ନିଯୁକ୍ତି ପାଇଁ ଦାବି, ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ
author img

By

Published : Jun 14, 2021, 5:28 PM IST

ବୌଦ୍ଧ : ଏବେଠୁ ଚିନ୍ତାରେ ଦ୍ବୀପାଞ୍ଚଳବାସୀ । କାହିଁକିନା ବର୍ଷା ଦିନ ଆରମ୍ଭରୁ ମହାନଦୀରେ ଆସିଲାଣି ପାଣି । ମହାନଦୀ ଗର୍ଭରେ ଥିବା ଦ୍ବୀପାଞ୍ଚଳବାସୀଙ୍କ ଗମନାଗମନ ଡଙ୍ଗାର ଆବଶ୍ୟକତା ପଡିଲାଣି । ଜିଲ୍ଲାର ଏକମାତ୍ର ପୌରାଞ୍ଚଳ 17 ଗୋଟି ଓ୍ବାର୍ଡକୁ ନେଇ ଗଠିତ ହୋଇଥିବାବେଳେ ତନ୍ମଧ୍ୟରୁ 13 ଓ 14 ନମ୍ବର ଓ୍ବାର୍ଡ ମହାନଦୀ ଗର୍ଭରେ ରହିଛି । ଏଠାରେ ପ୍ରାୟ ତିନି ହଜାରରୁ ଅଧିକ ଲୋକେ ବସବାସ କରନ୍ତି ।

ପିଡିଏସ ଡିଲର ନିଯୁକ୍ତି ପାଇଁ ଦାବି, ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ

ଦ୍ବୀପଗ୍ରାମ ମର୍ଜାକୁଦବାସୀଙ୍କ ପାଇଁ ବର୍ଷା ଦିନ ଆସିଲେ ପିଡିଏସ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ନେବା କଷ୍ଟକର ହୋଇପଡେ। କାରଣ ଦ୍ବୀପାଞ୍ଚଳବାସୀଙ୍କ ପିଡିଏସ ସାମଗ୍ରୀ ବୌଦ୍ଧ ପଟର ପୋଡାପୋଡା ଠାରେ ପ୍ରଦାନ କରାଯାଇଥାଏ । ବର୍ଷର ଅନ୍ୟ ସମୟରେ ଯେଣତେଣେ ଚଳିଯାଏ । କିନ୍ତୁ ବର୍ଷା ଦିନ ଆସିଲେ ମହାନଦୀରେ ପାଣି ପ୍ରବାହ ଅଧିକ ଯୋଗୁଁ ଡଙ୍ଗା ହିଁ ଏକମାତ୍ର ଭରସା ପାଲଟିଥାଏ ।

ତେବେ ସେହି ଦ୍ବୀପଗ୍ରାମକୁ ସଂଯୋଗ ପାଇଁ ଏକ ସେତୁ ନିର୍ମାଣାଧିନ ରହିଛି । କିନ୍ତୁ ବର୍ତ୍ତମାନ ମହାନଦୀରେ ବର୍ଷା ପାଣି ଆସିଥିବାରୁ ଦ୍ବୀପାଞ୍ଚଳବାସୀ ପିଡିଏସ ସାମଗ୍ରୀ ଦୁଇ କୂଳର ଦୀର୍ଘ ବାଟ ବୋହିବା ପରେ ଡଙ୍ଗାରେ ନିଜ ଘରକୁ ନେବାକୁ ପଡୁଛି । ଏଣୁ ଦୀର୍ଘ ଦିନ ହେଲା ଦ୍ବୀପାଞ୍ଚଳବାସୀ ମର୍ଜାକୁଦ ଠାରେ ଏକ ପିଡିଏସ ଡିଲର ନିଯୁକ୍ତି ପାଇଁ ଦାବି କରିଆସୁଛନ୍ତି । ହେଲେ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.