ବୌଦ୍ଧ: ଜିଲ୍ଲାର ୨୪ଗୋଟି ପଞ୍ଚାୟତ ନେଇ ଗଠିତ ଏହି କଣ୍ଟାମାଳ ବ୍ଲକ । ହେଲେ ବିକାଶର ବହୁ ଦୂରରେ ଏହି ବ୍ଲକ । ଦୀର୍ଘ ବର୍ଷ ହେଲା ବ୍ଲକକୁ ସବଡିଭିଜନର ମାନ୍ୟତା ସହ ଏନ ଏସି ଓ ସବଜେଲ ପାଇଁ ଦାବି ହେଉଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିନଥିବା ଅଭିଯୋଗ ହୋଇଛି । 2009 ମସିହାରେ ଏଠାରେ ଏକ ସ୍ବତନ୍ତ୍ର ନିର୍ବାଚନ ମଣ୍ଡଳୀ ଗଠନ କରାଯାଇଥିଲା । ଇତି ମଧ୍ୟରେ ତିନୋଟି ନିର୍ବାଚନ ସରିଥିଲେ ମଧ୍ୟ ନିର୍ବାଚିତ ଜନ ପ୍ରତିନିଧିଙ୍କ ଆନ୍ତରିକତା ଅଭାବରୁ ଏଠାରେ ବିକାଶର ଧାରା ଠିକରେ କାର୍ଯ୍ୟକାରୀ ହୋଇପାରି ନାହିଁ । କଣ୍ଟାମାଳ ବ୍ଲକର ଅନେକ ଗ୍ରାମକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ନଥିବା ବେଳେ ସ୍ବାସ୍ଥ୍ୟ ସେବା ,ଉଚ୍ଚ ଶିକ୍ଷା, ପାନୀୟଜଳ, ଆବାସ ଭଳି ଅନେକ ସମସ୍ୟାରେ ଗତି କରୁଛନ୍ତି ବ୍ଲକ ବାସିନ୍ଦା ।
ବ୍ଲକର ଅଧିକାଂଶ ଅଞ୍ଚଳ ତେଲନଦୀର ଆଁ ଭିତରେ ରହିଥିବା ବେଳେ ଅଞ୍ଚଳର ବିକାଶ ଦିଗରେ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ବିଶେଷ ଭୂମିକା ରହୁନଥିବା ଅଭିଯୋଗ ହୋଇଛି । ଏଥି ସହ ବ୍ଲକୁ ସବଡିଭିଜନର ମାନ୍ୟତା ସହ ଏନ ଏସି ଓ ସବଜେଲ ପାଇଁ ଦୀର୍ଘ ବର୍ଷ ହେଲା ଅଞ୍ଚଳବାସୀ ଦାବି କରରିଆସୁଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ । ତେବେ ତୁରନ୍ତ ଏଦିଗରେ ସରକାର ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ